ଗୋପାଳ ବା ଗଉଡ଼ ଏକ ଓଡ଼ିଆ ହିନ୍ଦୁ କ୍ଷତ୍ରିୟ ଜାତି । ଏହା ଯାଦବ ବଂଶର ଉପନାମ । ପାରମ୍ପାରିକ ଭାବେ ଗୋପାଳନ ଓ କୃଷି କାର୍ଯ୍ୟ ଥିଲା ଗୋପାଳ ଜାତିର ଲୋକଙ୍କର ପ୍ରଧାନ ଜୀବିକା ।[୧]

ପୁରାଣ ସମ୍ପାଦନା

ଶ୍ରୀମଦ ଭାଗବତ ପୁରାଣ, ହରିବଂଶ ପୁରାଣ ଓ ଅନ୍ୟାନ୍ୟ ବେଦ, ପୁରାଣ ଆଦିର ଉଲ୍ଲେଖ ଅନୁସାରେ ଯାଦବମାନେ ଶ୍ରୀକୃଷ୍ଣଙ୍କର ଯାଦବ ସେନାର ଅଂଶ ଥିଲେ ଏବଂ ମହାଭାରତ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ । ସେମାନେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ କୌରବଙ୍କ ପକ୍ଷରୁ ପାଣ୍ଡବଙ୍କ ବିପକ୍ଷରେ ସେବା ଯୋଗାଇଥିଲେ। ଏହା ଛଡ଼ା ଅନେକ ପୂରାତନ ଗ୍ରନ୍ଥର ଉଲ୍ଲେଖ ରହିଛି ଯେ ପୂର୍ବ କାଳରେ ଗୋପାଳ ବଂଶ ନାମରେ ପରିଚିତ ନେପାଳ ଦେଶରେ ଶାସନ କରୁଥିବା ପ୍ରଥମ ରାଜବଂଶ ଗୋପାଳମାନଙ୍କର ଅଟେ। ପୁରାଣ ମତେ ଗୋପାଳମାନେ ଚନ୍ଦ୍ରବଂଶୀ ରାଜା ଯଦୁଙ୍କର ବଂଶଜ ଓ ଏହି ବଂଶରେ ଶ୍ରୀକୃଷ୍ଣ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।

ସଂସ୍କୃତି ଓ ପରମ୍ପରା ସମ୍ପାଦନା

ଦୋଳ ପର୍ବ ହେଉଛି ଗୋପାଳମାନଙ୍କର ଏକ ପ୍ରଧାନ ପାରମ୍ପାରିକ ପର୍ବ । ସେମାନେ କଳସ ବୁଡ଼ାଇ ଘରେ ସଜ ବସାନ୍ତି ଏବଂ ଗୋ-ପୂଜନ କରନ୍ତି । ଏଥିସହିତ ଘରେ ଘରେ ଆରିସା ପିଠା ସମେତ ଅନ୍ୟାନ୍ୟ ପିଠାପଣା ହୋଇଥାଏ । ରାଧା-କୃଷ୍ଣଙ୍କୁ ବିମାନରେ ବସାଇ ଗୋପାଳ ଯୁବକମାନେ କାନ୍ଧରେ କାନ୍ଧେଇ ଲଉଡ଼ି ଖେଳର ତାଳେ ତାଳେ ଘରେ ଘରେ ଭୋଗ ଖୁଆଇବା ପାଇଁ ନେଇଯା'ନ୍ତି ।[୨]

ଆଧାର ସମ୍ପାଦନା

  1. "shodhganga.inflibnet.ac.in" (PDF).
  2. "www.odishanewsnitidin.com" (PDF).[permanent dead link]