ଗୋପନାରାୟଣ ଦାସ

ଓଡ଼ିଆ ରାଜନୀତିଜ୍ଞ

ଗୋପନାରାୟଣ ଦାସ (୧ ମାର୍ଚ୍ଚ ୧୯୪୮ - ୧୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗୋପନାରାୟଣ ଦାସ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀଅରୁଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-03-01)୧ ମାର୍ଚ୍ଚ ୧୯୪୮
ମୃତ୍ୟୁ୧୫ ସେପ୍ଟେମ୍ବର ୨୦୨୨(2022-09-15) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବୀଣାପାଣି ଦାସ
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉସତ୍ୟ ନାରାୟଣ ଦାସ
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନା

ଗୋପନାରାୟଣ ଦାସ ୧୯୪୮ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସତ୍ୟ ନାରାୟଣ ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳା ଏବଂ ବିଜ୍ଞାନରେ ସ୍ନାତକ ଏବଂ ଓକିଲାତି । ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ବୀଣାପାଣି ଦାସ । ତାଙ୍କର ୨ ପୁଅ ଓ ୧ ଝିଅ ଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ଗୋପନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଗୋପନାରାୟଣ ଦାସ ୨୦୨୨ ମସିହାର ସେପ୍ଟେମ୍ବର ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨][୩] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Shri Gopanarayan Das". odishaassembly.nic.in. Odisha Assembly. Retrieved 26 May 2019.
  2. "ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ". Odisha Bhaskar. ବାଲେଶ୍ୱର. 15 September 2022. Archived from the original on 16 September 2022. Retrieved 16 September 2022.
  3. "ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ, ୧୯୮୫ରୁ ୧୯୯୦ ଯାଏଁ ବାଲେଶ୍ୱର ସଦରରୁ ଥିଲେ ବିଧାୟକ". Prameyanews7. ବାଲେଶ୍ୱର. 15 September 2022. Archived from the original on 16 September 2022. Retrieved 16 September 2022.