ଗୁଲୁଗୁଲା ଓଡ଼ିଶାଭାରତର ବାକି ଜାଗାରେ ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଯାହା ମଇଦାସୁଜିରୁ ତିଆରି କରାଯାଏ । କିନ୍ତୁ ଏହା ଏବେ ସେହି ପରିମାଣର ପ୍ରସିଦ୍ଧ ହପି ରହିନାହିଁ।[] ଏହା ପାରମ୍ପରିକ ଭାବରେ ବିଭିନ୍ନ ସ୍ଥାନରେ ପର୍ବ ପର୍ବାଣିରେ ପ୍ରସ୍ତୁତ କରାଯାଏ ।.[][] ଉତ୍ତର ପ୍ରଦେଶରେ ଏହା ବ‌ହୁତ ସାଧାରଣ ଭାବରେ ମିଳିଥାଏ ।[] ଏହାର ପ୍ରସ୍ତୁତି ପ୍ରଣାଳୀକୁ ଭାରତ ବାହାରେ ମଧ୍ୟ ବ୍ୟବ‌ହାର କରାଯାଇଛି ।[][]

ଗୁଲୁଗୁଲା
ଗୁଲୁଗୁଲା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଘୁଗୁନି
ବାଢ଼ିବାର ତାତିଗରମ
ମୂଳ ଉପାଦାନମଇଦା, ଚିନିସୁଜି


ଉପାଦାନ

ସମ୍ପାଦନା
  • ୧ କପ ସୁଜି
  • ୧.୫ କପ ଚିନି/ ଗୁଡ଼ ରାସେଣି/ସିରା
  • ୩ ଚାମଚ ମ‌ଇଦା
  • ୧ ଚାମଚ ପାନମହୁରି
  • ତେଲ
  • ଅଧ ଚାମଚ ବେକିଙ୍ଗ ସୋଡ଼ା
  • ୨ଟି ଗୁଜୁରାତି ଅଳେଇଚ
  • ଅଧ ଚାମଚ ଲୁଣ
  • ପାଣି (ଦରକାର ଅନୁସାରେ)

ତିଆରି ପ୍ରଣାଳୀ

ସମ୍ପାଦନା

ଏକ ବଡ଼ ଗହୀର ପାତ୍ରରେ ସୁଜି, ମଇଦା, ଚିନି/ଗୁଡ଼ ରାସେଣି, ଗୁଜୁରାତି ଅଳେଇଚ, ବେକିଙ୍ଗ ସୋଡ଼ା, ଲୁଣ ଓ ପାଣିଦେଇ ଗୋଳାଇବା ପରେ ଏହାକୁ ଭଲ ଭାବରେ ଫେଣ୍ଟିଦିଆଯାଇଥାଏ । ଏହି ମିଶ୍ରଣକୁ ଦୁଇଘଣ୍ଟାରୁ ଅଧିକ ରଖିଦିଆଯାଇଥାଏ ଯାହା ଫଳରେ ଏଥିରେ ଗୋଳାଯାଇଥିବା ବେକିଙ୍ଗ ସୋଡ଼ା ଏହାକୁ ଫୁଲିବାରେ ସାହାଯ୍ୟ କରିଥାଏ । କଡ଼େଇରେ ତେଲକୁ ଭଲଭାବରେ ଗରମ କରି ସାନ ସାନ ଗୁଳାମାନ ତିଆରି କରି ସେଥିରେ ଛଣାଯାଇଥାଏ । ଏହା ଛାଣି ବାଦାମି-ଲାଲ ରଙ୍ଗର ହୋଇଗଲେ ଏହାକୁ ତେଲରୁ ବାହାର କରିନିଆଯାଏ ।

ଆହୁରି ଦେଖନ୍ତୁ

ସମ୍ପାଦନା

ଦ୍ରଷ୍ଟବ୍ୟ

ସମ୍ପାଦନା
  1. Rashtriya Naak, Vishnu Nagar, Rajkamal Prakashan Pvt Ltd, 2008 p. 89
  2. "गुलगुले (मीठे) पुए, Nisha Madhulikadainik Bhaskar". Archived from the original on 2018-09-14. Retrieved 2017-10-22.
  3. Hardoi: Sanskritik Gazetteer, Anjali Chauhan, Ayodhya Shodh Sansthan, Vani Prakashan, 2016 p. 150
  4. "कुरकुरे गुलगुले बनाने की विधि - Gulgule (Pue) - Laziz Khana". Archived from the original on 2017-08-07. Retrieved 2017-10-22.
  5. Guyana Gulgula
  6. Gulgula Recipe, That Fiji Taste, Apr 3, 2017

ବାହାର ଲିଙ୍କ

ସମ୍ପାଦନା