ଗୁରୁପ୍ରସାଦ ମହାନ୍ତି

ଓଡ଼ିଆ ସାହିତ୍ୟିକ

ଗୁରୁପ୍ରସାଦ ମହାନ୍ତି (୧୮ ଅକ୍ଟୋବର ୧୯୩୮-୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସକ ଥିଲେ । ସେ ଉତ୍କଳ ସମ୍ମିଳନୀ[୨] ଓ ଲେଖକ ସହଯୋଗ ସମିତିର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ପ୍ରବନ୍ଧ ରଚନା କରିଥିଲେ । ତାଙ୍କର ଅନେକ ଲେଖା ମଧ୍ୟରୁ ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେପାତାଳପୁରୀର ହାଲଚାଲ ଆଦି ଅନ୍ୟତମ ।[୩] ଭ୍ରମଣ କାହାଣୀ ‘ପାତାଳପୁରୀ’ର ହାଲଚାଲ ପାଇଁ ଗୁରୁପ୍ରସାଦ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଗୁରୁପ୍ରସାଦ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1938-10-18)୧୮ ଅକ୍ଟୋବର ୧୯୩୮
ଆଳିପିଙ୍ଗଳ, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୫ ସେପ୍ଟେମ୍ବର ୨୦୨୨(2022-09-05) (ବୟସ ୮୩)[୧]
କଟକ, ଓଡ଼ିଶା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଓହିଓ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିପାତାଳପୁରୀର ହାଲଚାଲ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସ୍ନେହଲତା ମହାନ୍ତି

ଜୀବନୀ ସମ୍ପାଦନା

ଗୁରୁପ୍ରସାଦ ମହାନ୍ତି ୧୯୩୮ ଅକ୍ଟୋବର ୧୮ତାରିଖରେ ଜଗତସିଂହପୁରର ଆଳିପିଙ୍ଗଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪]}}</ref> ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏସ.ସି. ପଢ଼ିଥିବା ଗୁରୁପ୍ରସାଦ ଆମେରିକାର ଓହିଓ ବିଶ୍ୱବିଦ୍ୟାଳୟରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ପାଇଥିଲେ ।[୫] ଗୁରୁପ୍ରସାଦ ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରିବା ସହିତ ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ସେପ୍ଟେମ୍ବର ୫ତାରିଖ ଭୋର ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁଲାଭ କରିଥିଲେ ।

ରଚନାବଳୀ ସମ୍ପାଦନା

ଗୁରୁପ୍ରସାଦ ସନାତନ ଗୋସ୍ୱାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ ପୁରସ୍କାର[୬]
  • ଆମେରିକା ବିଶ୍ୱବିଦ୍ୟାଳୟରୁ ଫାଇ କାପ୍ପା ଫାଇ (ΦΚΦ) ପୁରସ୍କାର
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
  • ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଜୀବନରଙ୍ଗ ସମ୍ମାନ
  • ଉତ୍କଳକଳା ପରିଷଦ ସମ୍ମାନ
  • ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ

ଆଧାର ସମ୍ପାଦନା

  1. "Chronological Accounts of Orissan History" (PDF). Orissareview (April 2011): 27. Retrieved 21 December 2018.
  2. "ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ଡ. ଗୁରୁପ୍ରସାଦଙ୍କ ପରଲୋକ". ଧରିତ୍ରୀ. ୬ ସେପ୍ଟେମ୍ବର ୨୦୨୨. Retrieved 12 September 2022. {{cite web}}: Check date values in: |date= (help)
  3. ମାଣିକେଶ୍ୱରୀ (PDF). Odisha Society. p. 156. Archived from the original (PDF) on 2016-03-04. Retrieved 2022-09-12.
  4. "ଗୁରୁପ୍ରସାଦ ମହାନ୍ତିଙ୍କ ପରଲୋକ". ସମ୍ବାଦ. p. ୯. Archived from the original on ୧୨ ସେପ୍ଟେମ୍ବର ୨୦୨୨. Retrieved 12 September 2022. {{cite web}}: Check date values in: |archivedate= (help)
  5. "ଡା. ଗୁରୁପ୍ରସାଦ ମହାନ୍ତିଙ୍କ ପରଲୋକ". ପ୍ରମେୟ. p. ୧୪. Archived from the original on ୧୨ ସେପ୍ଟେମ୍ବର ୨୦୨୨. Retrieved 12 September 2022. {{cite web}}: Check date values in: |archivedate= (help)
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.

ଅଧିକ ତଥ୍ୟ ସମ୍ପାଦନା