ଗୁରୁ ପ୍ରସାଦ ମହାନ୍ତି

ଓଡ଼ିଆ କବି

ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ ।[] ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[]

ପ୍ରଥିତଯଶା କବି ମେଜର୍ ଗୁରୁପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ର
ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ଚିତ୍ତ ଓ ଚୈତନ୍ୟର କାଳୋତ୍ତୀର୍ଣ୍ଣ ଓ କଳୋତ୍ତୀର୍ଣ୍ଣ  କବିତା 'ଚମ୍ପାଫୁଲ'ର ପ୍ରଥିତଯଶା କବି ମେଜର୍ ଗୁରୁ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ର
ଗୁରୁ ପ୍ରସାଦ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1924-07-16)୧୬ ଜୁଲାଇ ୧୯୨୪
ନାଗବଳି, କଟକ ଜିଲ୍ଲା
ମୃତ୍ୟୁ୨୬ ଅଗଷ୍ଟ ୨୦୦୪(2004-08-26) (ବୟସ ୮୦)[]
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଇଂରାଜୀରେ ସ୍ନାତକୋତ୍ତର
ସାହିତ୍ୟ କୃତିସମୁଦ୍ର ସ୍ନାନ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଆଶାମଞ୍ଜରୀ ମହାନ୍ତି
ସମ୍ପର୍କୀୟକାହ୍ନୁ ଚରଣ ମହାନ୍ତି
ଗୋପୀନାଥ ମହାନ୍ତି

ଗୁରୁ ପ୍ରସାଦ ମହାନ୍ତି ୧୯୨୪ ଜୁଲାଇ ୧୬ (ଗୁରୁ ପୂର୍ଣ୍ଣିମା) ଦିନ କଟକ ଜିଲ୍ଲାର ନାଗବଳିଠାରେ ଜନ୍ମଗ୍ରହଣ କରିଥିଲେ ।[] ସେ ଜଣାଶୁଣା ଲେଖକ କାହ୍ନୁଚରଣ ମହାନ୍ତିଗୋପୀନାଥ ମହାନ୍ତିଙ୍କ ପୁତୁରା ।

ରଚନାବଳୀ

ସମ୍ପାଦନା

ଗୁରୁ ପ୍ରସାଦ ମହାନ୍ତିଙ୍କ ରଚନା ଇଂରାଜୀ କବି ଟି.ଏସ୍. ଏଲିଅଟ୍‌ଙ୍କଦ୍ୱାରା ଅନେକାଂଶରେ ପ୍ରଭାବିତ ।

କବିତା ସଂକଳନ

ସମ୍ପାଦନା
  • ନୂତନ କବିତା (୧୯୫୫)
  • ସମୁଦ୍ର ସ୍ନାନ (୧୯୭୦)
  • ଆଶ୍ଚର୍ଯ୍ୟ ଅଭିସାର (୧୯୮୮)
  • କବିତା ସମଗ୍ର (୧୯୯୫) [ଏହା କବିଙ୍କର କୌଣସି ଏକକ ସଙ୍କଳନ ନୁହେଁ। ଏଥିରେ ଗୁରୁପ୍ରସାଦ ମହାନ୍ତିଙ୍କ ୬୮ଟି କବିତା ସ୍ଥାନିତ। ଏହି ୬୮ଟି କବିତାବଳୀ ମଧ୍ୟରେ ତାଙ୍କର 'ନୂତନ କବିତା' , 'ସମୁଦ୍ର ସ୍ନାନ' ଓ 'ଆଶ୍ଚର୍ଯ୍ୟ ଅଭିସାର' ସଙ୍କଳନସ୍ଥ ସମସ୍ତ କବିତା ସହିତ ତତ୍ ପରବର୍ତ୍ତୀ ସମୟରେ ଲିଖିତ ଅନ୍ୟ ତିନୋଟି କବିତା ରହିଛି।]
  • ଗୁରୁପ୍ରସାଦ କବିତା (୨୦୦୫)
  1. "Chronological Accounts of Orissan History" (PDF). Orissareview (April 2011): 27. Archived from the original (PDF) on 20 October 2020. Retrieved 21 December 2018.
  2. ମାଣିକେଶ୍ୱରୀ (PDF). Odisha Society. p. 156. Archived from the original (PDF) on 2016-03-04. Retrieved 2015-09-16.
  3. Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 580–. ISBN 978-81-7201-798-9.
  4. Nayak, Santosh Kumar. "A Coup D'œil At the Life and Literature of Guruprasad Mohanty" (PDF). World Wide Journal of Multidiscip linary Research and Development. Retrieved 12 September 2022.