ଗୀତା ମହାଳିକ

ଓଡ଼ିଶୀ ନୃତ୍ୟ ଶିଳ୍ପୀ

ଗୀତା ମହାଳିକ ଓଡ଼ିଶାରେ ଜନ୍ମିତ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ।

ଗୀତା ମହାଳିକ
ଜନ୍ମ୧୯୪୮
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଶୀ ନୃତ୍ୟ ଶିଳ୍ପୀ
ୱେବସାଇଟGeetaMahalik
Geeta Mahalik Odissi Sangeet Natak Akademi Awardee 2009-1

ବାଲ୍ୟ ଜୀବନ ଓ ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଗୀତା ମହାଳିକ ୧୯୪୮ ମସିହାରେ କୋରାପୁଟରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଖୁବ୍ କମ୍ ବୟସରେ ପ୍ରଖ୍ୟାତ ନୃତ୍ୟଗୁରୁ ଦେବ ପ୍ରସାଦ ଦାଶଙ୍କ[୨]ଠାରୁ ପ୍ରାରମ୍ଭିକ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଏହା ପରେ ପରେ ସେ ପ୍ରଖ୍ୟାତ ନୃତ୍ୟଗୁରୁ ମାୟାଧର ରାଉତ ଙ୍କଠାରୁ ତାଲିମ ନେଲେ । ଫଳରେ ତାଙ୍କ ନୃତ୍ୟରେ କବିତାର ସାବଲୀଳତା ପରିଦୃଷ୍ଟ ହୁଏ ବୋଲି ଅନେକ ନୃତ୍ୟବିଶାରଦ ମତ ଦିଅନ୍ତି[୩] । ଭାରତୀୟ ଅଷ୍ଟନୃତ୍ୟକଳା ମଧ୍ୟରେ ସର୍ବପ୍ରାଚୀନ ଓଡ଼ିଶୀ[୩] ନୃତ୍ୟ ଶୈଳୀର ଅନ୍ୟତମ ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଭାବେ ସେ ପ୍ରଶିଦ୍ଧ [୪][୫] । ଓଡ଼ିଶୀକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର କରିବାରେ ତଥା ଭାରତୀୟ କଳା ଓ ସଂସ୍କୃତିରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ୨୦୧୪ ମସିହାରେ ଭାରତର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧୀରେ ତାଙ୍କୁ ଭୂଷିତ କରିଛନ୍ତି [୬][୭]

ଗୀତା ପୃଥୀବୀର ବହୁ ଦେଶ ଯଥା; ସ୍ୱିଜର୍ଲ୍ୟାଣ୍ଡ ,ଚୀନ, ଫ୍ରାନ୍‌ସ୍, ଇଟାଲୀ, ସ୍ପେନ୍, ଆମେରିକା, କାନାଡା, ଜର୍ମାନୀ, ପର୍ତ୍ତୁଗାଲ୍, ଗ୍ରୀସ୍‌ ତଥା ଆଫ୍ରିକା ମହାଦେଶର ବହୁ ଦେଶ ଭ୍ରମଣ କରି ତାଙ୍କ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ସେ ମଧ୍ୟ ଭାରତର ପ୍ରାୟ ସମସ୍ତ ବିଶିଷ୍ଟ ନୃତ୍ୟ ମହୋତ୍ସବରେ ନିଜର ନୃତ୍ୟ ପ୍ରଦର୍ଶନ କରିଛନ୍ତି । ତନ୍ମଧ୍ୟରୁ ଖଜୁରାହୋ ନୃତ୍ୟୋତ୍ସବ, ଏଲୋରା, ଏଲିଫାଣ୍ଟା, କୋଣାର୍କ ନୃତ୍ୟୋତ୍ସବ, ମହାବଳୀପୁରମ୍, ମୁକ୍ତେଶ୍ୱର, ବଦ୍ରି କେଦାର ଉତ୍ସବ, ତାଜ ମହୋତ୍ସବ, କାଳିଦାସ ସମାରୋହ, ଗଙ୍ଗା ମହୋତ୍ସବ ଏବଂ ମଣ୍ଡୁ ମହୋତ୍ସବ ଇତ୍ୟାଦି ପ୍ରମୁଖ ।

ଗୀତା ମହାଳିକ ସଂପ୍ରତି ଦିଲ୍ଲୀରେ ରହନ୍ତି[୪].

ପଦ ପଦବୀ ସମ୍ପାଦନ କରନ୍ତୁ

  • ପ୍ରତିଷ୍ଠାତା ନିର୍ଦ୍ଦେଶକ-Geeta's Upasana [୩]
  • ସଭ୍ୟ- ସାଧାରଣ ପରିଷଦ (General Council) ସଙ୍ଗୀତ ନାଟକ ଅକାଦେମୀ

ମାନସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "Odissi" Sangeetnatak.com
  2. "Deba Prasad Dash". Narthaki.com. November 6, 2010. Retrieved August 26, 2014.
  3. ୩.୦ ୩.୧ ୩.୨ "About me". About me.com. 2014. Retrieved August 26, 2014.
  4. ୪.୦ ୪.୧ "Odissi and Chhau dance" (PDF). Orissa Reference Manual. 2004. Retrieved August 26, 2014.
  5. "Archaeology". Odissi Kala Kendra. August 2014. Retrieved August 26, 2014.
  6. ୬.୦ ୬.୧ "Padma Awards Announced". Circular. Press Information Bureau, Government of India. January 25, 2014. Retrieved August 23, 2014.
  7. "ଦି ଟେଲିଗ୍ରାଫ୍" Sculpture in motion
  8. "Odisha Sangeet Natak Akademi". Odisha Sangeet Natak Akademi. 2010. Retrieved August 26, 2014.
  9. "Indian Express 3". The New Indian Express. March 24, 2012. Retrieved August 26, 2014.
  10. "Geeta Mahalik" Womenspanorama