ଗଡ୍ସ୍ ଓନ୍ ପିପୁଲ୍
ଗଡ୍ସ୍ ଓନ୍ ପିପୁଲ୍, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନୀଳ ମାଧବ ପଣ୍ଡା । ଏହି ଚଳଚ୍ଚିତ୍ରଟି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଥିଲା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରର ଜଣେ କଥାକାର ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ ।[୧]
ଗଡ୍ସ୍ ଓନ୍ ପିପୁଲ୍ | |
---|---|
ନିର୍ଦ୍ଦେଶକ | ନୀଳମାଧବ ପଣ୍ଡା |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଙ୍ଗୀତ | ମହେଶ ରଞ୍ଜନ ପ୍ରଧାନ |
ଚିତ୍ରଗ୍ରହଣ | ଇନ୍ଦ୍ରନୀଲ ଲାହିର |
ସମ୍ପାଦକ | ପୁଲୋମା ପାଲ |
କଥାଚିତ୍ରର ସମୟ | ୮୦ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୮ ଲକ୍ଷ |
୧୨ ମଇ ୨୦୧୬ରେ ଏହି ଚଳଚ୍ଚିତ୍ରଟି ପ୍ୟାରିସ୍ରେ ଅନୁଷ୍ଠିତ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।[୨] ଏହି ଉତ୍ସବରେ ବିଶ୍ୱସ୍ତରର ଚଳଚ୍ଚିତ୍ର ନିର୍ମାତାଙ୍କୁ ଓଡ଼ିଶାକୁ ସ୍ୱାଗତ କରିଥିଲେ ନିତୀନ ଜୱାଲେ, ଶ୍ରୀ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା ।[୩] ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅପ୍ରେଲ ୨୦୧୬ରରେ ଏହା ଆଇନକ୍ସ, ଭୁବନେଶ୍ୱରରେ ଦେଖାଯାଇଥିଲା ।[୪] ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଏସ. ସି. ଜମିର ମଧ୍ୟ ଉପସ୍ଥିତ ଥିଲେ ।[୫]
ଅଭିନୟ
ସମ୍ପାଦନା- ଅମିତାଭ ବଚ୍ଚନ- ଭାଷ୍ୟକାର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଆଧାର
ସମ୍ପାଦନା- ↑ "CM dedicates documentary 'God's Own People' to people of Odisha". ଓ ଟିଭି. 26 June 2017. Retrieved 19 August 2017.
- ↑ "GOD'S OWN PEOPLE DOCUMENTARY IN CANNES FILM FESTIVAL 2016". Incredible Orissa. 11 May 2016. Retrieved 19 August 2017.
- ↑ "'God's Own People' A film by Nila Madhab Panda unveiled at Cannes!". My City Links. 13 May 2016. Retrieved 19 August 2017.
- ↑ "God's Own People : Documentary on Jagannath Nabakalebara to be featured in Cannes Film festival". Bhubaneswar Buzz. 20 April 2016. Retrieved 19 August 2017.
- ↑ "Amitabh Bachchan to lend voice to 'God's Own People'". Orissa Post. 2 June 2016. Retrieved 19 August 2017.
ବାହାର ଆଧାର
ସମ୍ପାଦନାଇଣ୍ଟରନେଟ ମୁଭି ଡାଟାବେସରେ ଗଡ୍ସ୍ ଓନ୍ ପିପୁଲ୍