ଗଡ଼ସ ଓନ ପିପୁଲ

ପ୍ରାମାଣିକ ବୃତ୍ତଚିତ୍ର

ଗଡ଼ସ ଓନ ପିପୁଲ (Gods Own People) ହେଉଛି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ ନବକଳେବର ଉପରେ ଆଧାରିତ ଏକ ପ୍ରାମାଣିକ ବୃତ୍ତଚିତ୍ର । ଅକ୍ଷୟ ପରିଜା ପ୍ରଡକ୍ସନରେ ନିର୍ମିତ ଏହି ଡକୁମେଣ୍ଟାରୀକୁ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିଲେ । ଭୁବନେଶ୍ୱରସ୍ଥିତ ଆଇନକ୍ସ, ଭବାନୀ ମଲରେ ଏହାର ପ୍ରଥମ ପ୍ରଦର୍ଶନ ହୋଇଥିଲା । ୨୦୧୬ ଏପ୍ରିଲ ୮ରେ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଉନ୍ମୋଚିତ ହୋଇଥିଲା । [୧][୨]

ଏହି ଚଳଚ୍ଚିତ୍ରର ଦୈର୍ଘ୍ୟ ମାତ୍ର ୭୮ମିନିଟ । ଏଥିରେ ଅମିତାଭ ବଚ୍ଚନଙ୍କ କଣ୍ଠ ସ୍ୱର ମୁଖ୍ୟ ଆକର୍ଷଣ ହେବ ।

୨୦୧୬ ମସିହା ମଇ ମାସରେ କାନ୍ସ ଚଳଚ୍ଚିତ୍ର ଉତ୍ସବ (କାନ୍ସ ଫିଲ୍ମ ଫେଷ୍ଟିଭାଲ)ରେ ପ୍ରଦର୍ଶିତ ହୋଇଥିଲା । ଆଗାମୀ ଦିନରେ ବିଦେଶରେ ଅନେକ ଚଳଚ୍ଚିତ୍ର ପ୍ରଦର୍ଶନୀମାନଙ୍କରେ ପ୍ରଦର୍ଶନ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ରଖିଛି ।

ଆଧାର ସମ୍ପାଦନା

  1. http://www.odishanewsinsight.com/odisha/nabakalebara-documentary-gods-own-people-screened-in-bhubaneswar/
  2. http://www.dnaindia.com/locality/bhubaneswar/%E2%80%98god%E2%80%99s-own-people%E2%80%99-documentary-film-celebrating-nabakalebar-screened-90076