ଗଞ୍ଜାମ କିଆ ଫୁଲ
ଗଞ୍ଜାମ କିଆ ଫୁଲ ବା କେୱଡା ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ସୁଗନ୍ଧିତ ସ୍କୃପାଇନ୍ (Pandanus odorifer) ବୃକ୍ଷର ଏକ ପୁରୁଷ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଏହି ବୃକ୍ଷଟିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲବଣାକ୍ତ ସାମୁଦ୍ରିକ ପରିବେଶ ପ୍ରାକୃତିକ ପର୍ଯାବରଣୀୟ କ୍ଷେତ୍ର (Natural Habitat) ଅଟେ । ଭାରତରେ ଉତ୍ପାଦନ ହେଉଥିବା କିଆ ଫୁଲର ନବେ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । [୧] ୨୦୧୨ ମାର୍ଚ୍ଚ ୧୯ ତାରିଖରେ ଭାରତ ସରକାରଙ୍କଦ୍ୱାରା ଗଞ୍ଜାମର କିଆ ଫୁଲକୁ ଭୌଗୋଳିକ ଉପଦର୍ଶକ (Geographical Indication) ମାନ୍ୟତା ମିଳିଥିଲା ।[୨]
ପ୍ରକାରଭେଦ
ସମ୍ପାଦନାକିଆ ଏକ ଦ୍ୱିଲିଙ୍ଗୀୟ ବୃକ୍ଷ ହୋଇଥିବାରୁ ଏଥିରେ ଭିନ୍ନ ବୃକ୍ଷରେ ଭିନ୍ନ ଲିଙ୍ଗର ଫୁଲ ଫୁଟିଥାଏ । ସଂସ୍କୃତରେ ଏହି ଫୁଲକୁ କେତକୀ କୁହାଯାଇଥାଏ । ପୁରୁଷ ବୃକ୍ଷକୁ କେତକୀ ବିଫଳ ବା ଧୂଳିପୁଷ୍ପିକା କୁହାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ପୁଷ୍ପକୁ ସ୍ୱର୍ଣ୍ଣ କେତକୀ କୁହାଯାଇଥାଏ । ପୁଲିଙ୍ଗୀୟ ଗଛକୁ କେବଳ ଫୁଲ ଏବଂ ଅତର ପାଇଁ ଉତ୍ପାଦନ କରାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ଗଛରୁ କିଆ ଫଳ ଫଳିଥାଏ ।[୩]
କିଆ ଫୁଲ ଅର୍କ
ସମ୍ପାଦନାକିଆ ରୁହ (ତେଲ)
ସମ୍ପାଦନାପୁରୁଷ ଫୁଲରୁ ଶହେ ପ୍ରତିଶତ ଶୁଦ୍ଧ ତେଲ ବାହାର କରାଯାଇଥାଏ । ଆୟୁର୍ବେଦରେ ଏହାକୁ ଉତ୍ତେଜକ ଦ୍ରବ୍ୟ ଭାବେ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।[୪]
କିଆ ଅତର
ସମ୍ପାଦନାକିଆ ଫୁଲକୁ ଚନ୍ଦନ ତେଲରେ ମିଶାଯାଇ ଏକପ୍ରକାର ଅତର ପ୍ରସ୍ତୁତ କରାଯାଏ ଯାହା ଭାରତରେ ବହୁତ ଲୋକପ୍ରିୟ ଅଟେ । କିଆ ଅତରରେ ପ୍ରାୟ ୩-୫ ପ୍ରତିଶତ କିଆ ରସ ଏବଂ ବାକି ଚନ୍ଦନ ତେଲ ଅଟେ ।
କେୱଡା ଜଲ (ହାଇଡ୍ରୋସୋଲ)
ସମ୍ପାଦନାସୁବାସିତ ହାଇଡ୍ରୋସୋଲରେ ୦.୦୨ ପ୍ରତିଶତ କିଆଫୁଲ ତେଲ ଯାହାକୁ ରସଗୋଲା, ରସ ମଲେଇ, ଗୁଲାବଜାମୁ ପରି ମିଠାଜାତୀୟ ଖାଦ୍ୟ, ସିରପ, ଥଣ୍ଡାପାନୀୟ ଏବଂ ବିରିୟାନୀରେ ବ୍ୟବହାର କରାଯାଏ । ଏହାବ୍ୟତୀତ ପ୍ରସାଧନ ସାମଗ୍ରୀ, ଅଗରବତୀ, ତମାଖୁ ଆଦିରେ ମଧ୍ୟ ବ୍ୟବହାର କରାଯାଏ ।[୫]
ଗଞ୍ଜାମ କିଆ ଶିଳ୍ପ
ସମ୍ପାଦନାକିଆଫୁଲ ଏବଂ ସେଥିରୁ ପ୍ରସ୍ତୁତ ତେଲ ଏହି ଜିଲ୍ଲା ପାଇଁ ବିଶେଷ ଅଟେ । ଗଞ୍ଜାମର ପ୍ରାୟ ଚାରୋଟି ସାମୁଦ୍ରିକ ଅଞ୍ଚଳ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଗୋପାଳପୁରରେ ଏହି ଫୁଲ ଚାଷ କରାଯାଏ ।[୬] ଅତର ଶିଳ୍ପ ଛଡା ଗୁଟକା ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । କିଆଫୁଲରୁ ରସ ବାହାର କରିବାପାଇଁ ଜିଲ୍ଲାରେ ପ୍ରାୟ ୧୩୬ଟି ଭାଟି ରହିଛି ।[୭]
ଆଧାର
ସମ୍ପାଦନା- ↑ Dey, S.c. Fragrant Flowers for Homes and Gardens, Trade and Industry. Abhinav Publications. p. 150.
- ↑ "Certificate of Registration of Ganjam Kewda". Geographical Indications Registry of India.
- ↑ "Kewda Flower". Arena Flowers.
- ↑ "'Ketaki' — a cursed but useful flower". The Tribune. Retrieved April 1, 2002.
- ↑ "Kewra industry dying slow death in Odisha's Ganjam". The New Indian Express. 20th June 2019.
{{cite news}}
: Check date values in:|date=
(help) - ↑ "Kewda of South East Coastal, Odisha" (PDF). Centre for Enviromental Studies. Archived from the original (PDF) on 2020-10-24. Retrieved 2020-12-18.
- ↑ "Cyclones rob kewra of fragrance in Ganjam". The Times of India. Retrieved October 15, 2014.