ଗଜାନନ ମିଶ୍ର

ଜଣେ ଓଡ଼ିଆ ଭାଷାକର୍ମୀ ଓ ସାହିତ୍ୟିକ

ଗଜାନନ ମିଶ୍ର ଜଣେ ଓଡ଼ିଆ ଭାଷାକର୍ମୀ ଓ ସାହିତ୍ୟିକ ।[୧] ଓଡ଼ିଶାରେ ଅଦାଲତର ଭାଷା ଓଡ଼ିଆ ହେବାପାଇଁ ସେ ସଂଗ୍ରାମ କରିଛନ୍ତି ଓ ଏଥିପାଇଁ ୨୦୧୫ ମସିହାରେ ଆମରଣ ଅନଶନ ମଧ୍ୟ କରିଛନ୍ତି ।[୨] ଓକିଲାତିକୁ ସେ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି ।

ଗଜାନନ ମିଶ୍ର
ଦିଲ୍ଲୀରେ ଗଜାନନ ମିଶ୍ର
ଦିଲ୍ଲୀରେ ଗଜାନନ ମିଶ୍ର ।
ଜନ୍ମ (1960-04-03) ୩ ଅପ୍ରେଲ ୧୯୬୦ (ବୟସ ୬୪)
ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପିତାମାତା(s)ଭଗବାନ ମିଶ୍ର, ରାଧିକା ଦେବୀ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଗଜାନନ, ୧୯୬୦ ମସିହାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଟିକାପାଲିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମିଶ୍ର ଓ ମାତାଙ୍କ ନାମ ରାଧିକା ଦେବୀ । ବୃତ୍ତିରେ ସେ ଜଣେ ଓକିଲ ।

ସାହିତ୍ୟ ସର୍ଜନା ଓ ଭାଷା ସଂଗ୍ରାମ ସମ୍ପାଦନା

ଗଜାନନ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ଲେଖନୀ ଚାଳନା କରିଛନ୍ତି । ସେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ରଚନା କରନ୍ତି । ତାଙ୍କର ବହୁ ଲେଖା ହିନ୍ଦୀ ଭାଷାକୁ ଅନୁବାଦିତ ହୋଇଛି । ଓଡ଼ିଶାର ଅଦାଲତମାନଙ୍କରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବା ନିମନ୍ତେ ସେ ବହୁ ବର୍ଷ ଧରି ସଂଗ୍ରାମ କରିଆସିଛନ୍ତି । ୨୦୧୫ ମସିହା ଜୁଲାଇ ପହିଲାରୁ ସେ ଓଡ଼ିଆ ଭାଷାକୁ ଅଦାଲତର ଭାଷାକରିବା ପାଇଁ ଆମରଣ ଅନଶନ କରିଥିଲେ ।[୩]

ଟିଟିଲାଗଡ଼ର ସିରୋଲଠାରେ ପିଲାମାନଙ୍କ ମଧ୍ୟରେ ଭାଷାପ୍ରେମ ଉଦ୍ରେକ କରିବା ନିମନ୍ତେ ସେ ତପୋବନ ଏକାଡେମୀ ନାମରେ ଏକ ସଂସ୍ଥା ଗଠନ କରିଛନ୍ତି ।[୪]

ରଚନାବଳୀ ସମ୍ପାଦନା

  • ସର୍ବନାମ
  • ନଥିବା ଚିତ୍ର
  • ଷ୍ଟେସନ
  • କବିତାଘର
  • ଅହନିର୍ଶୀ
  • ଚରୈବେତୀ
  • ଗୋଟାପଣେ
  • କାଳକାଳ
  • ନାବ
  • ମହାରେଖା
  • ସଙ୍କେତ ଉଦ୍ଧବ
  • ପଞ୍ଚରାମା
  • କୁଶେର ପନା
  • ଦେଖନାବାଲା ଏକ୍ଲା
  • ଅମୃତ ସବୁ
  • ନଥିବା ଚିତ୍ର
  • ଅବ୍ଗି ନୂଆଁ
  • ଓଡ଼ିଆରେ ଓକିଲାତି
  • ଅବ୍ୟୟ
  • ଦେୱାନୀ ଏବଂ ଫୌଜଦାରୀ
  • ଅନଲି ହିଅର
  • କଣ୍ଟିଲୋ ଭାୟା[୫]

ଆଧାର ସମ୍ପାଦନା

  1. "ଗଜାନନ ମିଶ୍ର". www.odiasahitya.com. odiasahitya.com. Archived from the original on 2 December 2021. Retrieved 2 December 2021.
  2. "ତପୋବନର ତପସ୍ୱୀ". www.bhashaandolan.com. bhashaandolan.com. Archived from the original on 2 December 2021. Retrieved 2 December 2021. {{cite web}}: |archive-date= / |archive-url= timestamp mismatch; 25 ସେପ୍ଟେମ୍ବର 2020 suggested (help)
  3. "Odisha's language limbo: How Naveen Patnaik foiled a 300-day old agitation for use of Odia in official business". www.firstpost.com. firstpost. Archived from the original on 2 December 2021. Retrieved 2 December 2021. {{cite web}}: |archive-date= / |archive-url= timestamp mismatch; 21 ନଭେମ୍ବର 2020 suggested (help)
  4. "କବିତା ହୃଦୟରୁ ହୃଦୟକୁ ସଞ୍ଚରିତ ହୁଏ : ଗଜାନନ ମିଶ୍ର". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 2 December 2021. Retrieved 2 December 2021.
  5. "ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ". www.dharitri.com. ଧରିତ୍ରୀ. Archived from the original on 2 December 2021. Retrieved 2 December 2021.