ଆନନ୍ଦପୁର
ଆନନ୍ଦପୁର, କେନ୍ଦୁଝର ଜିଲ୍ଲାର ଏକ ସବଡ଼ିଭିଜନ, ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀ। ଆନନ୍ଦପୁର ସବଡ଼ିଭିଜନରେ ମୋଟ୍ ତିନୋଟି ବ୍ଲକ ଅଛି। ଏହା ମଧ୍ୟେ ଆନନ୍ଦପୁର ବ୍ଲକରେ ମୋଟ ୧୧୯ଟା ଗାଁ ଅଛି। [୧] ଆନନ୍ଦପୁର ଏକ ପୌରପରିଷଦ ।
ଆନନ୍ଦପୁର | |
— ସହର — | |
ଦିଗବାରେଣି | 21°13′N 86°07′E / 21.21°N 86.11°ECoordinates: 21°13′N 86°07′E / 21.21°N 86.11°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | କେନ୍ଦୁଝର |
MLA | ଶ୍ରୀ ଭାଗୀରଥୀ (BJD) |
ଲୋକସଂଖ୍ୟା | ୩୫,୦୪୩ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 43 metres (141 ft) |
ଅବସ୍ଥିତିସମ୍ପାଦନ କରନ୍ତୁ
ଆନନ୍ଦପୁର ସହର ବୈତରଣୀ କୂଳରେ ଅବସ୍ଥିତ। ବୈତରଣୀ ଏହର ଦକ୍ଷିଣ ଦିଗରେ ଅବସ୍ଥିତ। ବୈତରଣୀ ନଦୀ ଉପର ପୋଲ ଦେଇ ଆନନ୍ଦପୁର ସହର ଜାତୀୟ ରାଜପଥ ୨୦ ସହିତ ସଂଯୁକ୍ତ। ସମୁଦ୍ର ପତ୍ତନଠାରୁ ସହରର ଉଚ୍ଚତା ହେଉଛି ୪୩ ମିଟର। କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରୁ ୯୦ କିମି ଓ ମା' ତାରିଣୀ ପୀଠ ଘଟଗାଁଠାରୁ ୪୦ କିମି ପୂର୍ବ-ଦକ୍ଷିଣରେ ଆନନ୍ଦପୁର ସହର ଅବସ୍ଥିତ। କଟକରୁ ୧୨୦ କିମି ଓ ଭୁବନେଶ୍ୱରରୁ ୧୫୦ କିମି ଦୂରରେ ଜାତୀୟ ରାଜପଥ ୧୬ ଏବଂ ୨୦ ଯୋଗେ ଆନନ୍ଦପୁର ସଂଯୁକ୍ତ। ଭଦ୍ରକରୁ ଆନନ୍ଦପୁର ୪୪ କିମି ଦୂରରେ ରାଜ୍ୟ ରାଜପଥ ୫୩ଦ୍ୱାରା ସଂଯୁକ୍ତ।
ଇତିହାସସମ୍ପାଦନ କରନ୍ତୁ
ଆନନ୍ଦ ବା ଖୁସି ଉଲ୍ଲାସର ସ୍ଥାନ ଭାବରେ ସହରର ନାମକରଣ ଆନନ୍ଦପୁର ହୋଇଥିବା ବୟସ୍କ ଲୋକମାନେ କୁହନ୍ତି।
ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ
- ହଦଗଡ଼: ମନୋରମ ପ୍ରାକୃତିକ ପରିବେଶ ଭିତରେ ସାଳନ୍ଦୀ ନଦୀର ଜଳଭଣ୍ଡାର। ଶୀତ ଋତୁରେ ବଣଭୋଜି ପାଇଁ ଅନେକ ପର୍ଯ୍ୟଟକ ସମାଗମ ହୁଅନ୍ତି। ଆନନ୍ଦପୁରରୁ ଦୂରତା ପ୍ରାୟ ୩୦ କିମି।
- ଚକ୍ରତୀର୍ଥ: ବୌଦ୍ଧ କିର୍ତ୍ତୀ ଓ ପ୍ରାକୃତିକ ପରିବେଶ।
- ଗଡ଼ଚଣ୍ଡୀ ମନ୍ଦିର: ଦେବୀ ପୀଠ ଓ ବଣଭୋଜି ସ୍ଥାନ। ସହରରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ।
ଶିକ୍ଷାନୁଷ୍ଠାନସମ୍ପାଦନ କରନ୍ତୁ
- ଆନନ୍ଦପୁର ମହାବିଦ୍ୟାଳୟ, ଆନନ୍ଦପୁର
- ଆନନ୍ଦପୁର ୟୁ ଜି ଏମ୍ ଇ ବିଦ୍ୟାଳୟ
- ଆନନ୍ଦପୁର ଉପ୍ରା ବିଦ୍ୟାଳୟ
- ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
- ବ୍ରାହ୍ମଣୀଦେବୀ ଉପ୍ରା ବିଦ୍ୟାଳୟ, ଆନନ୍ଦପୁର୍
- ବ୍ରଜବନ୍ଧୁ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର
- ସରସ୍ୱତୀ ଶିଶୁ ମନ୍ଦିର, ଆନନ୍ଦପୁର
ଆଧାରସମ୍ପାଦନ କରନ୍ତୁ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |