ଖ୍ରୀଷ୍ଟୋଦାସ ଲୁଗୁନ
ଖ୍ରୀଷ୍ଟୋଦାସ ଲୁଗୁନ (୩ ମାର୍ଚ୍ଚ ୧୯୩୦ - ୦୩ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଖ୍ରୀଷ୍ଟୋଦାସ ଲୁଗୁନ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପର ଅଧିକାରୀ | ପ୍ରେମ ଚାନ୍ଦ ଭଗତ |
ନିର୍ବାଚନ ମଣ୍ଡଳୀ | ବୀରମିତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ମାର୍ଚ୍ଚ ୧୯୩୦ |
ମୃତ୍ୟୁ | ୩ ଅପ୍ରେଲ ୧୯୯୭ | (ବୟସ ୬୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଝାଡ଼ଖଣ୍ଡ ପାର୍ଟି |
ଜୀବନ ସାଥୀ | ଏସ୍ରାମ୍ ଲାଗୁନ |
ବାପା/ବୋଉ | ସାମୁଏଲ୍ ଲାଗୁନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଖ୍ରୀଷ୍ଟୋଦାସ ଲୁଗୁନ ୧୯୩୦ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାମୁଏଲ୍ ଲାଗୁନ ଓ ପତ୍ନୀଙ୍କ ନାମ ଏସ୍ରାମ୍ ଲାଗୁନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୨]
ରାଜନୈତିକ ଜୀବନ
ସମ୍ପାଦନାଖ୍ରୀଷ୍ଟୋଦାସ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାଖ୍ରୀଷ୍ଟୋଦାସ ଲୁଗୁନ ୧୯୯୭ ମସିହାର ଅପ୍ରେଲ ୩ରେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Christodas Lagun". odishaassembly.nic.in. Odisha Assembly. Retrieved 13 October 2020.