ଖୁସୱନ୍ତ ସିଂହ
ଖୁସୱନ୍ତ ସିଂହ( ଜନ୍ମ ନାମ ଖୁସହାଲ ସିଂହ, ୨ ଫେବୃୟାରୀ ୧୯୧୫ - ୨୦ ମାର୍ଚ୍ଚ ୨୦୧୪) ଜଣେ ଲେଖକ, ଅଇନଜୀବି, ସାମ୍ବାଦିକ, ରାଷ୍ଟ୍ରଦୂତ ଓ ରାଜନେତା ଥିଲେ । ୧୯୪୭ରେ ଭାରତ ବିଭାଜନର ସ୍ମୃତି ତାଙ୍କୁ "ଟ୍ରେନ୍ ଟୁ ପାକିସ୍ତାନ" ବହି ଲେଖିବାକୁ ଉତ୍ସାହିତ କରିଥିଲା ।[୧][୨] ଏହି ଉପନ୍ୟାସକୁ ନେଇ ୧୯୯୮ ମସିହାରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।
ଖୁସୱନ୍ତ ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଖୁସୱନ୍ତ ସିଂହ ୨ ଫେବୃଆରୀ ୧୯୧୫ ହଦଳି, ବ୍ରିଟିଶ ଭାରତ, ପଞ୍ଜାବ, ପାକିସ୍ତାନ |
ମୃତ୍ୟୁ | ୨୦ ମାର୍ଚ୍ଚ ୨୦୧୪ ନୂଆ ଦିଲ୍ଲୀ, ଭାରତ | (ବୟସ ୯୯)
ବୃତ୍ତି | ସାମ୍ବାଦିକ, ଲେଖକ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଷ୍ଟିଫେନ୍ସ କଲେଜ କିଙ୍ଗସ୍ କଲେଜ, ଲଣ୍ଡନ ମଡର୍ଣ ବିଦ୍ୟାଳୟ, ଦିଲ୍ଲୀ |
ସିଂହଙ୍କ ଜନ୍ମ ପଞ୍ଜାବରେ ଓ ସେ ଶିକ୍ଷା ଦିଲ୍ଲୀରେ ଶିକ୍ଷାଲାଭ କରିଥିଲେ । ସେ ଦିଲ୍ଲୀର ସେଣ୍ଟ ଷ୍ଠିଫେନ୍ସ ମହାବିଦ୍ୟାଳୟରେ ପଢ଼ିଲା ପରେ ଲଣ୍ଡନର କିଙ୍ଗସ୍ ବିଦ୍ୟାଳୟରେ ଆଇନ ପଢ଼ିଥିଲେ । ୮ ବର୍ଷ ଲାହୋର ଅଦାଲତରେ ଆଇନଜୀବି ଭାବେ କାମ କରିବା ପରେ, ସେ ୧୯୪୭ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ୧୯୫୧ ମସିହାରେ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା) ସାମ୍ବାଦିକ ଭାବେ ଯୋଗଦେଇଥିଲେ, ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ତାଙ୍କ ଲେଖାରେ କଟୁ ଧର୍ମନିରପକ୍ଷତା, କଟାକ୍ଷ ଓ କବିତା ପ୍ରେମ ଦେଖିବାକୁ ମିଳେ ।[୩]। ୧୯୭୦ରୁ ୧୯୮୦ ମଧ୍ୟରେ ସେ ବହୁ ପତ୍ରିକା ଓ ଖବରକାଗଜର ସମ୍ପାଦନା କରିଥିଲେ । ୧୯୮୦-୧୯୮୬ ଯାଏଁ ସେ ଭାରତୀୟ ରାଜ୍ୟ ସଭାର ସାଂସଦ ଥିଲେ ।
ଖୁସୱନ୍ତ ସିଂହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସ୍କୃତ କରାଯାଇଥିଲା । ସେ ୧୯୮୪ ମସିହାରେ ଅପରେସନ୍ ବ୍ଲୁ ଷ୍ଟାରକୁ ବିରୋଧ କରି ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଂହଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ ଦିଆଯାଇଥିଲା ।[୪] ତାଙ୍କ ଜେଜେମା କିନ୍ତୁ ଯୁକ୍ତି କରୁଥିଲେ ଯେ, ସେ ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିଲେ, ତେଣୁ ପରବର୍ତ୍ତୀ ସମୟରେ ଖୁସୱନ୍ତ ନିଜ ଜନ୍ମଦିନକୁ ଅଗଷ୍ଟ ୧୫ ତାରିଖ କରିଦେଇଥିଲେ ।[୧] ଶୋଭା ସିଂହ ଦିଲ୍ଲୀରେ ଜଣେ ସ୍ଥପତି ଥିଲେ ।[୫] ତାଙ୍କ କକା ସର୍ଦାର ଉଜ୍ଜ୍ୱଳ ସିଂହ ପଞ୍ଜାବ ଓ ତାମିଲନାଡୁର ରାଜ୍ୟପାଳ ଥିଲେ ।
ପ୍ରାରମ୍ବିକ ଜୀବନ
ସମ୍ପାଦନାଖୁସୱନ୍ତ ପଞ୍ଜାବର ହଦାଲିଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ ହଦାଲି ବର୍ତ୍ତମାନ ପାକିସ୍ତାନରେ । ତାଙ୍କ ପିତାଙ୍କ ନାମ ଶୋଭା ସିଂହ ଓ ମାତାଙ୍କ ନାମ ବୀରନ ବାଈ ଥିଲା । ସଠିକ ଜନ୍ମଦିନ ମନେ ନଥିଲେ ମଧ୍ୟ, ଦିଲ୍ଲୀର ମଡ଼ର୍ଣ୍ଣ ସ୍କୁଲରେ ନାମଲେଖା ସମୟରେ ତାଙ୍କ ଜନ୍ମଦିନ ୦୨ ଫେବୃଆରୀ ୧୯୧୫ ବୋଲି ଲେଖା ଯାଇଥିଲା ।[୬]
ଖୁସୱନ୍ତ ଜନ୍ମ ହେଲାବେଳକୁ, ଜେଜେମା ତାଙ୍କ ନାଁ ରଖିଥିଲେ ଖୁସହାଲ ସିଂହ ଅର୍ଥାତ ସମୃଦ୍ଧ ସିଂହ । ତାଙ୍କ ଡାକ ନାମ ଥିଲା "ସେଲି" । ଏହି ସେଲି ନାମକୁ ନେଇ ତାଙ୍କ ସାଙ୍ଗସାଥୀମାନେ ତାଙ୍କର ମଜା ଉଡେଇବାରୁ ସେ ନିଜ ନାମ ଖୁସୱନ୍ତ ରଖିଥିଲେ, ଯାହା ତାଙ୍କ ବଡ଼ ଭାଇ ଭଗୱନ୍ତଙ୍କ ନାମ ସହିତ ମିଶୁଥିଲା ।[୭] ୧୯୨୦ ମସିହାରେ ସେ ଦିଲ୍ଲୀ ମଡ଼ର୍ଣ୍ଣ ସ୍କୁଲରେ ନାମ ଲେଖାଇ, ସେଠାରେ ୧୯୩୦ ଯାଏଁ ପଢ଼ିଥିଲେ । ସେହି ସ୍କୁଲରେ ହିଁ ସେ ନିଜର ଭବିଷ୍ୟତର ପତ୍ନୀ କନ୍ୱଲ ମଲ୍ଲିକଙ୍କୁ ପ୍ରଥମେ ଭେଟିଥିଲେ । କଣ୍ୱଲ, ଖୁସୱନ୍ତଙ୍କର ଗୋଟିଏ ବର୍ଷ ତଳ ଶ୍ରେଣୀରେ ପଢୁଥିଲେ । ପରେ ସେ ଲୋହୋରର ସରକାରୀ ମହାବିଦ୍ୟାଳୟ, ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଲଣ୍ଡନର କିଙ୍ଗସ କଲେଜରୁ ପାଠ ପଢ଼ିଥିଲେ । ସେ ଲଣ୍ଡନର "ଇନର ଟେମ୍ପୁଲ"ରୁ ଲ' ପଢ଼ିଥିଲେ ।[୮][୯]
ବୃତିଗତ ଜୀବନ
ସମ୍ପାଦନା୧୦୩୯ ମସିହାରେ ଖୁସୱନ୍ତ ଓକିଲାତିରୁ ନିଜ ବୃତ୍ତିଗତ ଜୀବନ ଆରମ୍ବ କରିଥିଲେ । ଲାହୋର ଉଚ୍ଚ ନ୍ୟାୟାଳୟରେ ସେ ୮ ବର୍ଷ ଓକିଲାତି କରିଥିଲେ । ୧୯୪୭ରେ ସ୍ୱାଧୀନତା ପରେ ସେ "ଭାରତୀୟ ବିଦେଶ ସେବା"ରେ ଯୋଗ ଦେଇଥିଲେ । ପ୍ରଥମେ ସେ କାନାଡ଼ାରେ ଭାରତର ସୂଚନା ଅଧିକାରୀ ଭାବରେ ଯୋଗ ଦେଇଥିଲେ । ଭାରତୀୟ ବିଦେଶ ସେବା ଅଧିକାରୀ ଭାବରେ ସେ ଲଣ୍ଡନ ଓ ଅଟାୱାରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୧ରେ ସେ ଆକାଶବାଣୀରେ ଜଣେ ସାମ୍ବାଦିକ ଭାବରେ ଯୋଗ ଦେଇଥିଲେ ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ ।[୧୦][୧୧] ୧୯୫୬ରେ ଭାରତ ସରକାରଙ୍କର ମୁଖପତ୍ର ଭାବରେ "ଯୋଜନା" ପତ୍ରିକା ଆରମ୍ଭ କରି ଏହାର ସମ୍ପାଦନା ଆରମ୍ଭ କରିଥିଲେ ।[୧୨] ସେ "ଇଲୁଷ୍ଟ୍ରେଟେଡ଼ ଉଇକ୍ଲି", "ନେସନାଲ ହେରାଲ୍ଡ" ଓ "ହିନ୍ଦୁସ୍ତାନ ଟାଇମ୍ସ"ରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୩][୧୪] ସେ ଇଲୁଷ୍ଟ୍ରେଟେଡ଼ ଉଇକ୍ଲିରେ କାମ କରୁଥିବା ବେଳେ ଏହାର ବିକ୍ରୀ ୬୫ ହଜାରରୁ ବଢ଼ି ୪ଲକ୍ଷ ହୋଇ ପାରିଥିଲା । ସେଠାରେ ୯ ବର୍ଷ କାର୍ଯ୍ୟକଲା ପରେ, ୧୯୭୮ ଜୁଲାଇ ୨୫ ତାରିଖରେ ତାଙ୍କୁ ବହିସ୍କାର କରାଯାଇଥିଲା ।[୧୫] [୧୫] ଖୁସୱନ୍ତ ସିଂହଙ୍କ ବହିସ୍କାର ପରେ ଏହି ଖବରକାଗଜର ବିକ୍ରୀ ହ୍ରାସ ପାଇଥିଲା ।[୧୬] ୨୦୧୬ରେ ଖୁସୱନ୍ତ ସିଂହ ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ ।[୧୭]
ରାଜନୈତିକ ଜୀବନ
ସମ୍ପାଦନା୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ଖୁସୱନ୍ତ ରାଜ୍ୟ ସଭାର ସଦସ୍ୟ ଥିଲେ । ୧୯୭୪ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୪ରେ "ଅପରେସନ ବ୍ଲୁ ଷ୍ଟାର"କୁ ବିରୋଧ କରି ସେ ପଦ୍ମଶ୍ରୀ ପୁରସ୍କାରେ ଫେରେଇ ଦେଇଥିଲେ ।[୧୮] ୨୦୦୭ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସ ସରକାରକୁ ଖୁସୱନ୍ତ ସମର୍ଥନ କରୁଥିଲେ ବୋଲି କୁହା ଯାଉଥିଲା । ଇସ୍ରାଏଲ ଦେଶର ସେ ସମର୍ଥକ ଥିଲେ ଓ ୧୯୭୦ରେ ସେହି ଦେଶ ଭ୍ରମଣରେ ଯାଇଥିଲେ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଖୁସୱନ୍ତ, ନିଜ ପିଲାଦିନର ସାଙ୍ଗ କଣ୍ୱଲ ମଲ୍ଲିକଙ୍କୁ ବିବାହ କରିଥିଲେ । ଦୁହେଁ ପ୍ରଥମେ ସ୍କୁଲରେ ଓ ପରେ ଆଇନ ଏକାଠି ପଢ଼ିଥିଲେ । ତାଙ୍କ ପୁତ୍ରଙ୍କ ନାମ ରାହୁଲ ସିଂହ ଓ କନ୍ୟାଙ୍କ ନାମ ମାଲା । କଣ୍ୱଲଙ୍କର ୨୦୦୧ ମସିହାରେ ନିଧନ ହୋଇଥିଲା । ଖୁସୱନ ଦିଲ୍ଲୀର ଖାନ ମାର୍କୈଟ ନିକଟସ୍ଥ "ସୁଜନ ସିଂହ ପାର୍କ" ଆପାର୍ଟମେଣ୍ଟରେ ରହୁଥିଲେ । ଏହି ଆପାର୍ଟମେଣ୍ଟ ତାଙ୍କ ପିତା ଶୋଭା ସିଂହ ନିର୍ମାଣ କରିଥିଲେ ଓ ଜେଜେବାପା ସୁଜନ ସିଂହଙ୍କ ନାମରେ ନାମିତ କରିଥିଲେ ।[୧୯] ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ "ଅମୃତା ସିଂହ" ଓ ଟିସ୍କା ଚୋପ୍ରା ଖୁସୱନ୍ତଙ୍କର ଜ୍ଞାତି କୁଟୁମ୍ବ ।[୨୦]ଖୁସୱନ୍ତ ନାସ୍ତିକ ଥିଲେ ଓ କୌଣସି ଧର୍ମ ପ୍ରତି ତାଙ୍କର ଆସକ୍ତି ନଥିଲା ।[୨୧]
ମୃତ୍ୟୁ
ସମ୍ପାଦନା୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଂହଙ୍କ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଥିଲେ । ଦିଲ୍ଲୀର ଲୋଧି ସ୍ମଶାନରେ ତାଙ୍କୁ ସମାଧୀ ଦିଆଯାଇଥିଲା[୩]।
୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ଶୋକ ସନ୍ଦେଶ ଲେଖିଥିଲେ । ଏହି ଲେଖାର ଶିରୋନାମା ଥିଲା "Sardar Khushwant Singh Dead":
ଆମେ ଦୁଃଖର ସହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସୱନ୍ତ ସିଂହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହୋଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳୟର ଅନ୍ୟ କିଛି ବିଚାରପତିମାନେ ଫୋନ କରିଥିଲେ ।[୨୨]
ସେ ନିଜ ସମାଧୀ ସନ୍ଦେଶ ଇଂରାଜୀ ଲେଖିଥିଲେ, ଯାହାର ମର୍ମାନୁବାଦ ଥିଲା :
ଶୋଇଥିବା ଲୋକଟି ନା ମଣିଷକୁ ଛାଡିଥିଲା ନା ଭଗବାନଙ୍କୁ
ତା ପାଇଁ ଲୁହା ଝରାଅନା, ସେ ମାଟି ପରି ହୀନ ଥିଲା
ଖରାପ ଜିନିଷ ଲେଖିବାକୁ ତାକୁ ଭଲ ଲାଗୁଥିଲା
ଧନ୍ୟବାଦ ଭଗବାନ,ସେ ବଦମାସଟା ମରିଗଲା ।[୨୩]
ଖୁସୱନ୍ତଙ୍କ ଶେଷକର୍ମ ପରେ, ତାଙ୍କ ପାଉଁଶକୁ ହଦାଲି ସ୍କୁଲରେ ପୋତି ଦିଆଯାଇଥିଲା । ସେଠାରେ ରଖାଯାଇଥିବା ସ୍ମୃତି ଫଳକରେ ଲେଖା ଯାଇଥିଲା :
ସର୍ଦାର ଖୁସୱନ୍ତ ସିଂହଙ୍କ ସ୍ମୃତିରେ
(୧୯୧୫-୨୦୧୪)
ଜଣେ ଶିଖ, ପଣ୍ଡିତ ଓ ହଦାଲି(ପଞ୍ଜାବ)ର ପୁତ୍ର
ଏଇଟି ମୋର ଭିଟାମାଟି । ମୁଁ ଏହାକୁ ଲୁହ ସିଞ୍ଚି ସମୃଦ୍ଧ କରିଛି ।[୨୪]
ରଚନାବଳୀ
ସମ୍ପାଦନା- The Mark of Vishnu and Other Stories, (Short Story) 1950[୨୫]
- The History of Sikhs, 1953
- Train to Pakistan, (Novel) 1956[୨୫]
- The Voice of God and Other Stories, (Short Story) 1957[୨୫]
- I Shall Not Hear the Nightingale, (Novel) 1959[୨୫]
- The Sikhs Today, 1959[୨୫]
- The Fall of the Kingdom of the Punjab, 1962[୨୫]
- A History of the Sikhs, 1963[୨୬]
- Ranjit Singh: The Maharaja of the Punjab, 1963[୨୫]
- Ghadar 1915: India's first armed revolution, 1966[୨୫]
- A History of the Sikhs, 1966 (2nd edition)[୨୭]
- A Bride for the Sahib and Other Stories, (Short Story) 1967[୨୫]
- Black Jasmine, (Short Story) 1971[୨୫]
- Tragedy of Punjab'"
- The Collected Stories of Khushwant Singh, N.p., Ravi Dayal Publisher, 1989
- Delhi: A Novel, (Novel) 1990[୨୫]
- Not a Nice Man to Know: The Best of Khushwant Singh, 1993[୨୫]
- We Indians, 1993[୨୫]
- Women and Men in My Life, 1995[୨୫]
- Declaring Love in Four Languages, by Khushwant Singh and Sharda Kaushik, 1997
- India: An Introduction, by Khushwant Singh
- The Company of Women, (Novel) 1999[୨୫]
- Truth, Love and a Little Malice (an autobiography), 2002
- With Malice towards One and All
- The End of India, 2003[୨୫]
- Burial at the Sea, 2004[୨୫]
- Paradise and Other Stories, 2004[୨୫]
- A History of the Sikhs: 1469–1838, 2004[୨୮]
- Death at My Doorstep, 2005[୨୫]
- A History of the Sikhs: 1839–2004, 2005[୨୯]
- The Illustrated History of the Sikhs, 2006[୨୫]
- Why I Supported the Emergency: Essays and Profiles, 2009[୨୫]
- The Sunset Club, (Novel) 2010
- Gods and Godmen of India, 2012 ISBN 978-9-350-29244-0
- Agnostic Khushwant: There is no God, 2012 ISBN 978-9-381-43111-5
- The Good, the Bad and the Ridiculous, 2013 (Co-authored with Humra Qureshi)
- More Malicious Gossip 1989 - Collection of Writings
- Sex, Scotch & Scholarship, 1992 Collection of Writings
- Big Book of Malice, 2000, Collection of Writings
- Khushwantnama, The Lessons Of My Life, 2013
- The Freethinker's Prayer Book and Some Words To Live By, 2012
କ୍ଷୁଦ୍ର ଗଳ୍ପ
ସମ୍ପାଦନା- The Portrait of a Lady
- The Strain
- Success Mantra
- A Love Affair In London
- ना कहू से दोस्ती ना कहू से बैर
- The Wog
ନାଟକ
ସମ୍ପାଦନାTelevision Documentary: Third World—Free Press (also presenter; Third Eye series), 1983 (UK).[୩୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ Sengupta, Somini (20 March 2014). "Khushwant Singh, provocative Indian journalist, dies at 99". The New York Times. Retrieved 25 February 2018.
- ↑ Subramonian, Surabhi (20 March 2014). "India's very own literary genius Khushwant Singh passes away, read his story". dna. Diligent Media Corporation Ltd. Retrieved 7 May 2015.
- ↑ ୩.୦ ୩.୧ TNN (20 March 2014). "Khushwant Singh, journalist and writer, dies at 99". The Times of India. Retrieved 21 March 2014.
- ↑ TNT (28 January 2008). "Those who said no to top awards". The Times of India. Retrieved 7 May 2015.
- ↑ Singh, Ranjit (2008). Sikh Achievers. New Delhi: Hemkunt Publishers. p. 168. ISBN 978-8-17-01036-53.
- ↑ Singh, Rahul (2008). "The Man in the Light Bulb: Khushwant Singh". In Dharker, Anil (ed.). Icons: Men & Women Who Shaped Today's India. New Delhi: Lotus Collection, an imprint of Roli Books. ISBN 978-81-7436-612-2.
- ↑ Singh, Khushwant (19 February 2001). "The Kh Factor". Outlook. Retrieved 7 May 2015.
- ↑ Vinita Rani, "Style and Structure in the Short Stories of Khushwant Singh. A Critical Study. Archived 2012-08-12 at the Wayback Machine.", PhD Thesis
- ↑ Singh, Khuswant (2000). Bhattacharjea, Aditya; Chatterji, Lola (eds.). The Fiction of St. Stephen's. New Delhi: Ravi Dayal Publisher. p. v. ISBN 978-8-17-53003-09.
- ↑ Press Trust of India (20 March 2014). "Khushwant Singh could easily switch roles from author to commentator and journalist". The Indian Express. Retrieved 21 March 2014.
- ↑ "Life and times of Khushwant Singh l". India Today. Retrieved 21 March 2014.
- ↑ "Yojana". Retrieved 18 September 2013.
- ↑ PTI (20 March 2014). "Khushwant Singh, renowned author and journalist, passes away". The Economic Times. Bennett, Coleman & Co. Ltd. Archived from the original on 5 March 2016. Retrieved 21 March 2016.
- ↑ "Khushwant Singh, 1915-". The South Asian Literary Recording Project. The Library of Congress (New Delhi). 2016. Retrieved 21 March 2016.
- ↑ ୧୫.୦ ୧୫.୧ {{cite book|title=Not a Nice Man To Know|chapter=Farewell to the Illustrated Weekly|editor=Nandini Mehta|author=Khushwant Singh|publisher=Penguin Books|year=1993|page=8|
- ↑ "Khushwant Singh's Journalism: The Illustrated Weekly of India". Sepiamutiny.com. Retrieved 9 August 2009.
- ↑ "TRIBUTE - Khushwant Singh". Limca Book of Records. Archived from the original on 8 August 2016. Retrieved 20 June 2016.
- ↑ "Those who said no to top awards". The Times of India. 20 January 2008. Retrieved 5 November 2008.
- ↑ "Making history with brick and mortar". Hindustan Times. 15 September 2011. Archived from the original on 5 December 2012.
- ↑ "Grandniece Tisca Chopra remembers granduncle Khushwant Singh". IANS. news.biharprabha.com. Retrieved 20 March 2014.
- ↑ Nayar, Aruti. "Staring into The Abyss: Khushwant Singh's Personal Struggles With Organized Religion". sikhchic.com. Retrieved 21 March 2014.
- ↑ Singh, Khushwant (16 October 2010). "How To Live & Die". Outlook. Retrieved 7 May 2015.
- ↑ PTI (20 March 2014). "Here lies one who spared neither man nor God: Khushwant's epitaph for himself". The Hindu. Retrieved 7 May 2015.
- ↑ Masood, Tariq (15 June 2014). "Khushwant Singh: The final homecoming". Tribune. Retrieved 7 May 2015.
- ↑ ୨୫.୦୦ ୨୫.୦୧ ୨୫.୦୨ ୨୫.୦୩ ୨୫.୦୪ ୨୫.୦୫ ୨୫.୦୬ ୨୫.୦୭ ୨୫.୦୮ ୨୫.୦୯ ୨୫.୧୦ ୨୫.୧୧ ୨୫.୧୨ ୨୫.୧୩ ୨୫.୧୪ ୨୫.୧୫ ୨୫.୧୬ ୨୫.୧୭ ୨୫.୧୮ ୨୫.୧୯ ୨୫.୨୦ "Khushwant Singh". Open University. Retrieved 21 March 2014.
- ↑ Singh, Khushwant (1963). A History of the Sikhs. Princeton University Press.
- ↑ Singh, Khushwant (1966). A History of the Sikhs (2 ed.). Princeton University Press.
- ↑ Singh, Khushwant (2004). A History of the Sikhs: 1469–1838 (2, illustrated ed.). Oxford University Press. p. 434. ISBN 9780195673081. Retrieved 7 July 2009.
- ↑ Singh, Khushwant (2005). A History of the Sikhs: 1839–2004 (2, illustrated ed.). Oxford University Press. p. 547. ISBN 9780195673098. Retrieved 7 July 2009.
- ↑ "Third Eye: Third World – Free Press?". BFI. Archived from the original on 22 March 2014. Retrieved 21 March 2014.