ଖାସ ମହଲ
ଖାସ ମହଲ (ପାର୍ସୀ: خاص محل), ଅର୍ଥାତ "ରାଜପ୍ରାସାଦର ଉତ୍କୃଷ୍ଟ", ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ଜଣେ ଧର୍ମପତ୍ନୀ ଥିଲେ ।
ଖାସ ମହଲ | |
---|---|
ଜୀବନସାଥୀ | ଜାହାଙ୍ଗୀର |
ବଂଶ | ତିମୁରିଦ ରାଜବଂଶ (ବିବାହ ପରେ) |
ବାପା | ଜୈନ ଖାନ କୋକା |
ଧର୍ମ | ଇସଲାମ ଧର୍ମ |
ପରିବାର
ସମ୍ପାଦନାଖାସ ମହଲ ଜୈନ ଖାନ କୋକାଙ୍କ ଝିଅ ଥିଲେ ।[୧] ଜୈନ ଖାନ; ହେରାତର ଖାୱାଜା ମାକସୁଦ ଏବଂ ସମ୍ରାଟ ଆକବରଙ୍କ ପାଳିତ ମାତା ପିଜା ଜନ ଅଙ୍ଗାଙ୍କ ପୁତ୍ର ଥିଲେ ।[୨] ଖାନଙ୍କ ପିତାମହ ଖାୱାଜା ହାସନଙ୍କ ଝିଅ ସାହିବ ଜମାଲ ଜାହାଙ୍ଗୀରଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ପୁଅ ପ୍ରିନ୍ସ ପାର୍ବିଜ ମିର୍ଜାଙ୍କ ମା' ଥିଲେ । [୩]
ଖାସ ମହଲଙ୍କର ଜାଫର ଖାନ ଏବଂ ମୋଗଲ ଖାନ ନାମକ ଦୁଇ ଭାଇ ଥିଲେ ।ଜାଫର, ଆକବର ଏବଂ ଜାହାଙ୍ଗୀରଙ୍କ[୪] ଅଧୀନରେ ରହି ସେବା କରିଥିଲେ ଏବଂ ୧ ମାର୍ଚ୍ଚ ୧୬୨୨ ମସିହାରେ ମୃତ୍ୟୁ ବରଣ କରିଥିଲେ ।[୫] ପରେ ମୋଗଲ ଖାନ, ଜାହାଙ୍ଗୀର ଏବଂ ତାଙ୍କ ପୁଅ ଶାହଜାହାନଙ୍କ ଅଧୀନରେ ରହି ସେବା କରିଥିଲେ ଏବଂ ୧ ଜୁଲାଇ ୧୬୫୭ ମସିହାରେ ମୃତ୍ୟୁ ବରଣ କରିଥିଲେ ।[୬] ଖାସ ମହଲଙ୍କ ଭଉଣୀ ଆକବରଙ୍କ ପାଳିତ ଭାଇ ମିର୍ଜା ଅଜିଜ କୋକାଙ୍କ ପୁଅ ମିର୍ଜା ଅନୱାରଙ୍କୁ ବିବାହ କରିଥିଲେ ।[୭]
ବିବାହ
ସମ୍ପାଦନା୧୫୯୬ ମସିହାରେ ପ୍ରିନ୍ସ ସଲିମ (ଭବିଷ୍ୟତର ସମ୍ରାଟ ଜାହାଙ୍ଗୀର) ତାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଏହି ପ୍ରସ୍ତାବକୁ ନେଇ ଆକବର ଅସନ୍ତୁଷ୍ଟ ଥିଲେ ।[୮] ଆକବରଙ୍କ ଆପତ୍ତିର କାରଣ ହେଉଛନ୍ତି ସାହିବ ଜମାଲ, ଯିଏକି ସଲିମଙ୍କୁ ବିବାହ କରିସାରିଥିଲେ । ତେଣୁ ଆକବର ନିକଟସ୍ଥ ସମ୍ପର୍କୀୟ ହେତୁ ବିବାହକୁ ବିରୋଧ କରିଥିଲେ ।[୯]
ଅବଶ୍ୟ, ଯେତେବେଳେ ଆକବର ଦେଖିଲେ ଯେ ଏହି କଥାକୁ ନେଇ ସଲିମଙ୍କ ଉପରେ ପ୍ରଭାବ ପଡିଛି, ସେତେବେଳେ ସେ ତାଙ୍କୁ ସମ୍ମତି ଦେଇଥିଲେ । ପରେ ଏହି ବିବାହ ୧୮ ଜୁନ ୧୫୯୬ ମସିହାରେ ଡୋଭେଜର ସମ୍ରାଟ ହମିଦା ବାନୁ ବେଗମଙ୍କ ଘରେ ହୋଇଥିଲା ।
ଯେତେବେଳେ ଜାହାଙ୍ଗୀର ସିଂହାସନ ଆରୋହଣ କଲେ, ଖାସ ମହଲ ସମ୍ରାଟ ହେଲେ । ଇଂରାଜୀ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତିନିଧୀ ସାର ୱିଲିୟମ ହକିନ୍ସ ତାଙ୍କୁ ଜାହାଙ୍ଗୀରଙ୍କର ମୁଖ୍ୟ ପତ୍ନୀମାନଙ୍କ ମଧ୍ୟରେ ଉଲ୍ଲେଖ କରିଥିଲେ ।
ସ୍ଥାପତ୍ୟ
ସମ୍ପାଦନା୧୬୪୨-୧୬୪୩ ମସିହାରେ, ଖାସ ମହଲ ଦିଲ୍ଲୀର ନିଜାମୁଦ୍ଦିନ ପଡ଼ିଆରେ ଥିବା ପୁରୁଣା ଦୁର୍ଗ ନିକଟରେ ଏକ ପ୍ରାସାଦ ନିର୍ମାଣ କରିଥିଲେ ।[୧୦][୧୧][୧୨]
ଆଧାର
ସମ୍ପାଦନା- ↑ Desai, Ziyaud-Din A. (2003). Purā-prakāśa: Recent Researches in Epigraphy, Numismatics, Manuscriptology, Persian Literature, Art, Architecture, Archaeology, History and Conservation: Dr. Z.A. Desai Commemoration Volume, Volume 1. Bharatiya Kala Prakashan. p. 281. ISBN 978-8-180-90007-5.
- ↑ Walthall, Anne (June 10, 2008). Servants of the Dynasty: Palace Women in World History. University of California Press. p. 103. ISBN 978-0-520-25443-5.
- ↑ Beale, Thomas William (1881). The Oriental Biographical Dictionary. Asiatic Society. pp. 216.
- ↑ Shīrāzī, Kāmī (2003). Fath nama-i Nur Jahan Begam. Rampur Raza Library. p. 36. ISBN 978-8-187-11360-7.
- ↑ Jahangir, Emperor; Thackston, Wheeler McIntosh (1999). The Jahangirnama : memoirs of Jahangir, Emperor of India. Washington, D. C.: Freer Gallery of Art, Arthur M. Sackler Gallery, Smithsonian Institution; New York: Oxford University Press. pp. 376. ISBN 978-0-19-512718-8.
- ↑ Abū al-Fazl ibn Mubārak (1874). The Ain i Akbari, Volume I. Rouse. p. 346.
- ↑ Bhakkari, Shaikh Farid (1993). The Dhakhiratul-khawanin: a biographical dictionary of Mughal noblemen. Idarah-i Adabiyat-i Dehli. p. 117.
- ↑ Awangābādī, Shāhnavāz Khān; Prasad, Baini; Shāhnavāz, 'Abd al-Hayy ibn (1979). The Maāthir-ul-umarā: Being biographies of the Muḥammadan and Hindu officers of the Timurid sovereigns of India from 1500 to about 1780 A.D. Janaki Prakashan. p. 1027.
- ↑ Beveridge, Henry (1907). Akbarnama of Abu'l-Fazl ibn Mubarak - Volume III. Asiatic Society, Calcutta. pp. 1058–9 n. 3.
- ↑ Parihar, Subhash (January 1, 2008). Land transport in Mughal India: Agra-Lahore Mughal highway and its architectural remains. Aryan Books International. p. 84. ISBN 978-8-173-05335-1.
- ↑ Archeological Survey of India (1990). Annual Report. Swati Publications. p. 24.
- ↑ Khan, Sir Sayyid Ahmad (1978). Monuments of Delhi: Historical Study. Ambika. p. 57.