ଖାଦ୍ୟ ଆଲର୍ଜି ଦେହରେ ଜାତ ହେଉଥିବା ଏକ ଅସ୍ୱାଭାବିକ ଇମ୍ମ୍ୟୁନ ପ୍ରତିକ୍ରିୟା । ଏହାର ଚିହ୍ନ ଓ ଲକ୍ଷଣମାନ ଅତି ସାଧାରଣରୁ ଅତି ଗମ୍ଭୀର ହୋଇପାରେ । ଗଲୁ କରିବା, ଜିଭ ଫୁଲିବା, ବାନ୍ତି ହେବା, ତରଳ ଝାଡ଼ା, ହାଇଭସ, ଶ୍ୱାସକ୍ରିୟା ସମସ୍ୟା କିମ୍ବା ନିମ୍ନ ରକ୍ତଚାପ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ପ୍ରଭାବିତ ହେବାର କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ । ଏହି ଲକ୍ଷଣ‌ଗୁଡ଼ିକ ଅତି ଗମ୍ଭୀର ଧରଣର ହେଲେ ଆନାଫାଇଲାକ୍ସିସ (anaphylaxis) ନାମ ଦିଆଯାଏ । ଖାଦ୍ୟ ଅସ‌ହିଷ୍ଣୁତାଖାଦ୍ୟ ବିଷାକ୍ତ‌ତାଦ୍ୱୟ ଏହାଠାରୁ ଅଲଗା ପ୍ରସଙ୍ଗ । []

ଖାଦ୍ୟ ଆଲର୍ଜି
ହାଇଭସ ଏକ ସାଧାରଣ ଲକ୍ଷଣ ଯାହା ପିଠିରେ ଦେଖାଯାଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିimmunology[*]
ଆଇସିଡ଼ି-୧୦T78.0
ଆଇସିଡ଼ି-୯-ସିଏମ୍V15.01-V15.05
ଓଏମ୍‌ଆଇଏମ୍147050
ମେଡ଼ିସିନ-ପ୍ଲସ000817
ଇ-ମେଡ଼ିସିନmed/806
MeSHD005512

ସାଧାରଣ ଖାଦ୍ୟ ଯାହା ଆଲର୍ଜି କରାଏ:- ଗାଈ କ୍ଷୀର, ଚିନାବାଦାମ, ଅଣ୍ଡା, ସେଲଫିସ୍ (shellfish), ବୃକ୍ଷ ବାଦାମ (tree nuts), ଗ‌ହ‌ମ, ଚାଉଳଫଳ[][][] ଦେଶ ଅନୁଯାୟୀ ଖାଦ୍ୟ ଆଲର୍ଜି ବଦଳେ । [] ଏହି ରୋଗର ଅନେକ ସଙ୍କଟଦାୟକ ପରିସ୍ଥିତି ଅଛି ଯେପରିକି ପାରିବାରିକ ଆଲର୍ଜି ଇତିହାସ, ଭିଟାମିନ ଡି ଅଭାବ, ମୋଟାପଣ ଓ ଅତ୍ୟଧିକ ପରିଚ୍ଛନ୍ନତା । [][] ଖାଦ୍ୟ କଣିକା ସ‌ହିତ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ (ଦେହସ୍ଥ ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ) ସଂଯୁକ୍ତ ହେଲେ ଆଲର୍ଜି ହୁଏ । [] ଖାଦ୍ୟରେ ଥିବା କୌଣସି ପ୍ରୋଟିନ ଯୋଗୁ ଏହା ହୁଏ । [] ହିସ୍ଟାମିନ ଭଳି ପ୍ରଦାହକାରୀ ରାସାୟନିକ ପଦାର୍ଥମାନଙ୍କୁ ଏହି ପ୍ରୋଟିନ ମୁକ୍ତ ବା ରିଲିଜ କରେ । [] ରୋଗ ଇତିହାସ, ଖାଦ୍ୟ ପରିତ୍ୟାଗ, ଚର୍ମଫୋଡ଼ା ଟେଷ୍ଟ (skin prick test), ଖାଦ୍ୟ ବିଶିଷ୍ଟତା ଆଇଜିଇ ଆଣ୍ଟିବଡି ରକ୍ତ ପରୀକ୍ଷା (blood tests for food-specific IgE antibodies) କିମ୍ବା ଓରାଲ ଫୁଡ ଚାଲେଞ୍ଜ ଇତ୍ୟାଦି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [][]

ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାକ୍ ପ୍ରଭାବ ହିତକାରୀ ହୋଇପାରେ । ପ୍ରଥମେ ଆଲର୍ଜି କରାଉଥିବା ଖାଦ୍ୟଠାରୁ ଦୂରରେ ରହିବା ସ‌ହିତ ରୋଗ ପ୍ରତିହତ ନିମନ୍ତେ ଏକ ପ୍ଲାନ ତିଆରି କରିବ ଉଚିତ । [] ଏହି ପ୍ଲାନ ଅନୁସାରେ ଆଡ୍ରେନାଲିନ ଦିଆଯାଏ ଓ ମେଡିକାଲ ଆଲର୍ଟ ଗ‌ହଣା ପିନ୍ଧିବା ଆବଶ୍ୟକ ହୋଇପାରେ । [] ଖାଦ୍ୟ ଆଲର୍ଜି ପ୍ରତି ଆଲର୍ଜେନ ଇମ୍ମ୍ୟୁନୋଥେରାପିର ଉପକାରୀତା ସ୍ପଷ୍ଟ ହୋଇ ନ ଥିବାରୁ ଏହା ଦେବାକୁ ୨୦୧୫ ସୁଦ୍ଧା ସୁପାରିସ କରାଯାଇ ନାହିଁ । [] କ୍ଷୀର, ଅଣ୍ଡା ଓ ସୋୟା ଆଦି କେତେକ ଖାଦ୍ୟ ପିଲାଦିନେ ଆଲର୍ଜି କରୁଥିଲେ ମଧ୍ୟ ବଡ଼ ହେଲେ ହୁଏ ନାହିଁ କିନ୍ତୁ ନଟ ଓ ସେଲଫିସ ଏହାର ବ୍ୟତିକ୍ରମ ହୁଏ । []

ବିକଶିତ ଦେଶମାନଙ୍କରେ ୪ରୁ ୮ % ଲୋକଙ୍କର ଅତି କମରେ ଗୋଟିଏ ଖାଦ୍ୟ ଆଲର୍ଜି ଥାଏ । [][] ପିଲାମାନଙ୍କର ଏହା ଅଧିକ ହୁଏ ଓ ସମୟକ୍ରମେ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ଝିଅ ପିଲାଙ୍କ ଅପେକ୍ଷା ପୁଅପିଲାମାନଙ୍କର ଅଧିକ ଆଲର୍ଜି ହୁଏ । []କେତେକ ପ୍ରକାରର ଆଲର୍ଜି ପିଲାବେଳେ ହୁଏ ଓ କେତେକ ବଡ଼ ହେଲା ପରେ ହୁଏ । [] ବିକଶିତ ଦେଶରେ ଜନସଂଖ୍ୟାର ଏହ ବୃହତ୍ ଅଂଶ ସେମାନଙ୍କର ଆଲର୍ଜି ନ ଥିଲେ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଅଛି । [][][]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ National Institute of Allergy and Infectious Diseases (July 2012). "Food Allergy An Overview" (pdf).
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Sicherer, SH.; Sampson, HA. (Feb 2014). "Food allergy: Epidemiology, pathogenesis, diagnosis, and treatment". J Allergy Clin Immunol. 133 (2): 291–307, quiz 308. doi:10.1016/j.jaci.2013.11.020. PMID 24388012.
  3. Nowak-Węgrzyn, A; Katz, Y; Mehr, SS; Koletzko, S (May 2015). "Non-IgE-mediated gastrointestinal food allergy". The Journal of allergy and clinical immunology. 135 (5): 1114–24. PMID 25956013.
  4. "Allergen Immunotherapy". April 22, 2015. Retrieved 15 June 2015.
  5. "Making sense of allergies" (PDF). Sense About Science. p. 1. Archived from the original (PDF) on 18 June 2015. Retrieved 7 June 2015.
  6. Coon, ER.; Quinonez, RA.; Moyer, VA.; Schroeder, AR. (Nov 2014). "Overdiagnosis: how our compulsion for diagnosis may be harming children". Pediatrics. 134 (5): 1013–23. doi:10.1542/peds.2014-1778. PMID 25287462.
  7. Ferreira, CT.; Seidman, E. "Food allergy: a practical update from the gastroenterological viewpoint". J Pediatr (Rio J). 83 (1): 7–20. doi:10.2223/JPED.1587. PMID 17279290.