ଖଣ୍ଡପଡ଼ା ଗଡ଼ଜାତ ରାଜ୍ୟ

ଅତୀତର ଗଡ଼ଜାତ ଅଞ୍ଚଳ
(ଖଣ୍ଡପଡ଼ା ରାଜ୍ୟରୁ ଲେଉଟି ଆସିଛି)

ଖଣ୍ଡପଡ଼ା ରାଜ୍ୟ ବ୍ରିଟିଶ ରାଜ ଅମଳରେ ଭାରତର ଏକ ଗଡ଼ଜାତ ଅଞ୍ଚଳ ଥିଲା । ବର୍ତ୍ତମାନ ଓଡ଼ିଶାପ୍ରଦେଶର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ।

ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ (Khandpara State)
ଖଣ୍ଡପଡ଼ା
ଗଡ଼ଜାତ ରାଜ୍ୟ of ବ୍ରିଟିଶ ଇଣ୍ଡିଆ
c. ୧୫୯୯–୧୯୪୮

Flag of Khandpara

Flag

Location of Khandpara
Location of Khandpara
Imperial Gazetteer of Indiaରେ ଖଣ୍ଡପଡ଼ା ରାଜ୍ୟ
History
 •  Established c. ୧୫୯୯
 •  ରାଜ୍ୟମାନଙ୍କ ସହ ମିଶି ସଂଯୁକ୍ତ ଗଣରାଜ୍ୟ ଭାରତ ହେବାପରେ ୧୯୪୮
Area
 •  ୧୯୦୧ ୬୩୨ km2 (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୬" । sq mi)
Population
 •  ୧୯୦୧ ୭୭୯୨୯ 
Density ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /km2  (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଅବସ୍ଥିତି ସମ୍ପାଦନା

ଖଣ୍ଡପଡ଼ା ରାଜ୍ୟର ଉତ୍ତର ସୀମାରେ ମହାନଦୀ ପ୍ରବାହିତ ହେଉଥିଲା । କାଳିଗିରି ନଦୀଠାରୁ କମେଇ ନଦୀ ପର୍ଯ୍ୟନ୍ତ ଏହାର ଶାସନ ସୀମା ପରିବ୍ୟାପ୍ତ ଥିଲା । ରାଜ୍ୟର ମୁଖ୍ୟ ସହର କଣ୍ଟିଲୋ ଥିଲା କିନ୍ତୁ ଏହାର ରାଜଧାନୀ ଖଣ୍ଡପଡ଼ାଠାରେ ଥିଲା ।[୧]

ଇତିହାସ ସମ୍ପାଦନା

ରେବା ରାଜ୍ୟର ନୃପତିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା ପ୍ରାରମ୍ଭରୁ ନୟାଗଡ଼ ରାଜ୍ୟର ଅଂଶ ବିଶେଷ ଥିଲା । ୧୫୯୯ରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଭାବେ ଯଦୁନାଥ ସିଂହ ମଙ୍ଗରାଜଙ୍କଦ୍ୱାରା ଅଲଗା ହୋଇଥିଲା । ସେ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ଶାସକ ଥିଲେ ଯେ ଓଡ଼ିଶା ମହାରାଜାଙ୍କଠାରୁ 'ମଙ୍ଗରାଜ' ଉପାଧିରେ ଭୂଷିତ ହୋଇଥିଲେ ।[୨] ଶାସକମାନେ ବାଘେଲା ବା ବାଘେଲା ରାଜବଂଶର ରାଜପୁତ ଥିଲେ । ୧୯୪୮ ଜାନୁଆରୀ ୧ ତାରିଖରେ ଖଣ୍ଡପଡ଼ା ରାଜ୍ୟର ଶେଷ ରାଜା ଭାରତରେ ମିଶ୍ରଣ ପାଇଁ ଚୁକ୍ତି କରିଥିଲେ । [୩]


ଶାସକଗଣ ସମ୍ପାଦନା

ଖଣ୍ଡପଡ଼ା ରାଜ୍ୟର ଶାସକମାନେ ରାଜା ନାମରେ ଭୂଷିତ ଥିଲେ । ଖଣ୍ଡପଡ଼ା ରାଜ ପରିବାରର ପ୍ରତୀକ ଥିଲା ବାଘମୁଣ୍ଡ । ରାଜ୍ୟର ଜାତୀୟ ଚିହ୍ନ ପଡ଼ୋଶୀ ନୟାଗଡ଼ ରାଜ୍ୟ ସହ ସମାନ ଥିଲା ।[୪]

ରାଜାମାନଙ୍କ ଶାସନକ୍ରମ ସମ୍ପାଦନା

  • ୧୫୯୯-୧୬୭୫ ଯଦୁନାଥ ସିଂହ ମଙ୍ଗରାଜ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ରାଜା
  • ୧୬୭୫ - ୧୭୦୯ ନାରାୟଣ ସିଂହ ମଙ୍ଗରାଜ
  • ୧୭୦୯ - ୧୭୨୩ ବାଲୁଙ୍କେଶ୍ୱର ସିଂହ ମଙ୍ଗରାଜ
  • ୧୭୨୩ - ୧୭୩୨ ବନମାଳୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୩୪ - ୧୭୭୦ ବୈରାଗୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୭୦ - ୧୭୯୪ ନୀଳାଦ୍ରି ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୭୯୪ - ୧୮୧୫ ନରସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୧୫ - ୧୮୨୧ ପୁରୁଷୋତ୍ତମ ମର୍ଦ୍ଦରାଜ ଭ୍ରମରବର ରାୟ
  • ୧୮୨୧ - ୧୮୪୨ କୃଷ୍ଣଚନ୍ଦ୍ର ସିଂହ ଭ୍ରମରବର ରାୟ
  • ୧୮୪୨ - ୧୮୬୭ କୁଞ୍ଜ ବିହାରୀ ସିଂହ ଭ୍ରମରବର ରାୟ
  • ୨୮ ଫେବୃଆରୀ ୧୮୬୭ - ୧୯୦୫ ନଟବର ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୮୩୭ - ମୃତ୍ୟୁ ୧୯୦୫)
  • ୧୯୦୫ - ୨୬ ଡିସେମ୍ବର ୧୯୨୨ - ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
  • ୨୬ ଡିସେମ୍ବର ୧୯୨୨ – ୧୫ ଅଗଷ୍ଟ ୧୯୪୭ ହରିହର ସିଂହ ଦେବ ମର୍ଦ୍ଦରାଜ ଭ୍ରମରବର ରାୟ (ଜନ୍ମ ୧୯୧୪ - ମୃତ୍ୟୁ ୧୯୭୭)

ଆଧାର ସମ୍ପାଦନା