କ୍ଲୋମିପ୍ରାମିନ
କ୍ଲୋମିପ୍ରାମିନ, ବିକ୍ରୟ ନାମ ଆନାଫ୍ରାନିଲ, ଏକ ଟ୍ରାଇସାଇକ୍ଲିକ ଅବସାଦରୋଧୀ (ଟିସିଏ) ଔଷଧ । [୨] ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜଅର୍ଡ଼ର, ପ୍ରମୁଖ ଅବସାଦ ବେମାରୀ, ଓ ସ୍ଥାୟୀ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହା ବୟସ୍କ ଲୋକଙ୍କର (>୬୫) ଆତ୍ମହତ୍ୟା ସଙ୍କଟ ଏହା କମେଇଦିଏ । ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Anafranil, Clofranil |
AHFS/Drugs.com | monograph |
MedlinePlus | a697002 |
data |
|
Pregnancy category | |
Routes of administration | Oral, IV[୧] |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 50% |
Protein binding | 97-98% |
Metabolism | Hepatic (CYP2D6-mediated) |
Elimination half-life | 32 hr (69 hr for active metabolite) |
Excretion | Renal (60%), faeces (32%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.005.587 |
Chemical and physical data | |
Formula | C19H23ClN2 |
Molar mass | 314.9 g/mol |
3D model (JSmol) | |
| |
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୁଖଲା ପାଟି, କୋଷ୍ଠକାଠିନ୍ୟ,ଅରୁଚି, ନିଦ୍ରାଳୁଭାବ, ଓଜନ ଲାଭ, ଯୌନ ନିଷ୍କ୍ରୟତା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ୨୫ ବର୍ଷ ବୟସରୁ କମ ଲୋକଙ୍କର ଆତ୍ମହତ୍ୟା ପ୍ରବଣତା, ଉନ୍ମାଦ (ମାନିଆ) ଓ ଯକୃତ ସମସ୍ୟା ଦେଖାଯାଏ । ଔଷଧ ନେବା ହଠାତ୍ ବନ୍ଦ କଲେ ପ୍ରତ୍ୟାହାର ଲକ୍ଷଣ ଦେଖାଯାଏ ଯେପରିକି ମୁଣ୍ଡବଥା, ଶିରଭ୍ରମ ଓ ଝାଳ ନିଷ୍କାସନ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଏହାର କାର୍ଯ୍ୟ ପ୍ରଣାଳୀ ଜଣାଯାଇ ନ ଥିଲେ ମଧ୍ୟ ଅଧକ ସେରୋଟୋନିନ ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ । [୨]
ସନ ୧୯୬୪ରେ ସ୍ୱିଜରଲ୍ୟାଣ୍ଡର ସିବା-ଗାଇଗି କମ୍ପାନୀ କ୍ଲୋମିପ୍ରାମିନ ଆବିଷ୍କାର କରିଥଲେ ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୧ରୁ ୦.୨୧ ଆମେରିକୀୟ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୧.୨୦ ଡଲାର । [୨] ଏହା ଇମିପ୍ରାମିନରୁ ପ୍ରସ୍ତୁତ କରାଯାଇଥିଲା । [୩]
ଆଧାର
ସମ୍ପାଦନା- ↑ Taylor, D; Paton, C; Shitij, K (2012). Maudsley Prescribing Guidelines in Psychiatry (11th ed.). West Sussex: Wiley-Blackwell. ISBN 978-0-47-097948-8.
{{cite book}}
: CS1 maint: multiple names: authors list (link) - ↑ ୨.୦ ୨.୧ ୨.୨ ୨.୩ ୨.୪ "Clomipramine Hydrochloride". The American Society of Health-System Pharmacists. Retrieved Dec 2, 2015.
- ↑ ୩.୦ ୩.୧ Zohar, Joseph (2012). Obsessive-compulsive disorder current science and clinical practice. Chichester, West Sussex, UK: Wiley-Blackwell. p. 32. ISBN 9781118308011.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Clomipramine". International Drug Price Indicator Guide. Retrieved 3 December 2015.[permanent dead link]