କୋଲୋରେକ୍ଟାଲ୍ ପଲିପ୍

ଏକ ଅସ୍ୱାଭାବିକ ଅଭିବୃଦ୍ଧି ଯାହା କୋଲୋନ୍ କିମ୍ବା ମଳାଶୟର ଆବରଣ ମଧ୍ୟରେ ଦେଖାଯାଏ |

କୋଲୋରେକ୍ଟାଲ୍ ପଲିପ୍ (ଇଂରାଜୀ ଭାଷାରେ colorectal polyp) ଏକ ଅସ୍ୱାଭାବିକ ଅଭିବୃଦ୍ଧି ଯାହା କୋଲନ୍ କିମ୍ବା ମଳାଶୟ ବା ରେକ୍ଟମ୍‌ର ଆବରଣ ମଧ୍ୟରେ ଦେଖାଯାଏ | [୧] ଲକ୍ଷଣଗୁଡ଼ିକ ଭିନ୍ନ ଭିନ୍ନ ହୋଇପାରେ, କିଛି ନଥାଇ ପାରେ ବା ମଳରେ ରକ୍ତ, ଅନ୍ତନଳୀର ଗତିରେ ପରିବର୍ତ୍ତନ କିମ୍ବା ପେଟ ଯନ୍ତ୍ରଣା ହୋଇପାରେ | [୧] ରକ୍ତସ୍ରାବ ସାଧାରଣତଃ ଅଳ୍ପ ହୁଏ ଯାହା ମଳରେ ଦୃଶ୍ୟମାନ ହୁଏ ନାହିଁ | [୨] ଚିକିତ୍ସା କରା ନ ଗଲେ ରୋଗ ଜଟିଳ ହୋଇ ବୃହଦନ୍ତ୍ର-ମଳାଶୟ କର୍କଟରେ ପରିବର୍ତିତ ହୋଇପାରେ। [୧]

Colon polyps
Polyps of the colon and rectum[୧]
Polyp of sigmoid colon as revealed by colonoscopy. Approximately 1 cm in diameter. The polyp was removed by snare cautery.
ବିଭାଗGeneral surgery
ଲକ୍ଷଣNone, blood in the stool, change in bowel movements, abdominal pain[୧]
କାରଣSpontaneous, inflammatory bowel disease, genetic conditions (familial adenomatous polyposis, Peutz-Jeghers syndrome)[୨][୩][୪]
ବିପଦ କାରକAlcohol, high fat diet, smoking[୪]
ରୋଗ ନିର୍ଣ୍ଣୟ ପଦ୍ଧତିColonoscopy[୧]
ପ୍ରତିକାରDiet high in fruits and vegetables[୪]
ଚିକିତ୍ସାRemoval[୧]
ପୁନଃପୌନିକ25% of adults (US)[୧]

ଏହାର କାରଣ ମଧ୍ୟରେ ପ୍ରଦାହଜନକ ଅନ୍ତ୍ର ରୋଗ କିମ୍ବା ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ପାରିବାରିକ ଆଡେନୋମାଟସ୍ ପଲିପୋସିସ୍ ଏବଂ ପ୍ୟୁଜ୍-ଜେଗର୍ସ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ, ଯଦିଓ ଅଧିକାଂଶ ସ୍ୱତଃସ୍ପୃତ ଭାବରେ ଉତ୍ପନ୍ନ ହୁଏ | [୨] [୫] [୪] ସଙ୍କଟ କାରକଗୁଡ଼ିକ ମଧ୍ୟରେମଦ୍ୟପାନ, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏବଂ ଧୂମପାନ ମୂଖ୍ୟ ସ୍ଥାନ ଅଧିକାର କରିଥାଏ | [୪] ସେଗୁଡ଼ିକ ବିନାଇନ, ପ୍ରାକ୍ କର୍କଟ ବା କର୍କଟ ହୋଇପାରେ (cancerous) ହୋଇପାରେ । [୫] ସେମାନଙ୍କୁ ଆଡେନୋମାଟସ୍ (୬୫%) ଏବଂ ନନ୍ଆଡେନୋମାଟସ୍ ଶ୍ରେଣୀରେ ମଧ୍ୟ ବିଭକ୍ତ କରାଯାଇପାରେ | [୫] [୪] ସାଧାରଣତଃ କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଏ | [୧]

ଅଧିକ ଫଳ ଓ ପନିପରିବା ଥିବା ଖାଦ୍ୟ ଗ୍ରହଣ କଲେ ଏହି ବିପଦ ହ୍ରାସ ହୋଇପାରେ | [୪] ଏହାକୁ ଅପସାରଣ କରି ଚିକିତ୍ସା କରାଯାଏ | [୧] ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ଅଧିକ ପଲିପ୍ ବିକଶିତ ହୁଏ | [୧] ଆସ୍ପିରିନ୍ ଏହି ବିପଦକୁ ହ୍ରାସ କରିପାରେ | [୧] କୋଲୋରେକ୍ଟ୍ରାଲ୍ ପଲିପ୍ ଯୁକ୍ତରାଷ୍ଟ୍ରର ପ୍ରାୟ ୨୫% ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ | [୧] ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଅଧିକ ବୟସରେ ଅଧିକ ଦେଖାଯାଏ |  

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Polyps of the Colon and Rectum | ASCRS". fascrs.org. Retrieved 21 February 2021.
  2. ୨.୦ ୨.୧ ୨.୨ "Polyps of the Colon and Rectum - Gastrointestinal Disorders". Merck Manuals Professional Edition. Retrieved 21 February 2021.
  3. "Polyps of the Colon and Rectum - Digestive Disorders". Merck Manuals Consumer Version. Retrieved 21 February 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Myers, DJ; Arora, K (January 2020). "Villous Adenoma". PMID 29262150. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।