କେ. ଏ. ଆବ୍ରାହମ

ଭାରତୀୟ ଇଣ୍ଟରଭେନସନାଲ ହୃଦ୍‌ରୋଗ ବିଶେଷଜ୍ଞ

କୁରୁଦାମନ୍ନିଲ ଆବ୍ରାହମ ଆବ୍ରାହମ (୧୪ ମାର୍ଚ୍ଚ ୧୯୪୨ – ୨୨ ଅକ୍ଟୋବର ୨୦୨୧) ଜଣେ ଭାରତୀୟ ହୃଦରୋଗ ବିଶେଷଜ୍ଞ (interventional cardiologist) ଓ ଡାକ୍ତରୀ ବିଷୟର ଲେଖକ ଥିଲେ ।[୧][୨][୩] ସେ ଦକ୍ଷିଣ ରେଳ ହେଡକ୍ୱାଟର ଡାକ୍ତରଖାନା, ଚେନ୍ନାଇର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଓ ଦକ୍ଷିଣ ରେଲୱେ ଜୋନର ମୁଖ୍ୟ ମେଡ଼ିକାଲ ନିର୍ଦ୍ଦେଶକ ଥିଲେ ଯେଉଁଠାରେ ସେ ୨୫ ବର୍ଷ କାମ କରିଥିଲେ ।[୪]

କେ ଏ ଆବ୍ରାହମ
ଜନ୍ମ(1942-03-14)୧୪ ମାର୍ଚ୍ଚ ୧୯୪୨
ମୃତ୍ୟୁ୨୨ ଅକ୍ଟୋବର ୨୦୨୧(2021-10-22) (ବୟସ ୭୯)
ବୃତ୍ତିCardiologist
ପ୍ରସିଦ୍ଧିInterventional cardiology
ପୁରସ୍କାରPadma Shri

ଶିକ୍ଷା ଓ କର୍ମ ଜୀବନ ସମ୍ପାଦନା

ଭେଲୋରର (Vellore) ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜରୁ (Christian Medical College and Hospital) ସ୍ନାତକ ସ୍ନାତକ ଶିକ୍ଷା ପରେ ଭାରତୀୟ ଆର୍ମିରେ ଯୋଗଦାନ କରିଥିଲେ । ୧୯୭୧ ମସିହାର ଭାରତ ପାକିସ୍ଥାନ ଯୁଦ୍ଧରେ ସେ ଯୋଗ ଦେଇଥିଲେ । ଯୁଦ୍ଧ ଶେଷ ହେବା ପରେ ସେ ଇଣ୍ଟରନାଳ ମେଡ଼ିସିନ ବିଷୟରେ ଡିଗ୍ରୀ ଲାଭ କରିଥିଲେ ଓ ୧୯୭୩ ମସିହାରେ ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ଫେରିଆସି କାମ କରିଥିଲେ । ସେ ୧୯୭୮ ମସିହାରେ ପେରାମ୍ବୁର ଯାଇ ଚେନ୍ନାଇର ଦକ୍ଷିଣ ରେଲୱେ ଡାକ୍ତରଖାନାରେ ଯୋଗଦାନ କରିଥିଲେ ଓ ୨୦୦୨ ମସିହାରେ ଅବସର ନେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ ।[୪] ସେ ସେଠାରେ କର୍ମରତ ଥିବା ବେଳେ ଡାକ୍ତରଖାନାଟି ରେଫରାଲ ଡାକ୍ତରଖାନାରେ ପରିଣତ ହୋଇଥିଲା ଯେଉଁଠାରେ ବାର୍ଷିକ ୧୦୦୦ ଓପନ ହାର୍ଟ ଅସ୍ତ୍ରୋପଚାର ହେଉଥିଲା ।[୪]

ଅବସର ଗ୍ରହଣ କରିବା ପରେ ସେ ଫୋର୍ଟିସ ମାଲାର en:Fortis Malar Hospital ଡାକ୍ତରଖାନାରେ ବିଭାଗ ମୁଖ୍ୟ ଭାବରେ ଯୋଗଦାନ କରିଥିଲେ[୫] ଓ ଚେନ୍ନାଇର ଆପୋଲୋ ଡାକ୍ତରଖାନାର ହୃଦରୋଗ ବିଭାଗର କନସଲଟାଣ୍ଟ ଭାବରେ କାମ କରିଥିଲେ ।[୬] He published several articles in peer reviewed national and international journals.[୭] ତାଙ୍କୁ ୧୯୯୯ ମସିହାରେ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।[୮]

Selected articles ସମ୍ପାଦନା

  • Margaret D'Mello, Kurudamannil A. Abraham (September 2012). "Assessment of Left Ventricular systolic function by Vector Velocity imaging". Indian Heart J. 64 (5): 532. doi:10.1016/j.ihj.2012.07.017. PMC 3861280. PMID 23102399.
  • Kurudamannil A. Abraham, Margaret C. D'Mello (2011). "Systemic RV in Hypoplastic Left Heart Syndrome After Surgical Palliation". J Am Coll Cardiol Img. 4 (6): 687–687. doi:10.1016/j.jcmg.2011.04.008.

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Cardiologist K.A. Abraham passes away". The Hindu (in Indian English). 23 October 2021. ISSN 0971-751X. Retrieved 23 October 2021.
  2. "ഹൃദ്രോഗവിദഗ്ധൻ ഡോ.കെ.എ.ഏബ്രഹാം അന്തരിച്ചു". ManoramaOnline (in ମାଲାୟଲମ୍). Retrieved 23 October 2021.
  3. "Dr.K.A. Abraham, Cardiologist, Chennai". Sehat. 2015. Retrieved 29 October 2015.
  4. ୪.୦ ୪.୧ ୪.୨ "It's the heart that matters". The Hindu. 1 April 2002. Archived from the original on 19 October 2002. Retrieved 29 October 2015.
  5. Margaret D'Mello, Kurudamannil A. Abraham (September 2012). "Assessment of Left Ventricular systolic function by Vector Velocity imaging". Indian Heart J. 64 (5): 532. doi:10.1016/j.ihj.2012.07.017. PMC 3861280. PMID 23102399.
  6. "Cardiologist & Cardiothoracic Surgeons". Apollo Hospitals. 2015. Retrieved 29 October 2015.
  7. Kurudamannil A. Abraham, Margaret C. D'Mello (2011). "Systemic RV in Hypoplastic Left Heart Syndrome After Surgical Palliation". J Am Coll Cardiol Img. 4 (6): 687–687. doi:10.1016/j.jcmg.2011.04.008.
  8. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.