କେଦାର ଗୁରୁ
ଓଡ଼ିଆ କଥାଚିତ୍ର ଅଭିନେତା
କେଦାର ଗୁରୁ ( ୦୯ ଜୁଲାଇ ୧୯୩୬ - ୨୮ ନଭେମ୍ବର ୧୯୮୭ ) ଓଡ଼ିଶାର ଜଣେ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧] ସେ ୧୯୩୬ମସିହାରେ ପୁରୀର ଗୌଡ଼ବାଡ଼ ସାହିରେ ଜନ୍ମଗ୍ରହଣ କରିଥିଲେ । ସଙ୍ଗୀତ, ନାଟକ ତଥା ଖେଳ କସରତ ପ୍ରତି ତାଙ୍କର ବାଲ୍ୟକାଳରୁ ଆଗ୍ରହ ଥିଲା ଏବଂ ବିଦ୍ୟାଳୟ ଓ ସାହି ନାଟକରେ ସେ ଅଭିନୟ କରୁଥିଲେ । "ପତିତ ପାବନ" ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ୧୯୬୭ରେ ସେ "ଶିଳ୍ପୀ" ନାମକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ । ଶିଶୁଙ୍କ ପାଇଁ "ନୀଳାଚଳ ଶିଶୁ ସ୍ରୋତା ସମିତି" ଓ "କିଶୋର ଚକ୍ର" ଆଦି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । "ଶ୍ରୀକ୍ଷେତ୍ର କଳା ପ୍ରକାଶିକା" ମଧ୍ୟ ତାଙ୍କରି ସୃଷ୍ଟି ।
କେଦାର ଗୁରୁ | |
---|---|
ଜନ୍ମ | ୯ ଜୁଲାଇ ୧୯୩୬ |
ମୃତ୍ୟୁ | {୨୮ ନଭେମ୍ବର ୧୯୮୭ ଗୌଡ଼ବାଡ଼ ସାହି,ପୁରୀ | (ବୟସ ୫୧)
ପ୍ରସିଦ୍ଧି | ଅଭିନେତା |
କେଦାର ଗୁରୁଙ୍କ ସମ୍ମାନରେ ପ୍ରତିବର୍ଷ "ରଙ୍ଗଶାଳା" ଅନୁଷ୍ଠାନ ପକ୍ଷରୁ "କେଦାର ଗୁରୁ ପୁରସ୍କାର" ପ୍ରଦାନ କରାଯାଇଥାଏ ।[୨]
ଅଭିନୟ
ସମ୍ପାଦନାନାଟକ
ସମ୍ପାଦନା- ହଂସଧ୍ୱନି
- କଳାବତୀର ଘାଟ
- ନର୍ତ୍ତକୀ
ଚଳଚ୍ଚିତ୍ର
ସମ୍ପାଦନା- ପତିତ ପାବନ
- ଗୌରୀ
- ସିନ୍ଦୁର ବିନ୍ଦୁ
- ବନ୍ଧୁ ମହାନ୍ତି
- ସାକ୍ଷୀ ଗୋପୀନାଥ
- ସୁବର୍ଣ୍ଣ ସୀତା
- ରାମାୟଣ
- ନୀଳମାଧବ[୩]
- ଶ୍ରୀ ଜଗନ୍ନାଥ[୪]
ଆଧାର
ସମ୍ପାଦନା- ↑ "ତିରୋଧାନ ଦିବସ". No. ସମ୍ବାଦ ୨୮/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୬. Archived from the original on 28 November 2020. Retrieved 28 November 2020.
- ↑ http://www.thehindu.com/todays-paper/tp-national/tp-otherstates/State-level-Amateur-Drama-Festival-concludes/article15591264.ece
- ↑ "ନୀଳମାଧବ". ନିତିଦିନ 'ନଜର୍'. Archived from the original on 2019-03-28. Retrieved 11 April 2017.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୮/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 2 December 2017. Retrieved 28 November 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କେଦାର ଗୁରୁ