କୃଷ୍ଣଚରଣ ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ


କୃଷ୍ଣଚରଣ ପଟ୍ଟନାୟକ (ଜନ୍ମ: ୧୬ ଜାନୁଆରୀ ୧୯୨୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ତଥା ଶିଶୁନାଟକ ଲେଖକ । ସେ ଓଡ଼ିଆ ଚଳଚ୍ଚିତ୍ର ମହାଲକ୍ଷ୍ମୀ ପୂଜାରେ ବିଶ୍ବକର୍ମା ଭୂମିକାରେ ଏବଂ ମଞ୍ଚନାଟକ ବାଳିକା ବିବାହରେ ବୃଦ୍ଧ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ବାଘମାମୁଁ ନୃତ୍ୟନାଟିକା ଓଡିଆ ଚଳଚ୍ଚିତ୍ର କନକଲତାରେ ସଂଯୋଜିତ ହୋଇଥିଲା । ତାଙ୍କ ନାଟକ ବଣଭୋଜି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[] ଏହା ଆଗରୁ ସେ ୧୯୯୮ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।

କୃଷ୍ଣଚରଣ ପଟ୍ଟନାୟକ
ଜନ୍ମ (1929-01-16) ୧୬ ଜାନୁଆରୀ ୧୯୨୯ (ବୟସ ୯୫)
ବଉଳ ଗାଁ, ଗଞ୍ଜାମ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

କୃଷ୍ଣଚରଣ ୧୯୨୯ ମସିହା ଜାନୁଆରୀ ୧୬ ତାରିଖରେ ଓଡ଼ିଶାର ଗଞ୍ଜାମ ସ୍ଥିତ ବଉଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ନିଜ ପିତାଙ୍କ ଦ୍ବାରା ପ୍ରଭାବିତ ହୋଇ ନାଟକ, ଗୀତିନାଟ୍ୟ, ନୃତ୍ୟନାଟିକା ରଚନାରେ ଆଗ୍ରହୀ ହୋଇଥିଲେ । ଶିଶୁମାନଙ୍କୁ ଆଦର୍ଶ ଭାବେ ଗଢିତୋଳିବା ପାଇଁ ତାଙ୍କ ନାଟକଗୁଡିକର ଭୂମିକା ଉଲ୍ଲେଖନୀୟ । ତାଙ୍କ ନାଟକ ସବୁ ଓଡିଶାର ବିଭିନ୍ନ ସ୍ଥାନରେ ଅଭିନୀତ ହେବା ସହ ୧୯୭୨ରେ ନୂଆ ଦିଲ୍ଲୀରେ ଅନୂଷ୍ଠିତ ଶିଶୁନାଟକ ପ୍ରତିଯୋଗିତାରେ ଛାୟାଲୋକନରମେଧ ଯଜ୍ଞ ଏବଂ କଲିକତାରେ ଗୀତିନାଟ୍ୟ ଯମପୁରରେ ଦିନେବାଘମାମୁଁ ଅଭିନୀତ ହୋଇଥିଲା । ବାଘମାମୁଁ ନୃତ୍ୟନାଟିକାଟି ଓଡିଆ ଚଳଚ୍ଚିତ୍ର କନକଲତାରେ ସଂଯୋଜିତ ହୋଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ଆକାଶବାଣୀଦୂରଦର୍ଶନରେ ତାଙ୍କ ନିର୍ଦ୍ଦେଶିତ ଅର୍ଦ୍ଧଶତାଧିକ ନାଟକ ପ୍ରସାରିତ । ତାଙ୍କର ଅଭିନୟ କେବଳ ଚଳଚ୍ଚିତ୍ର ମହାଲକ୍ଷ୍ମୀ ପୂଜାରେ ବିଶ୍ବକର୍ମା ଓ ମଞ୍ଚନାଟକ ବାଳିକା ବିବାହରେ ବୃଦ୍ଧ ଭୂମିକାରେ ସୀମିତ ଥିଲା ।[]

  • ସ୍ବର୍ଗପୁରୀରେ ଦିନେ
  • ଯମପୁରୀରେ ଦିନେ
  • ଗାଁ
  • ବାଘମାମୁଁ
  • ବଣଭୋଜୀ
  • ଛାୟାଲୋକ
  • ଗଧ ଭାଇନା
  • ପ୍ରଳାପ
  • ବ୍ରେକଫେଲ୍
  • ଗଧପୁରାଣ
  • ସେବିକା
  • ସତ୍ୟ ପରୀକ୍ଷା
  • ଭଦ୍ରଲୋକୀ
  • ଅଗ୍ନିସ୍ନାନ
  • ସେତୁବନ୍ଧ
  • କଥାଟିଏ କହୁଁ
  • ନୀଳ ତରଙ୍ଗ
  • ଏକତାର ଫଳ
  • ଫାଗ ମାମୁଁ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବଣଭୋଜି ପାଇଁ) - ୧୯୯୭[]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୮[]
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୯୬, ୮୨୩. ISBN 81-7400-331-2.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୩୧-୩୨. ISBN 81-903352-1-9.
  3. http://odishasahityaakademi.org/English/sahitya-award8.php
  4. chrome-extension://efaidnbmnnnibpcajpcglclefindmkaj/https://magazines.odisha.gov.in/orissaannualreference/ORA-2011/pdf/104-108.pdf