କୃଷ୍ଣଚନ୍ଦ୍ର ପ୍ରଧାନ

ଓଡ଼ିଆ ସାହିତ୍ୟିକ

କୃଷ୍ଣଚନ୍ଦ୍ର ପ୍ରଧାନ (ଜନ୍ମ: ୨ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ୨୦୧୩ ମସିହାରେ ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

କୃଷ୍ଣଚନ୍ଦ୍ର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ (1959-02-02) ୨ ଫେବୃଆରୀ ୧୯୫୯ (ବୟସ ୬୫)
କଖାରୁଣୀ, ଅଳଭା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ (ପ୍ରବନ୍ଧ ଓ ସମାଲୋଚନା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩
ପିତାମାତାହୃଦାନନ୍ଦ ପ୍ରଧାନ (ପିତା), ବାଲୁରୀ ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

କୃଷ୍ଣଚନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ କଖାରୁଣୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୪ରେ ସ୍ନାତକୋତ୍ତର, ୧୯୮୯ରେ ଏମ୍ ଫିଲ୍, ୧୯୯୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଡିଗ୍ରୀ ଲାଭ କରିଥିଲେ । ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା କୃଷ୍ଣଚନ୍ଦ୍ର ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ଜଣାଶୁଣା ।[][]

ରଚନାବଳୀ

ସମ୍ପାଦନା
  • ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ବିକାଶଧାରା
  • ଓଡ଼ିଆ ସାହିତ୍ୟର ଇତିହାସ[]
  • ଲୋକସାହିତ୍ୟ ଓ ଲୋକସଂସ୍କୃତି[]
  • ଦେଶ ଓ ଭାଷାର କାରିଗର ଫକୀରମୋହନ
  • ଓଡ଼ିଆ ସାହିତ୍ୟରେ ଶୈବଧର୍ମ
  • ରୀତି ସାହିତ୍ୟ-ପରମ୍ପରା ଓ ପୁରୋଦୃଷ୍ଟି
  • ଧର୍ମ ସାହିତ୍ୟ ଓ ସାହିତ୍ୟ ତତ୍ତ୍ୱ
  • ସମୀକ୍ଷାଲୋକ
  • ଓଡ଼ିଆ କବିତା ଅତୀତ ଓ ସାଂପ୍ରତିକ ଧାରା[]

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ)
  1. http://odishasahityaakademi.org/English/sahitya-award13.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୫୫. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୨୪. ISBN 81-903352-1-9.
  4. https://archive.org/details/odia-sahityara-itihasa-1850-1947-1995
  5. https://library.kksgovwc.org/view-book/38267
  6. https://www.vidyapuri.com/odia-kabita-atita-o-sampratika-dhara