କୁସୁମ (ଉଦ୍ଭିଦ ବିଜ୍ଞାନ ନାମ Carthamus tinctorius କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।

କୁସୁମ
Safflower.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Asterales
କୁଳ: Asteraceae
ଗୋଷ୍ଠୀ: Cynareae
ପ୍ରଜାତି: Carthamus
ଜାତି: C. tinctorius
ବାଇନୋମିଆଲ ନାମ
Carthamus tinctorius
Carthamus tinctorius
Worldwide safflower production
Carthamus tinctorius - MHNT

ଉପଯୋଗସମ୍ପାଦନ କରନ୍ତୁ

ଏହି ଗଛର ମଂଜି ଓ ଫୁଲ ମୁଖ୍ୟତଃ କାମରେ ଲାଗିଥାଏ.[୨]

ପାରମ୍ପରିକ ଭାବରେ ଏହାର ମଂଜି ପାଇବାପାଇଁ ଏହାକୁ ଅମଳ କରାଯାଉଥିଲା। ଏହାର ମଂଜିକୁ ଖାଦ୍ୟଦ୍ରବ୍ୟକୁ ସୁଦୃଶ୍ୟ ଓ ସୁଗନ୍ଧିତ କରିବାପାଇଁ, ବିଭିନ୍ନ ଔଷଧିରେ ଓ ବିଭିନ୍ନ ପ୍ରକାରର ରଂଗ ପ୍ରସ୍ତୁତିରେ ବ୍ୟବହାର କରା ଯାଉଥିଲା। [୩] ବିଗତ ପ୍ରାୟ ୫ ଦଶନ୍ଧି ଧରି ଏହି ଗଛକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।

ଚାଷସମ୍ପାଦନ କରନ୍ତୁ

ବିଶ୍ୱର ପାଖାପାଖି ୬୦ଟି ଦେଶର ଅମଳକୁ ମିଶାଇଲେ ଏହା ବର୍ଷକୁ ପ୍ରାୟ ୬୦୦୦୦ ଟନ୍ ଉତ୍ପାଦିତ ହୋଇଥାଏ। ଏମାନଙ୍କ ମଧ୍ୟରୁ ଭାରତ, ଆମେରିକା, ଓ ମେକ୍ସିକୋରେ ଏହା ଅଧିକ ଉତ୍ପାଦିତ ହେଉଥିଲେହେଁ ଇଥିଓପିଆ, କାଜାକସ୍ତାନ, ଚୀନ,ଆରବ୍ୟ ଦେଶ ସମୂହ, ଆର୍ଜେଣ୍ଟିନାଅଷ୍ଟ୍ରେଲିଆ ଆଦି ଦେଶ ମଧ୍ୟ ଏହାର ଉତ୍ପାଦନରେ ଆଗଧାଡ଼ିରେ ରହିଛନ୍ତି। ବିଗତ ୫ ଦଶଂଧି ଧରି ଏହାକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।

ଆଧାରସମ୍ପାଦନ କରନ୍ତୁ

  1. http://www.tropicos.org/Name/2700365
  2. John Chadwick, The Mycenaean World (Cambridge: University Press, 1976), p. 120
  3. Daniel Zohary and Maria Hopf, Domestication of plants in the Old World, ତୃତୀୟ ସଂସ୍କରଣ (ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ୨୦୦୦), ୨୧୧ ପୃଷ୍ଠା

Safflower Oil and Weightloss Safflower Oil Comparison

ବାହ୍ୟ ଆଧାରସମ୍ପାଦନ କରନ୍ତୁ