କୁଶାଣ ସାମ୍ରାଜ୍ଯ

କୁଶାଣ ସାମ୍ରାଜ୍ଯ (ପ୍ରାଚୀନ ଗ୍ରୀକ: Βασιλεία Κοσσανῶν; ଛାଞ୍ଚ:Lang-xbc, Kushano; ବ୍ରାହ୍ମୀ ସଂସ୍କୃତ: ; ଦେବନାଗରୀ ସଂସ୍କୃତ: कुषाण राजवंश, (କୁଷାଣ ରାଜବଂଶ); ବୌମିସଂ: (ଗୁଷାଣ-ବମ୍ସ); ଛାଞ୍ଚ:Lang-xpr, Kušan-xšaθr; Chinese: 貴霜[୧୦]), ୟୁହେଜୀମାନଙ୍କଦ୍ୱାରା ପ୍ରଥମ ଶତାବ୍ଦୀରେ ବାକ୍ତ୍ରିଆରେ ସ୍ଥାପିତ ଏକ ସାମ୍ରାଜ୍ଯ ଥିଲା । ଆଧୁନିକ ଆଫଗାନିସ୍ତାନ, ପାକିସ୍ଥାନ ତଥା ଉତ୍ତର ଭାରତରେ[୧୧] ଏହି ସାମ୍ରାଜ୍ଯ ବିସ୍ତାର ଲାଭ କରିଥିଲା । ଏପରିକି ବାରାଣସୀ ନିକଟସ୍ଥ ସକେତସାରନାଥ ନିକଟରୁ କୁଶାଣ ସମ୍ରାଟ ମହାନ କନିଶ୍କଙ୍କ ସମୟର ଶୀଳାଲେଖ ପ୍ରାପ୍ତ ହୋଇଛି, ଅର୍ଥାତ୍ ଏହି ଅଞ୍ଚଳ ମଧ୍ଯ ତାଙ୍କ ଅଧିନରେ ଥିବାର ଅନୁମାନ କରାଯାଇ ପାରେ ।[୧୨]

କୁଶାଣ ସାମ୍ରାଜ୍ଯ

Κυϸανο  (Bactrian)
Βασιλεία Κοσσανῶν (ଗ୍ରୀକ୍)
୩୦–୩୭୫
ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ କନିଶ୍କଙ୍କ ଶାସନକାଳରେ କୁଶାଣ ସାମ୍ରାଜ୍ଯର (ହଳଦିଆ) ବିସ୍ତାର ପ୍ରଦର୍ଶନ କରୁଥିବା ଭାରତର ଏକ ମାନଚିତ୍ର ।
ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ କନିଶ୍କଙ୍କ ଶାସନକାଳରେ କୁଶାଣ ସାମ୍ରାଜ୍ଯର (ହଳଦିଆ) ବିସ୍ତାର ପ୍ରଦର୍ଶନ କରୁଥିବା ଭାରତର ଏକ ମାନଚିତ୍ର ।
Statusଯାଯାବର ସାମ୍ରାଜ୍ଯ
ରାଜଧାନୀବାଗ୍ରାମ (କପିସୀ)
ପେଶାବର (ପୁରୁଷପୁର)
ତକ୍ଷଶୀଳା
ମଥୁରା
ସାଧାରଣ ଭାଷାଗ୍ରୀକ୍ (ପ୍ରାୟ ୧୨୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆଧିକାରିକ ଭାଷା)[]
ବାକ୍ତ୍ରୀୟ[] (ପ୍ରାୟ ୧୨୭ରୁ ଆଧିକାରିକ ଭାଷା)
ସଂସ୍କୃତ[]
ଧର୍ମ
ବୌଦ୍ଧଧର୍ମ[]
ହିନ୍ଦୁ ଧର୍ମ[]
ଜୋରାଷ୍ଟ୍ରୀୟ[]
Governmentରାଜତନ୍ତ୍ର
ସମ୍ରାଟ 
• ୩୦–୮୦
କୁଜୁଲା କାଡଫିସେସ
• ୩୫୦–୩୭୫
କିପୁନଦ
Historical eraଶାସ୍ତ୍ରୀୟ ପ୍ରାଚୀନ
• କୁଜୁଲା କାଡଫିସେସ, ୟୁଏଝି ଜାତିଗୁଡ଼ିକୁ ଏକତ୍ରୀତ କରି ସଙ୍ଘରେ ପରିଣତ କଲେ
୩୦
୩୭୫
କ୍ଷେତ୍ରଫଳ
ଅନୁମାନିକ ୨୦୦[][convert: invalid number]
ଅନୁମାନିକ ୨୦୦[][convert: invalid number]
ମୁଦ୍ରାକୁଶାଣ ଦ୍ରାଚ୍ମା
Preceded by
Succeeded by
ଭାରତୀୟ-ଗ୍ରୀକ୍ ସାମ୍ରାଜ୍ଯ
ଭାରତୀୟ-ପାର୍ଥୀୟ ସାମ୍ରାଜ୍ଯ
ଭାରତୀୟ-ଶକ ସାମ୍ରାଜ୍ଯ
ସାସାନୀୟ ସାମ୍ରାଜ୍ଯ
ଗୁପ୍ତ ସାମ୍ରାଜ୍ଯ
ପଦ୍ମାବତୀର ନାଗ ବଂଶ
କିଦାରୀୟ

କୁଶାଣମନେ ସମ୍ଭବତଃ ୟୁହେଜୀ ସଙ୍ଘର କୌଣସି ଏକ ଶାଖା ହୋଇପାରନ୍ତି[୧୩][୧୪] ଯେଉଁମାନେ ଉତ୍ତର-ପଶ୍ଚିମ ଚୀନରୁ (ଜିଞ୍ଜିଆଂ ଓ ଗାଁଶୁ) ପ୍ରବ୍ରଜନ କରି ପ୍ରାଚୀନ ବାକ୍ତ୍ରିଆରେ ରହିବା ଆରମ୍ଭ କରିଥିବୋ ।[୧୪] ଏହି ସାମ୍ରାଜ୍ଯର ସ୍ଥାପକ କୁଜୁଲା କାଡଫିସେସ, ଗ୍ରୀସୀୟ ଧାର୍ମିକ ଚିନ୍ତାଧାରା ସହ ହିନ୍ଦୁ ଧାର୍ମିକ ଚିନ୍ତାଧାରାର ଅନୁସରଣ କରୁଥିଲେ ଏବଂ ସେ ଶିବଙ୍କର ଏକ ଭକ୍ତ ଥିଲେ ।[୧୫][୧୬][୧୭] ସାଧାରଣତଃ କୁଶାଣମାନେ ବୌଦ୍ଧଧର୍ମର ପୃଷ୍ଠପୋଷକ ଥିଲେ, ଏବଂ କନିଶ୍କଙ୍କ କାଳରୁ ତାଙ୍କ ଦେବତାଙ୍କ ସୂଚୀରେ ଜୋରାଷ୍ଟ୍ରୀୟ ଧର୍ମର କେତେକ ସଙ୍କେତ ମିଳେ ।[୧୮] କେନ୍ଦ୍ରୀୟ ଏସିଆ ଓ ଚୀନରେ ବୌଦ୍ଧଧର୍ମର ପ୍ରସାରରେ ସେମାନେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ ।

ପ୍ରଥମେ ଗ୍ରୀକ୍ ଭାଷାରେ କାର୍ଯ୍ୟ କରୁଥିବା କୁଶାଣମାନେ କ୍ରମେ ବାକ୍ତ୍ରୀୟ ଭାଷାର ବ୍ୟବହାର ଆରମ୍ଭ କଲେ ।[] କନିଶ୍କ ନିଜର ସୈନ୍ଯବାହିନୀକୁ କାରାକୋରମ ପର୍ବତମାଳାର ଉତ୍ତରକୁ ପଠେଇଥିଲେ । ପ୍ରାୟ ଏକ ଶତାବ୍ଦୀ ଧରି ଗାନ୍ଧାରଠାରୁ ଚୀନ ପର୍ଯ୍ୟନ୍ତ ଥିବା ଏକ ପଥ କୁଶାଣମାନଙ୍କ ଅଧିନରେ ରହିଥିଲା । ଫଳରେ କାରାକୋରମ ମଧ୍ଯ ଦେଇ ଯାତାୟତର ସୁବିଧା ହେଲା ଏବଂ ଚୀନରେ ମହାଯାନ ବୌଦ୍ଧଧର୍ମର ପ୍ରସାର ହେଲା । ରୋମୀୟ ସାମ୍ରାଜ୍ଯ, ସାସାନୀୟ ପାରସ୍ଯ ଆକ୍ଷୁମୀୟ ସାମ୍ରାଜ୍ଯ ଓ ଚୀନର ହାନ୍ ରାଜବଂଶ ସହିତ କୂଟନୈତିକ ସମ୍ପର୍କ ରହିଥିଲା । କୁଶାଣ ସାମ୍ରାଜ୍ଯ ରୋମ ଓ ଚୀନ ମଧ୍ଯସ୍ଥ ବାଣିଜ୍ଯ ବ୍ୟବସାୟର କେନ୍ଦ୍ରସ୍ଥଳ ହୋଇ ରହିଥିଲା: ଆଲେନ ଡାନିଏଲୌଙ୍କ ମତରେ , "ଏକ ସମୟରେ, କୁଶାଣ ସାମ୍ରାଜ୍ଯ, ମୁଖ୍ଯ ସଭ୍ଯତାମାନଙ୍କର କେନ୍ଦ୍ରବିନ୍ଦୁ ସାଜିଥିଲା ।[୧୯]

ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ବେଳକୁ ପଶ୍ଚିମରୁ ସାସାନୀୟମାନଙ୍କ ଆକ୍ରମଣ ଯୋଗୁଁ କୁଶାଣ ସାମ୍ରାଜ୍ଯ ବିଭିନ୍ନ ସ୍ୱଳ୍ପ-ସ୍ୱାଧୀନ ରାଜ୍ଯମାନଙ୍କରେ ଖଣ୍ଡବିଖଣ୍ଡିତ ହୋଇଗଲା । ଏଥିଯୋଗୁଁ ସୋଗ୍ଡିନିଆ, ବାକ୍ତ୍ରିଆ ତଥା ଗାନ୍ଧାର ଅଞ୍ଚଳରେ କୁଶାଣ-ସାସାନୀୟ ରାଜ୍ୟ ସ୍ଥାପନ ହେଲା । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଏକ ଭାରତୀୟ ରାଜବଂଶ ଗୁପ୍ତ ରାଜବଂଶ ପୂର୍ବ ଆଡୁ ଆକ୍ରମଣ କଲେ । କୁଶାଣ ଓ କୁଶାଣ-ସାସାନୀୟ ରାଜ୍ୟଗୁଡ଼ିକ ଶେଷରେ କିଦାରୀୟ ଓ ପରେ ହେପ୍ଥାଲୀୟମାନଙ୍କଦ୍ୱାରା ଧ୍ବଂସ ହେଲା ।

ଉତ୍ପତ୍ତି

ସମ୍ପାଦନା
 
ଏକ ଅଗ୍ନିପୀଠ ପାଖରେ ଜଣେ ୟୁହେଜୀ ସାମନ୍ତ ।ନୋଇନ୍-ଉଲା.[୨୦]

ଚୀନୀ ଉତ୍ସଗୁଡିକ ଅନୁସାରେ ଗୁଇଶ୍ୱାଂ (貴霜), ବା କୁଶାଣମାନେ, ୟୁହେଜୀର ପାଞ୍ଚଟି ସାମନ୍ତବାଦୀ ଜାତି ମଧ୍ଯରୁ ଗୋଟିଏ ।[୨୧] ୟୁହେଜୀ ଲୋକମାନେ ଇଣ୍ଡୋ-ୟୁରୋପୀୟ ଜାତିର ହୋଇପାରନ୍ତି ବୋଲି ଅନେକ ଇତିହାସକାର ସହମତ ହୁଅନ୍ତି ।[୨୨][୨୩] ଅନେକ ସମୟରେ ଏମାନଙ୍କ ଉତ୍ପତ୍ତି ତୋଚାରୀୟମାନଙ୍କଠାରୁ ହୋଇଥିବ ବୋଲି ଗ୍ରହଣ କରାଯାଏ ।[୨୨][୨୪][୨୫][୨୬][୨୭][୨୮] କେତେକ ଇତିହାସକାର, ଏମାନଙ୍କଇରାନୀ ଏବଂ ବିଶେଷକରି ଶକ,[୨୯] ଉତ୍ପତ୍ତିର ମଧ୍ଯ ସମର୍ଥନ କରନ୍ତି ।[୩୦] ଅନ୍ଯମାନେ କୁହନ୍ତି ଯେ - ୟୁହେଜୀମାନେ ମୂଳତଃ ଯାଯାବର ଇରାନୀ ଲୋକ ହୋଇଥିବେ, ଯେଉଁମାନେ ପରେ ତୋଚାରୀୟମାନଙ୍କ ସହ କିଛି ମାତ୍ରାରେ ମିଶିଯାଇଥିବେ । ଫଳରେ ତାଙ୍କଠାରେ ଉଭୟ ଇରାନୀ ଓ ତୋଚାରୀୟ ସଂସ୍କୃତି ପ୍ରତିଫଳିତ ହେଉଥିବ ।[୩୧]

ମହାନ ଇତିହାସକାରଙ୍କ ପାଞ୍ଜି ଏବଂ ହାନର ପୁସ୍ତକରେ ୟୁହେଜୀମାନଙ୍କୁ ପୂର୍ବ ଜିଞ୍ଜିଆଂ ଓ ଉତ୍ତର-ପଶ୍ଚିମ ଗାଁଶୁର ଘାସଭୂମିରେ ରହୁଥିବାର ବର୍ଣ୍ଣନା କରାଯାଇଛି । ଖ୍ରୀ.ପୂ. ୧୭୬-୧୬୦ ମଧ୍ଯରେ ସେମାନେ ପଶ୍ଚିମ ଦିଗରେ ପ୍ରବ୍ରଜନ କରିଗଲେ, କାରଣ ଜିଓଂନୁମାନେ (匈奴) ତାଙ୍କର ରାଜାଙ୍କର ମୁଣ୍ଡ ଛେଦ କରିଥିଲେ ।[୩୨] ୟୁହେଜୀର ପଞ୍ଚଜାତି ଚୀନୀ ଭାଷାରେ ଜ୍ୟୁମି (休密), ଗୁଇଶ୍ୱାଂ (貴霜), ଶ୍ୱାଙ୍ଗ୍ମୀ (雙靡), ଜିଦୁନ୍ (肸頓), ଓ ଦୁମୀ (都密) ବୋଲି କୁହାଯାଇଥିଲା ।

 
ପ୍ରଥମ ଜ୍ଞାତ କୁଶାଣ ସମ୍ରାଟ ହେରାଇଓସଙ୍କ ଏକ ମୁଦ୍ରା ଉପରେ ଗ୍ରୀସୀୟ ଲିପିରେ ଜାତିନାମ "କୋϷϷଆନୋବ" (କୋଶ୍-ଶନୋୟ୍, "କୁଶାଣ") (ଏକ ଅଧିକ ଅକ୍ଷର Ϸ, "ଶ୍" ସହିତ) ଖୋଦିତ ।

ୟୁହେଜୀମାନେ ପ୍ରାୟ ଖ୍ରୀ.ପୂ. ୧୩୫ ବେଳକୁ ହେଲେନୀୟ ରାଜ୍ଯ ଗ୍ରେକୋ-ବାକ୍ତ୍ରିଆରେ (ଉତ୍ତରୀୟ ଆଫଗାନିସ୍ତାନ ଓ ଉଜବେକିସ୍ତାନ) ପହଞ୍ଚି ସାରିଥିଲେ । ସେମାନଙ୍କଦ୍ୱାରା ବିସ୍ଥାପିତ ହୋଇଥିବା ଗ୍ରୀସୀୟ ବଂଶଜମାନେ ହିନ୍ଦୁ କୁଶର ଦକ୍ଷିଣ-ପୂର୍ବ ଏବଂ ସିନ୍ଧୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କଲେ ।

ଭାରତରେ, କୁଶାଣ ସମ୍ରାଟମାନେ ନିଜ ମୁଦ୍ରାଗୁଡ଼ିକରେ ରାଜବଂଶୀୟ ନାମ କୋଶାନୋର ବ୍ଯବହାର କରୁଥିଲେ ।[୩୩] ଭୀମ କାଡଫିସେସଙ୍କ ମଥୁରାସ୍ଥ ଶୀଳାଲେଖ ବିଶିଷ୍ଟ ପ୍ରତିମା ଭଳି ଅନେକ ଶୀଳାଲେଖରେ ସଂସ୍କୃତ ଭାଷାରେ ବ୍ରାହ୍ମୀ ଲିପିରେ କୁଶାଣ ସମ୍ରାଟମାନଙ୍କୁ      , କୁ-ଷା-ଣ ("କୁଶାଣ") ବୋଲି ସମ୍ବୋଧନ କରାଯାଇଛି ।[୩୩][୩୪] ପରବର୍ତ୍ତୀ କେତେକ ସାହିତ୍ୟିକ ଉତ୍ସଗୁଡିକ କୁଶାଣମାନଙ୍କୁ ତୁରୁସ୍କ ବୋଲି କୁହାଯାଉଥିଲା । ଏହି ନାମକୁ କ୍ରମେ ତୁର୍କୀମାନଙ୍କ ପାଇଁ ବ୍ଯବହାର କରାଗଲା, କାରଣ ସପ୍ତମ ଶତାବ୍ଦୀ ବେଳକୁ ତୁଖାରିସ୍ତାନ ପଶ୍ଚିମ ତୁର୍କୀମାନଙ୍କ ହାତକୁ ଚାଲିଯାଇଥିଲା ।[୩୫][note ୧] କିନ୍ତୁ, ୱିଙ୍କ ମତରେ, "ଏବେ କୌଣସି ଐତିହାସିକ କୁଶାଣମାନଙ୍କର ମୂଳ କେନ୍ଦ୍ରୀୟ ଏସିଆରେ ଥିଲେ ମଧ୍ଯ, ତୁର୍କୀ-ମୋଙ୍ଗୋଲୀୟ କିମ୍ବା ହୁଣ ବୋଲି ଗ୍ରହଣ କରନ୍ତି ନାହିଁ ।"[୩୫]

ପ୍ରାଥମିକ କୁଶାଣମାନ

ସମ୍ପାଦନା
କୁଶାଣ ଚିତ୍ରସମୂହ
ଜଣେ ୟୁହେଜୀ ରାଜକୁମାରଙ୍କ ମସ୍ତକ (ଖଲଚୟନ ପ୍ରାସାଦ, ଉଜବେକିସ୍ତାନ).[୩୯]
ନିଜ ମୁଦ୍ରାରେ ନିଜକୁ "କୁଶାଣ" ବୋଲି କହିଥିବା ପ୍ରଥମ ରାଜା: ହେରାଇଓସ (ଖ୍ରୀଷ୍ଟାବ୍ଦ ୧–୩୦).
କୁଶାଣ ଭକ୍ତ(ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀ).
କୁଶାଣ ସମ୍ରାଟ ବିମ କାଡଫିସେସଙ୍କ ଚିତ୍ର, ଖ୍ରୀଷ୍ଟାବ୍ଦ ୧୦୦-୧୨୭

କୁଶାଣମାନେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟରୁ ପ୍ରଥମ ଶତାବ୍ଦୀ ମଧ୍ଯରେ ବାକ୍ତ୍ରିଆ ଓ ସୋଗ୍ଡିନିଆରେ ରହୁଥିବା ଶକମାନଙ୍କୁ ବିସ୍ଥାପିତ କରିଥିବାର କିଛି ପ୍ରମାଣ ମିଳିଛି ।[୪୦] ତଖ୍ତ୍-ଈ ସାଙ୍ଗୀନ୍, ସୁର୍ଖ କୋଟାଳଖାଲ୍ଚୟନ ପ୍ରାସାଦରେ ଐତିହାସିକ ସ୍ଥପତି ସବୁ ମିଳିଅଛି । ଆଇ-ଖାନୁମ୍ ପରି ପ୍ରାଚୀନ ହେଲେନୀୟ ସହରଗୁଡ଼ିକର ଅବଶେଷ ଉପରେ କୁଶାଣମାନେ ଦୁର୍ଗ ନିର୍ମାଣ କରିଥିବାର ପ୍ରମାଣ ମିଳେ । ଅଶ୍ବାେରାହୀ ଧନୁର୍ଦ୍ଧର[୪୧]କୃତ୍ରିମ ରୂପେ ବିକୃତିତ ଖପୁରୀ ସହ ଖାଲ୍ଚୟନର କୁଶାଣ ରାଜକୁମାରଙ୍କ କେତେକ ମୂର୍ତ୍ତି ଓ କଳାର ସନ୍ଧାନ ମିଳିଛି, ଯାହା କେନ୍ଦ୍ରୀୟ ଯାଯାବର ଜାତିମାନଙ୍କର ଏକ ମୁଖ୍ଯ ପରମ୍ପରା ।[୪୨][୪୩] କେତେକ ଖାଲ୍ଚୟନ ମୂର୍ତ୍ତିକଳା, ଶକ ଓ କୁଶାଣଙ୍କ ମଧ୍ଯରେ ହୋଇଥିବା ଯୁଦ୍ଧକୁ ଦର୍ଶାଉଛନ୍ତି ।[୪୪]

  1. କୁଶାଣମାନେ ପ୍ରଥମେ ଗ୍ରୀକ୍ ଭାଷାରେ ପ୍ରଶାସନିକ କାର୍ଯ୍ୟ କରୁଥିଲେ, କିନ୍ତୁ କ୍ରମଶଃ ସେମାନେ ବାକ୍ତ୍ରୀୟ ଭାଷାର ବ୍ୟବହାର ଆରମ୍ଭ କଲେ । ବାକ୍ତ୍ରୀୟ ରାବାତାକ ଶୀଳାଲେଖ (୧୯୯୩ରେ ଆବିଷ୍କୃତ ଓ ୨୦୦୦ରେ ବ୍ୟାଖ୍ୟାୟିତ) ଅନୁସାରେ, କୁଶାଣ ରାଜ ମହାନ କନିଶ୍କ (୧୨୭ ଖ୍ରୀଷ୍ଟାବ୍ଦ) ଗ୍ରୀକ୍ ଭାଷା ବଦଳରେ ବାକ୍ତ୍ରୀୟ ଭାଷାର ବ୍ୟବହାର ଆରମ୍ଭ କଲେ; ଫାଲ୍କ (୨୦୦୧)ରୁ: "ସ୍ଫୁଜୀଧ୍ୱଜ ଯୁଗ ଓ କୁଶାଣ ଯୁଗ" Harry Falk. Silk Road Art and Archaeology VII, p. 133.
  2. ୨.୦ ୨.୧ The Bactrian Rabatak inscription (discovered in 1993 and deciphered in 2000) records that the Kushan king Kanishka the Great (c. 127 AD), discarded Greek (Ionian) as the language of administration and adopted Bactrian ("Arya language"), from Falk (2001): "The yuga of Sphujiddhvaja and the era of the Kuṣâṇas." Harry Falk. Silk Road Art and Archaeology VII, p. 133.
  3. The Sanskrit word vaṃśa (dynasty) affixed to Gushana (Kushana), i.e. Gushana-vaṃśa (Kushan dynasty) appears on a dedicatory inscription at Manikiala stupa, in The Dynastic Arts of the Kushans, University of California Press, 1967, p.7 & 8
  4. Liu 2010, p. 61.
  5. Bopearachchi 2007, p. 45.
  6. Golden 1992, p. 56.
  7. "Afghanistan: Central Asian and Sassanian Rule, ca. 150 B.C.-700 A.D." United States: Library of Congress Country Studies. 1997. Retrieved 2012-08-16.
  8. Turchin, Peter; Adams, Jonathan M.; Hall, Thomas D (December 2006). "East-West Orientation of Historical Empires". Journal of World-Systems Research. 12 (2): 222. ISSN 1076-156X. Retrieved 12 September 2016.
  9. Taagepera, Rein (1979). "Size and Duration of Empires: Growth-Decline Curves, 600 B.C. to 600 A.D.". Social Science History. 3 (3/4): 132. doi:10.2307/1170959. JSTOR 1170959.
  10. The Dynasty Arts of the Kushans, University of California Press, 1967, p.7
  11. http://www.kushan.org/general/other/part1.htm Archived 2015-07-07 at the Wayback Machine. and Si-Yu-Ki, Buddhist Records of the Western World, (Tr. Samuel Beal: Travels of Fa-Hian, The Mission of Sung-Yun and Hwei-S?ng, Books 1–5), Kegan Paul, Trench, Trubner & Co. Ltd. London. 1906 and Hill (2009), pp. 29, 318–350
  12. which began about 127 CE. "Falk 2001, pp. 121–136", Falk (2001), pp. 121–136, Falk, Harry (2004), pp. 167–176 and Hill (2009), pp. 29, 33, 368–371.
  13. Runion, Meredith L. (2007). The history of Afghanistan. Westport: Greenwood Press. p. 46. ISBN 978-0-313-33798-7. The Yuezhi people conquered Bactria in the second century BCE. and divided the country into five chiefdoms, one of which would become the Kushan Empire. Recognizing the importance of unification, these five tribes combined under the one dominate Kushan tribe, and the primary rulers descended from the Yuezhi.
  14. ୧୪.୦ ୧୪.୧ Liu, Xinrui (2001). Adas, Michael (ed.). Agricultural and pastoral societies in ancient and classical history. Philadelphia: Temple University Press. p. 156. ISBN 978-1-56639-832-9.
  15. Panel with the god Shiva/Oesho and worshiper. Metropolitan Museum of Art. 2020.
  16. History of civilizations of Central Asia. Dani, Ahmad Hasan., Masson, V. M. (Vadim Mikhaĭlovich), 1929-, Harmatta, J. (János), 1917-2004., Puri, Baij Nath., Etemadi, G. F., Litvinskiĭ, B. A. (Boris Anatolʹevich). Paris: Unesco. 1992–2005. p. 317. ISBN 92-3-102719-0. OCLC 28186754.{{cite book}}: CS1 maint: date format (link) CS1 maint: others (link)
  17. History of civilizations of Central Asia. Dani, Ahmad Hasan., Masson, V. M. (Vadim Mikhaĭlovich), 1929-, Harmatta, J. (János), 1917-2004., Puri, Baij Nath., Etemadi, G. F., Litvinskiĭ, B. A. (Boris Anatolʹevich). Paris: Unesco. 1992–2005. p. 318. ISBN 92-3-102719-0. OCLC 28186754.{{cite book}}: CS1 maint: date format (link) CS1 maint: others (link)
  18. "Zoroastrianism among the Kushans", Frantz Grenet 2016
  19. Daniélou, Alain (2003). A Brief History of India (in ଇଂରାଜୀ). Simon and Schuster. p. 111. ISBN 9781594777943.
  20. Yatsenko, Sergey A. (2012). "Yuezhi on Bactrian Embroidery from Textiles Found at Noyon uul, Mongolia" (PDF). The Silk Road. 10.
  21. "Kushan Empire (ca. 2nd century B.C.–3rd century A.D.) | Thematic Essay | Heilbrunn Timeline of Art History | The Metropolitan Museum of Art". metmuseum.org. Retrieved 2015-10-23.
  22. ୨୨.୦ ୨୨.୧ Narain 1990, pp. 152–155 "[W]e must identify them [Tocharians] with the Yueh-chih of the Chinese sources... [C]onsensus of scholarly opinion identifies the Yueh-chih with the Tokharians... [T]he Indo-European ethnic origin of the Yuehchih = Tokharians is generally accepted... Yueh-chih = Tokharian people... Yueh-chih = Tokharians..."
  23. Roux 1997, p. 90 "They are, by almost unanimous opinion, Indo-Europeans, probably the most oriental of those who occupied the steppes."
  24. Beckwith 2009, p. 380 "The identity of the Tokharoi and Yüeh-chih people is quite certain, and has been clear for at least half a century, though this has not become widely known outside the tiny number of philologists who work on early Central Eurasian and early Chinese history and linguistics."
  25. Mallory 1997, pp. 591–593 "[T]he Tocharians have frequently been identified in Chinese historical sources as a people known as the Yuezhi..."
  26. Pulleyblank 1966, pp. 9–39
  27. Mallory & Mair (2000), pp. 270–297.
  28. Loewe & Shaughnessy 1999, pp. 87–88 "Pulleyblank has identified the Yuezhi... Wusun... the Dayuan... the Kangju... and the people of Yanqi... all names occurring in the Chinese historical sources for the Han dynasty, as Tocharian speakers."
  29. Enoki, Koshelenko & Haidary 1994, pp. 171–191
  30. Girshman, Roman. "Ancient Iran: The movement of Iranian peoples". Encyclopædia Britannica Online. Encyclopædia Britannica, Inc. Retrieved 29 May 2015. At the end of the 3rd century, there began in Chinese Turkistan a long migration of the Yuezhi, an Iranian people who invaded Bactria about 130 bc, putting an end to the Greco-Bactrian kingdom there. (In the 1st century bc they created the Kushān dynasty, whose rule extended from Afghanistan to the Ganges River and from Russian Turkistan to the estuary of the Indus.)
  31. Mallory & Mair 2008, p. 318.
  32. Loewe, Michael A.N. (1979). "Introduction". In Hulsewé, Anthony François Paulus (ed.). China in Central Asia: The Early Stage: 125 BC – AD 23; an Annotated Translation of Chapters 61 and 96 of the History of the Former Han Dynasty. Brill. pp. 1–70. ISBN 978-90-04-05884-2. pp. 23–24.
  33. ୩୩.୦ ୩୩.୧ Rosenfield, John M. (1967). The Dynastic Arts of the Kushans (in ଇଂରାଜୀ). University of California Press. p. 7.
  34. Banerjee, Gauranga Nath (1920). Hellenism in ancient India. Calcutta : Published by the Author ; New York : Oxford University Press. p. 92.
  35. ୩୫.୦ ୩୫.୧ Wink 2002, p. 57.
  36. "Then there ruled in this very land the founders of cities called after their own appellations the three kings named Huska, Juska and Kaniska (...) These kings albeit belonging to the Turkish race found refuge in acts of piety; they constructed in Suskaletra and other places monasteries, Caityas and similar edificies." in Rajatarangini (I168-I173) Pandit, Ranjit Sitaram (1935). River Of Kings (rajatarangini). p. I168–I173.
  37. Rosenfield, John M. (1967). The Dynastic Arts of the Kushans (in ଇଂରାଜୀ). University of California Press. p. 8.
  38. Margit Koves: "The chronicle of Kashmir contains passages about the Kushan Kings Hushka, Jushka and Kanishka describing them as members of Turushka tribe, which Stein explains as the Turkish tribe, the White Huns or they are called by the Armenian sources the Epthalites or Huingnus by the Chinese sources. These are later passages in the text which are similarly described by Hiuen Tsang and also from the oral tradition of Kashmir. " Koves, Margit (2001), "Stein - The Hungarian Scholar" (PDF), Himalayan and Central Asian Studies: Journal of Himalayan Research and Cultural Foundation, The Foundation: 19
  39. KHALCHAYAN – Encyclopaedia Iranica. p. Figure 1.
  40. ଆଧାର ଭୁଲ: ଅଚଳ <ref> ଚିହ୍ନ; Rene ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  41. Lebedynsky, p. 62.
  42. Lebedynsky, p. 15.
  43. Fedorov, Michael (2004). "On the origin of the Kushans with reference to numismatic and anthropological data" (PDF). Oriental Numismatic Society. 181 (Autumn): 32. Archived from the original (PDF) on 2019-10-06. Retrieved 2021-05-28.ଛାଞ୍ଚ:Free access
  44. ଆଧାର ଭୁଲ: ଅଚଳ <ref> ଚିହ୍ନ; KA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "note" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="note"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।