କୁଳଦୀପ ନାୟର
କୁଳଦୀପ ନାୟର(୧୪ ଅଗଷ୍ଟ ୧୯୨୪ - ୨୩ ଅଗଷ୍ଟ ୨୦୧୮) ଭାରତୀୟ ଲେଖକ, ସ୍ତମ୍ଭକାର, ମାନବ ଅଧିକାର କାର୍ଯ୍ୟକର୍ତ୍ତା ଏବଂ ପତ୍ରକାର ଥିଲେ । ସେ ଯୁକ୍ତରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।[୩]
କୁଳଦୀପ ନାୟର | |
---|---|
ଜନ୍ମ | |
ମୃତ୍ୟୁ | ୨୩ ଅଗଷ୍ଟ ୨୦୧୮[୧] | (ବୟସ ୯୫)
ଜାତୀୟତା | ଭାରତୀୟ |
ଶିକ୍ଷା | ପତ୍ରକାର ଡିଗ୍ରୀ |
ବୃତ୍ତି | ଲେଖକ ଏବଂ ପତ୍ରକାର |
ସନ୍ତାନ | ରାଜୀବ ନାୟର[୨] |
ପରିବାର | ଗୁରୁବକ୍ଷ ସିଂହ (ପିତା) ପୁରନ ଦେବୀ (ମାତା) |
ୱେବସାଇଟ | http://www.kuldipnayar.com/ |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାକୁଳଦୀପ ୧୯୨୪ ମସିହାରେ ପଞ୍ଜାବର ସିୟାଲକୋଟରେ (ଏବେ:ପାକିସ୍ଥାନ) ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଶିକ୍ଷା ସିୟାଳକୋଟରେ ସମାପ୍ତ କରିଥିଲେ । ଲାହୋରରୁ ଆଇନଶିକ୍ଷାରେ ସ୍ନାତକ କରିଥିଲେ । ଆମେରିକାରୁ ପତ୍ରକାରିତା ଡିଗ୍ରୀ ହାସଲ କଲେ । ସେ ଦର୍ଶନଶାସ୍ତ୍ର ରେ ପି.ଏଚ୍. ଡ଼ି ମଧ୍ୟ କରିଥିଲେ ।
କାର୍ଯ୍ୟ ଅନୁଭବ
ସମ୍ପାଦନାସେ ଭାରତ ସରକାରଙ୍କ ପ୍ରେସ ସୂଚନା ଅଧିକାରୀଙ୍କ ପଦରେ ବହୁ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ସେ ୟୁ.ଏନ.ଆଇ, ପୀ.ଆଇ ବି, ଦି ଷ୍ଟେଟସମେନ, ଇଣ୍ଡିଆନ ଏକ୍ସପ୍ରେସ ସହିତ ବହୁ ସମୟ ପର୍ଯ୍ୟନ୍ତ ଯୋଡ଼ିହୋଇ ରହିଥିଲେ । ସେ 25 ବର୍ଷ ପର୍ଯ୍ୟନ୍ତ ଦି ଟାଇମ୍ସ ଲଣ୍ଡନରେ ସମ୍ବାଦଦାତା ମଧ୍ୟ ରହିଛନ୍ତି ।
ରଚନାବଳୀ
ସମ୍ପାଦନା- ବିଟୱୀନଦି ଲାଇନ୍ସ
- ଡିଷ୍ଟେଣ୍ଟ ନେବର : ଏ ଟେଲ ଅଫ ଦି ସବ କଣ୍ଟିନେଣ୍ଟ
- ଇଣ୍ଡିଆ ଆଫଟର ନେହେରୁ
- ବାଲ ଏଟ ବାଘା
- ଇଣ୍ଡିଆ ପାକିସ୍ଥାନ ନ୍ୟାସନାଲ ଷିପ୍
- ଇଣ୍ଡିଆ ହାଉସ
- ସ୍କୁପ୍ (ସବୁ ଇଂରାଜୀ ରେ)
- ଦି ଡେ ଲୁକ୍ସ ଓଲ୍ଡ : ଏହାର ନାମରେ ପ୍ରକାଶିତ କୁଳଦୀପ ନାୟରଙ୍କ ଆତ୍ମକଥା ମଧ୍ୟ ବହୁ ଚର୍ଚ୍ଚିତ ରହିଛି । 1985 ମସିହାରୁ ତାଙ୍କଦ୍ୱାରା ଲେଖା ହୋଇଥିବା ସିଣ୍ଡିକେଟ୍ କାଲାମବିଶ୍ୱର ୮୦ରୁ ଅଧିକା ପତ୍ର-ପତ୍ରିକାରେ ପ୍ରକାଶିତ ହୋଇ ଆସୁଛି ।
ବିବାଦ
ସମ୍ପାଦନାକୁଳଦୀପଙ୍କ ଉପରେ ଧର୍ମନିରପେକ୍ଷ ହେବା ସହିତ ହିନ୍ଦୁ ବିରୋଧୀ ହେବାର ଆରୋପ ସମୟେ ସମୟେ ଲାଗୁଥିଲା । ନାୟର ଏହା ମଧ୍ୟ କହିଦେଲେ ଯେ, ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ କନୁନ ବନେଇବା ଦରକାର ଯାହା କୌଣସି ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କୁ ଉଚ୍ଚ ପଦବୀ ପାଇଁ ଅଯୋଗ୍ୟ ବନାଇ ପାରେ ।[୪]
ଏକ ପ୍ରତିଷ୍ଠିତ ରାଷ୍ଟ୍ରୀୟ ଦୈନିକରେ ଆନ୍ନା ହାଜାରଙ୍କୁ ଆନ୍ଦୋଳନ ପାଇଁ ନାୟର ଏହା କହିଲେ କି, ଏହି ଆନ୍ଦୋଳନକୁ ଅନଶନରୁ ଅଲଗା ରଖିଥିଲେ ଭଲ ହୋଇଥାନ୍ତା । ସେ କହିଥିଲେ ଯେ, ଏହି ଲୋକ ଧ୍ୟାନ ନିଜ ଆଡକୁ ଆଣିବା ପାଇଁ ଏହି ନାଟକୀୟ ରାସ୍ତାକୁ ଆପଣେଇ ବାକୁ ଚାହୁଁଛନ୍ତି ।[୫] ବିଦିତ ରହିଲା କି, ଆନ୍ନା ନିଜେ ହିଁ ଏହା ସ୍ୱୀକାର ଥିଲ ଯେ, ଅନଶନ କରିବା ତାଙ୍କ ନିଜର ଇଚ୍ଛା ଥିଲା । ଆନ୍ନା ଏହା ମଧ୍ୟ କହିଥିଲେ ଯେ, ସେ କୌଣସି ପିଲା ନୁହେଁ । ସେ ସେହି କାର୍ଯ୍ୟ କରନ୍ତି ଯାହାର ପ୍ରମାଣ ତାଙ୍କରି ଆତ୍ମା ଦେଇଥାଏ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ନର୍ଥୱେଷ୍ଟ ବିଶ୍ୱବିଦ୍ୟାଳୟଦ୍ୱାରା "ଏଲ୍ୟୁମିନୀ ମେରୀଟ ସମ୍ମାନ (1999)
- 1990 ମସିହାରେ ବ୍ରିଟେନର ଉଚ୍ଚାଯୁକ୍ତ ନିଯୁକ୍ତି କରାଗଲା
- 1996 ମସିହାରେ ଭାରତ ତରଫରୁ ସଂଯୁକ୍ତ ରାଷ୍ଟ୍ର ସଂଘକୁ ପଠାଯାଇଥିବ ପ୍ରତିନିଧି ମଣ୍ଡଳର ସଦସ୍ୟ ମଧ୍ୟ ରହିଥିଲେ
- ଅଗଷ୍ଟ 1997 ମସିହାରେ ରାଜ୍ୟସଭାରେ ମନୋନୀତ ସଦସ୍ୟ ରୂପେ ନିର୍ବାଚିତ ହେଲେ ।
- ରାମନାଥ ଗୋୟଙ୍କା ସ୍ମୃତି ପୁରସ୍କାର[୬]
ଆଧାର
ସମ୍ପାଦନା- ↑ https://www.ndtv.com/india-news/veteran-journalist-kuldip-nayar-dies-at-95-1904746
- ↑ "Kuldip Nayyer". Herald (Pakistan). Archived from the original on 30 June 2012. Retrieved 14 January 2012.
- ↑ https://www.thehindu.com/news/national/veteran-journalist-kuldip-nayar-passes-away/article24757475.ece
- ↑ "ଆର୍କାଇଭ୍ କପି". Archived from the original on 2012-02-13. Retrieved 2016-07-31.
{{cite web}}
: Cite has empty unknown parameter:|1=
(help) - ↑ http://in.jagran.yahoo.com/epaper/index.php?location=49&edition=2011-09-07&pageno=8#id=111720451571169752_49_2011-09-07
- ↑ କୁଳଦୀପ ନାୟର, ରାମନାଥ ଗୋୟନକା ଲାଇଫ ଟାଇମ ଅଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ