କୁମୁଦ ରଞ୍ଜନ ପାଣିଗ୍ରାହୀ

କୁମୁଦ ରଞ୍ଜନ ପାଣିଗ୍ରାହୀ (ଜନ୍ମ: ୧୧ ଅପ୍ରେଲ ୧୯୫୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ୨୦୧୬ ମସିହାରେ ନିଜ ସାମଗ୍ରିକ କୃତି ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ବରିଷ୍ଠ ସାହିତ୍ୟିକ ସମ୍ବର୍ଦ୍ଧନା ପାଇଥିଲେ ।[]

କୁମୁଦ ରଞ୍ଜନ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ (1951-04-11) ୧୧ ଅପ୍ରେଲ ୧୯୫୧ (ବୟସ ୭୩)
ପାଟଣା ଗଡ଼, ବଲାଙ୍ଗୀର
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ୱରୂପ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

କୁମୁଦ ରଞ୍ଜନ ବଲାଙ୍ଗୀର ଜିଲ୍ଲାର ପାଟଣା ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାରକୋତ୍ତର, ପିଏଚ୍ ଡି ଓ ଡି ଲିଟ୍ ଡିଗ୍ରୀ ଲାଭ କରିଥିଲେ । ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା କୁମୁଦ ରଞ୍ଜନ ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ଜଣାଶୁଣା ।[][] ସେ ୨୦/୦୯/୧୯୭୩ ମସିହାରେ ଓଡ଼ିଆ ସାହିତ୍ୟର ଅଧ୍ୟାପକ ଭାବରେ ଯୋଗ ଦେଇ ୩୦/୦୪/୨୦୧୧ ମସିହାରେ ପ୍ରୋଫେସର ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରି ସାରିଛନ୍ତି । ଦୀର୍ଘ ବର୍ଷ ଧରି ସେ ଅଧ୍ୟାପନା ଓ ଓଡ଼ିଆ ଭାଷାରେ ଅନେକ ପ୍ରବନ୍ଧ ଓ ପୁସ୍ତକ ରଚନା କରି ଓଡ଼ିଶାରେ ଜଣେ ଜଣାଶୁଣା ଗବେଷକ ଭାବରେ ପରିଚୟ ଲାଭ କରିଛନ୍ତି । ତାଙ୍କ ଅଧିନରେ ୨୫ ଜଣ ଗବେଷକ ପିଏଚ୍ ଡି ଓ ଜଣେ ଡି ଲିଟ୍ ଉପାଧି ପାଇସାରିଛନ୍ତି । କୁମୁଦ ରଞ୍ଜନ ଲୋକଧାରା ବା ଫୋକଲୋର, ବିଶେଷ କରି ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରା, ଲୋକ ସଂସ୍କୃତି, ଲୋକ ସାହିତ୍ୟ ଉପରେ ଗବେଷଣାରତ ଥିଲେ ।

ରଚନାବଳୀ

ସମ୍ପାଦନା

ପ୍ରବନ୍ଧ/ଆଲୋଚନା

ସମ୍ପାଦନା
  • ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ୱରୂପ
  • ଆଲୋଚନା ଓ ଆଲୋଚନା
  • ପାଠକୀୟ ମନ୍ତବ୍ୟ[]
  • ଆଲୋଚନା ସମାଲୋଚନା
  • ପଶ୍ଚିମ ଓଡ଼ିଶାର ଲୋକକଥା
  • ପଶ୍ଚିମ ଓଡ଼ିଶାର ଲୋକଗୀତ
  • ସାମ୍ପ୍ରତିକ ଓଡ଼ିଆ କାବ୍ୟରେ ମିଥର ପୁନର୍ଗଠନ
  • ଲୋକଧାରା ଲୋକସଂସ୍କୃତି ଓ ଲୋକସାହିତ୍ୟ
  • କୋଶଲାଞ୍ଚଲର ଲୋକକଥା (୩ଭାଗ)
  • ତଥାପି ସାରଥି
  • ଅପେକ୍ଷା

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୨୦୧୬
  • ବିଷୁବ ମିଳନ ପୁରସ୍କାର, ୧୯୮୧
  • ସହକାର ପୁରସ୍କାର, ୧୯୯୦
  1. http://odishasahityaakademi.org/English/ovation7.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୧୨୧, ୧୨୭, ୧୩୩, ୬୪୭, ୭୦୨. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୦୧. ISBN 81-903352-1-9.
  4. https://opac.cuo.ac.in/cgi-bin/koha/opac-detail.pl?biblionumber=5851