କୁମର ବେହେରା

ଓଡ଼ିଆ ରାଜନୀତିଜ୍ଞ
(କୁମାର ବେହେରାରୁ ଲେଉଟି ଆସିଛି)

କୁମର ବେହେରା (୨୨ ଅଗଷ୍ଟ ୧୯୪୭ - ୧୦ ଅଗଷ୍ଟ ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୁମର ବେହେରା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧ ଡିସେମ୍ବର ୧୯୯୪
ପୂର୍ବ ଅଧିକାରୀମୋହନ ନାଗ
ପର ଅଧିକାରୀମୋହନ ନାଗ
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-08-22)୨୨ ଅଗଷ୍ଟ ୧୯୪୭
ମୃତ୍ୟୁ୧୦ ଅଗଷ୍ଟ ୨୦୨୩(2023-08-10) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୁଶୀଳା ବେହେରା
ବାପା/ବୋଉକରୁଣାକର ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୁମର ବେହେରା ୧୯୪୭ ମସିହାର ଅଗଷ୍ଟ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କରୁଣାକର ବେହେରା ଓ ତାଙ୍କ ପତ୍ନୀଙ୍କ ନାମ ସୁଶୀଳା ବେହେରା ।[୧]

ରାଜନୈତିକ ଜୀବନ ସମ୍ପାଦନା

କୁମର ବେହେରା ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦-୯୫ ପର୍ଯ୍ୟନ୍ତ ବିଧାୟକ ଥିଲେ । ପରେ ଅତାବିରା ବ୍ଲକ ଜୋଜ-୪ରୁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ସଭ୍ୟଭାବେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରେ ସେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଓଡ଼ିଶା ଗଣ ପରିଷଦ ଓ ଭାରତୀୟ ଜନତା ଦଳରେ ଯୋଗ ଦେଇଥିଲେ ।

ମୃତ୍ୟୁ ସମ୍ପାଦନା

୨୦୨୩ ମସିହା ଅଗଷ୍ଟ ମାସ ୧୦ ତାରିଖରେ ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[୨] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Shri Kumar Behera". odishaassembly.nic.in. Odisha Assembly. Retrieved 31 July 2021.
  2. "ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ". ସମ୍ବାଦ. Archived from the original on 12 August 2023. Retrieved 12 August 2023.