କୀଚକେଶ୍ୱରୀ ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

କୀଚକେଶ୍ୱରୀ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଅବସ୍ଥିତ ।[୧][୨]ଏଠାରେ ମା କୀଚକେଶ୍ୱରୀଙ୍କୁ ପୂଜା କରାଯାଏ ।

କୀଚକେଶ୍ୱରୀ ମନ୍ଦିର
କୀଚକେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକHinduism
Districtମୟୂରଭଞ୍ଜ
Location
Countryଭାରତ
Architecture
ମୟୂରଭଞ୍ଜ ରାଜା

ଅବସ୍ଥାନ ସମ୍ପାଦନା

ଏହା ବାରିପଦାରୁ ୧୫୦ କି.ମି. ଓ ବାଲେଶ୍ୱରରୁ ୨୦୫ କି.ମି. ଦୂରରେ ଅବସ୍ଥିତ ।

ନିର୍ମାଣ ଶୈଳୀ ସମ୍ପାଦନା

ଏହି ମନ୍ଦିରଟି ସମ୍ପୂର୍ଣ୍ଣ ମୁଗୁନି ପଥରରେ ଗଠନ କରାଯାଇଛି ।

ନିର୍ମାଣ ଇତିହାସ ସମ୍ପାଦନା

କୀଚକେଶ୍ୱରୀ ମନ୍ଦିର ଖ୍ରୀଷ୍ଟାବ୍ଦ ୯୨୦ରୁ ୯୨୬ ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୪ ମସିହାରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୪୨ ମସିହାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ମନ୍ଦିରରେ ଲାଗିଥିଲା ୬୦ଭାଗ ପଥର ପୁରୁଣା ମନ୍ଦିରର ଅବଶେଷ ଥିଲା ବେଳେ, ୪୦ଭାଗ ପଥର ନୂଆ ପଥର ଲାଗିଥିଲା । ଏହି ନୂଆ ପଥର ମନ୍ଦିର ପାଖରେ ଥିବା କେଶନା ଓ ଆଦିପୁର ଗାଁ ନିକଟସ୍ଥ ଖଣିରୁ ଅଣା ଯାଇଥିଲା । ମନ୍ଦିର ନିର୍ମାଣରେ ରାଜ୍ୟ ବାହାର ଶିଳ୍ପୀଙ୍କ ବ୍ୟତିତ ଶହ ଶହ ଆଞ୍ଚଳିକ କାରିଗର ନିଯୁକ୍ତ ହୋଇଥିଲେ ।[୩]

ଛୋବି ସମ୍ପାଦନା

ଆଧାର ସମ୍ପାଦନା

  1. "Tourists' Spots of Mayurbhanj". Retrieved 27 December 2015.
  2. "History meets nature at Khiching". The Telegraph. Retrieved 27 December 2015.
  3. "ଖିଚିଂ ପଥର ଖୋଦେଇ ତାଲିମ କେନ୍ଦ୍ରରେ ତାଲା". ନିତିଦିନ ୧୯/୦୯/୨୦୧୬ ପୃଷ୍ଠା ୩. Archived from the original on 2020-10-14. Retrieved 19 September 2016.

ଅଧିକ ତଥ୍ୟ ସମ୍ପାଦନା