କାର୍ବୋପ୍ରୋଷ୍ଟ

ଏହା ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଏବଂ ଗର୍ଭଧାରଣର ସମାପ୍ତି ପାଇଁ ବ୍ୟବହୃତ ହୁଏ ।

କାର୍ବୋପ୍ରୋଷ୍ଟ, ଅନ୍ୟ ନାମ ହେମାବେଟ୍, ଏକ ଔଷଧ ଯାହା ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଏବଂ ଗର୍ଭଧାରଣର ସମାପ୍ତି ପାଇଁ ବ୍ୟବହୃତ ହୁଏ । [୧] ଏହା ବ୍ୟବହୃତ ହୁଏ ଯେତେବେଳେ ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଚିକିତ୍ସାରେ ଅକ୍ସିଟୋସିନ୍ ଏବଂ ଏର୍ଗୋମେଟ୍ରାଇନ୍ ପର୍ଯ୍ୟାପ୍ତ ହୁଏନି । [୨] ଗର୍ଭ ସମାପ୍ତି ପାଇଁ ଏହା ଦ୍ୱିତୀୟ ତ୍ରୈମାସିକରେ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ପଦ୍ଧତିଗୁଡିକ କାମ କରିନଥାଏ [୧] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]

କାର୍ବୋପ୍ରୋଷ୍ଟ
Clinical data
Trade namesHemabate, Tham
AHFS/Drugs.commonograph
MedlinePlusa600042
Pregnancy
category
Routes of
administration
Intramuscular
Legal status
Legal status
  • ℞ (Prescription only)
Identifiers
  • (5Z,9α,11α,13E,15S)-9,11,15-trihydroxy-15- methylprosta-5,13-dien-1-oic acid
Chemical and physical data
FormulaC21H36O5
Molar mass୩୬୮.୫୧ g·mol−1
3D model (JSmol)
  • O=C(O)CCC/C=C/C[C@H]1[C@@H](O)C[C@@H](O)[C@@H]1/C=C/[C@](O)(C)CCCCC
  • InChI=1S/C21H36O5/c1-3-4-9-13-21(2,26)14-12-17-16(18(22)15-19(17)23)10-7-5-6-8-11-20(24)25/h5,7,12,14,16-19,22-23,26H,3-4,6,8-11,13,15H2,1-2H3,(H,24,25)/b7-5-,14-12+/t16-,17-,18+,19-,21+/m1/s1 checkY
  • Key:DLJKPYFALUEJCK-IIELGFQLSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବିନ୍ଧା, ବାନ୍ତି, ଭାସୋଡାଇଲେସନ୍, ଜ୍ୱର ଏବଂ ପେଟ ଯନ୍ତ୍ରଣା ହୋଇପାରେ । [୨] [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗର୍ଭାଶୟ ଫାଟିଯିବା, ଛାତି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ କାନ ଝିଁ ଝିଁ ହୋଇପାରେ। [୨] ଏହା ଏକ ଅକ୍ସିଟୋକିକ୍ | [୧] ଏହା ଗର୍ଭାଶୟର ସଂକୋଚନ ବୃଦ୍ଧି କରି ପିଜିଏଫ<sub id="mwJg">୨α</sub> (PGF <sub id="mwJg">2α</sub> ) ପରି କାମ କରେ । [୧]

୧୯୭୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ କାର୍ବୋପ୍ରୋଷ୍ଟ ଅନୁମୋଦିତ ହୋଇଥିଲା । [୧] ଯୁକ୍ତରାଜ୍ୟରେ ଏକ ମାତ୍ରାର ମୂଲ୍ୟ ୧୮ ପାଉଣ୍ଡ ।[୨] ଯୁକ୍ତରାଷ୍ଟରେ ଏହି ପରିମାଣର ମୂଲ୍ୟ ୩୩୦ ଡଲାର ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Carboprost Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 30 December 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 871. ISBN 978-0857114105.
  3. "Carboprost Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 30 December 2021.