କାଉଟିଆ ଛଞ୍ଚାଣ ବା ଚଷାପୁଅ ପକ୍ଷୀ (ଇଂରାଜୀ ଭାଷାରେ Common Hawk-cuckoo, ଜୀବବିଜ୍ଞାନ ନାମ Hierococcyx varius) ଭାରତୀୟ ଉପମହାଦେଶରେ ପରିଲକ୍ଷିତ ମଧ୍ୟମ ଆକାରର ଏକ କୋକିଳ ଜାତୀୟ ପକ୍ଷୀ । ଏହା ବ୍ରେନ୍‍ଫିଭର୍ ପକ୍ଷୀ (brainfever bird) ନାମରେ ମଧ୍ୟ ଖୁବ୍ ଜଣାଶୁଣା । ଏହି ପକ୍ଷୀକୁ ଦେଖିଲେ ଏହାର ଛଞ୍ଚାଣ ପକ୍ଷୀ ସହିତ ଅନେକ ସାମଞ୍ଜସ୍ୟ ରହିଥିବା ପରି ଲାଗେ । ଏପରିକି ଉଡ଼ିବା ଶୈଳୀ ଓ ଉଡ଼ନ୍ତା ଅବସ୍ଥାରୁ କୌଣସି ବସିବା ସ୍ଥାନକୁ ଓହ୍ଲାଇବା ଶୈଳୀ ମଧ୍ୟ ଛଞ୍ଚାଣ ପରି । ଛଞ୍ଚାଣ ସହ ଏପରି ସାମଞ୍ଜସ୍ୟ ଯୋଗୁଁ ଏହାର ଇଂରାଜୀ ନାମ ହକ୍ ଓ କୁକୁ ପକ୍ଷୀଙ୍କ ସନ୍ଧି କରି ରଖାଯାଇଛି । ସାଧାରଣ କୋଇଲି ପରି ଏହି ପକ୍ଷୀ ମଧ୍ୟ ଅନ୍ୟ ପକ୍ଷୀଙ୍କ ବସାରେ ଅଣ୍ଡା ଦେଇ ଚାଲିଯାଏ । ଏମାନଙ୍କ ମିଳନ (ଗ୍ରୀଷ୍ମ) ଋତୁରେ ଅଣ୍ଡିରା କାଉଟିଆ ଛଞ୍ଚାଣ ଉଚ୍ଚ ସ୍ୱରରେ ଓ କ୍ରମାଗତ ଭାବେ ରାବିଥାଏ । ଏହାର ରାବ ଇଂରାଜୀ ଭାଷାରେ ‘‘ବ୍ରେନ୍ ଫିଭର୍’’ (ମସ୍ତିଷ୍କ ଜ୍ୱର) ଶବ୍ଦ ପରି ଶୁଭୁଥିବାରୁ ଏହାକୁ ବ୍ରେନ୍ ଫିଭର୍ ପକ୍ଷୀ ବୋଲି ମଧ୍ୟ କୁହାଯାଏ । ରାବିବା ବେଳେ ପରବର୍ତ୍ତୀ ରାବମାନଙ୍କର ଧ୍ୱନିର ସ୍ୱର କ୍ରମରେ ବଢ଼ୁଥାଏ । ଶେଷରେ ଏହାର ରାବ ଅତି ମାତ୍ରାରେ ବଢ଼ି ଶିଖରରେ ପହଞ୍ଚି ହଠାତ୍ ବନ୍ଦ ହୋଇଯାଏ । କିଛି ସମୟ ପରେ ରାବର ପୁନରାବୃତ୍ତି ହୁଏ । ମିଳନ ଋତୁରେ କାଉଟିଆ ଛଞ୍ଚାଣ ପକ୍ଷୀ ଦିନ, ରାତିର ଭୃକ୍ଷେପ ନକରି ଅବିରତ ରାବି ଚାଲିଥାଏ ।

କାଉଟିଆ ଛଞ୍ଚାଣ
କାଉଟିଆ ଛଞ୍ଚାଣ
Call
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Cuculiformes
Family: Cuculidae
Genus: Hierococcyx
ଜାତି: H. varius
ବାଇନୋମିଆଲ ନାମ
Hierococcyx varius
ମାର୍ଟିନ୍ ହେଣ୍ଡ୍ରିକସେନ୍ ଭାଃଲ୍, ୧୭୯୭
Synonyms

କୁକୁଲସ୍ ଭେରିଅସ୍
କୁକୁଲସ୍ ଏଜୁଲାନ୍ସ ସଣ୍ଡେଭାଲ୍, ୧୮୩୭[]

ବିବରଣୀ

ସମ୍ପାଦନା
କାଉଟିଆ ଛଞ୍ଚାଣ (ବାମ) ଦେଖିବାକୁ ଛଞ୍ଚାଣ (ଡାହାଣ)ର ଏକ ନକଲ ପରି[]

କାଉଟିଆ ଛଞ୍ଚାଣ ମଧ୍ୟମରୁ ବଡ଼ ଆକାରବିଶିଷ୍ଟ ଏକ କୋକିଳ ଜାତୀୟ ପକ୍ଷୀ । ଏହାର ଆକାର ପାରା ପରି (ଦୈର୍ଘ୍ୟ ପ୍ରାୟ ୩୪ ସେଣ୍ଟିମିଟର) । ଏହି ପକ୍ଷୀର ଦେହର ଉପର ପଟଟି ପାଉଁଶିଆ-ଧୂସରିଆ ଓ ତଳ ପଟଟି ଧଳା ରଙ୍ଗର । ମଝିରେ ମଝିରେ ମାଟିଆ ଗାର ମଧ୍ୟ ରହିଥାଏ । ଏହାର ଲାଞ୍ଜରେ ମାଟିଆ ରଙ୍ଗର ପଟା ଦାଗ ରହିଥାଏ । ଆଖି ଚାରିପଟେ ହଳଦିଆ ରଙ୍ଗର ଏକ ବଳୟ ରହିଥାଏ । କିଶୋରାବସ୍ଥାରେ କାଉଟିଆ ଛଞ୍ଚାଣ ଓ ସାଧାରଣ ଛଞ୍ଚାଣ ଦେଖିବାକୁ ପ୍ରାୟ ଏକା ଭଳି ।[] ହଠାତରେ ଦେଖିଲେ ଲୋକଙ୍କ ମନରେ ଏହା ଛଞ୍ଚାଣ ହୋଇଥିବାର ଭ୍ରମ ସୃଷ୍ଟି କରିପାରେ । ଏମାନେ ଉଡ଼ିବା ବେଳେ ଡେଣା ଥରୁଟିଏ ହଲାଇ ତା’ ପରେ ଡେଣା ଖୋଲି ରଖି ଛଞ୍ଚାଣ ପରି ଶୈଳୀରେ ଉଡ଼ନ୍ତି । ଉପରକୁ ଉଠିବା ବା ବସିବା ସ୍ଥାନକୁ ଓହ୍ଲାଇବା ସମୟରେ ଏମାନେ ନିଜ ଲାଞ୍ଜ କଡ଼ରୁ କଡ଼କୁ ହଲାଇଥାନ୍ତି । ଅନେକ କ୍ଷୁଦ୍ର ପକ୍ଷୀ ଓ ଗୁଣ୍ଡୁଚି ମୂଷା ଏମାନଙ୍କୁ ଦେଖି ଛଞ୍ଚାଣ ବୋଲି ଭାବି ସତର୍କ ଧ୍ୱନି ସୃଷ୍ଟି କରିବାର ଦେଖାଯାଏ । ଉଭୟ ମାଈ ଓ ଅଣ୍ଡିରା ଦେଖିବାକୁ ପ୍ରାୟ ଏକା ପରି, କିନ୍ତୁ ଅଣ୍ଡିରାମାନେ ଆକାରରେ ସାମାନ୍ୟ ବୃହତ୍ତର ।[]

ଏମାନଙ୍କୁ ଦେଖିଲେ ମନରେ ବଡ଼ କାଉଟିଆ ଛଞ୍ଚାଣର ଭ୍ରମ ମଧ୍ୟ ସୃଷ୍ଟି ହୋଇପାରେ । ବଡ଼ କାଉଟିଆ ଛଞ୍ଚାଣର କଣ୍ଠ ଓ ଛାତିରେ ଗାଢ଼ ରଙ୍ଗର ଦାଗ ରହିଥାଏ । କିଶୋର କାଉଟିଆ ଛଞ୍ଚାଣର ଥୋଡ଼ି ଫିକା ରଙ୍ଗର ହୋଇଥିବା ସ୍ଥଳେ କିଶୋର ବଡ଼ କାଉଟିଆ ଛଞ୍ଚାଣର ଥୋଡ଼ି କଳା ରଙ୍ଗର ହୋଇଥାଏ ।[]

 
ଅଳ୍ପବୟସ୍କ ଏକ କାଉଟିଆ ଛଞ୍ଚାଣର କମଳା ଥଣ୍ଟ ଓ ଆଖି ପାଖରେ ବଳୟ (କୋଲକାତାର ଫଟୋ ଚିତ୍ର)

ମୌସୁମୀ ପ୍ରବାହର ଠିକ୍ ପୂର୍ବରୁ ଗ୍ରୀଷ୍ମ ଋତୁରେ ଅଣ୍ଡିରା କାଉଟିଆ ଛଞ୍ଚାଣମାନଙ୍କ ଅବିରତ ରାବ ଶୁଣିବାକୁ ମିଳିଥାଏ କିନ୍ତୁ ପକ୍ଷୀଟି କେଉଁଠି ବସି ରାବୁଛି ତାହା ସହଜରେ ଜାଣି ହୁଏନାହିଁ । କାଉଟିଆ ଛଞ୍ଚାଣ ତିନି ଅଷ୍ଟାଭ ସୋପାନରେ ଓ ପ୍ରତି ସୋପାନରେ ୫-୬ ଥର ରାବିଥାଏ । ଏହା ପରେ ଏହି ରାବ ଶିଖରରେ ପହଞ୍ଚି ହଠାତ୍ ସମାପ୍ତ ହୋଇଯାଏ । ଦିନ, ରାତି ସବୁବେଳେ ଏହାର ରାବ ଶୁଣାଯାଏ ।[] ମାଈ ପକ୍ଷୀ କୋରିବା ପରି ଡାକିଥାଏ ।[] କାଉଟିଆ ଛଞ୍ଚାଣ ପ୍ରାୟତଃ କୀଟପତଙ୍ଗ ଭକ୍ଷଣ କରିଥାଏ । ଶୁଙ୍କଯୁକ୍ତ ସମ୍ବାଳୁଆ ଖାଇବାରେ ଏହି ପକ୍ଷୀ ଧୂରନ୍ଧର । ସମ୍ବାଳୁଆର ପେଟରେ ବିଷାକ୍ତ ପଦାର୍ଥ ରହିପାରେ; ତେଣୁ କୋକିଳ ଜାତୀୟ ପକ୍ଷୀଙ୍କ ପରି କାଉଟିଆ ଛଞ୍ଚାଣ ପ୍ରଥମେ ସମ୍ବାଳୁଆକୁ ଚାପି ଧରି ଏହାର ବିଷାକ୍ତ ଅନ୍ତନାଳୀ ବାହାର କରିଦିଏ, ତା’ ପରେ ଗଛ ଡାଳରେ ଘସି ଏହାକୁ ଗିଳିଦିଏ । ଶୁଙ୍କ ସହିତ କାଉଟିଆ ଛଞ୍ଚାଣମାନେ ସମ୍ବାଳୁଆମାନଙ୍କୁ ଆହରଣ କରନ୍ତି ଯାହା ପରେ ତାଙ୍କ ପେଟରେ ପୃଥକୀକୃତ ହୋଇଥାଏ ।[]

ବର୍ଗୀକରଣ

ସମ୍ପାଦନା

ପୂର୍ବେ ତାମିଲନାଡ଼ୁର ତରଙ୍ଗମବାଡ଼ି ଏକ ଦିନାମାର୍ ଉପନିବେଶ ଥିଲା ଓ ଏହିଠାରୁ ମାର୍ଟିନ୍ ହେଣ୍ଡ୍ରିକ୍‍ସନ୍ ଭାଃଲ୍‍ଙ୍କୁ କାଉଟିଆ ଛଞ୍ଚାଣର ଏକ ନମୁନା ପଠାଯାଇଥିଲା ଯାହାକୁ ଭିତ୍ତି କରି ସେ ୧୭୯୭ ମସିହାରେ ଏହି ପକ୍ଷୀ ପ୍ରକାର ଜାତିର ବିବରଣୀ ଲିପିବଦ୍ଧ କରିଥିଲେ ।[] ଏହି ପ୍ରକାର ପକ୍ଷୀକୁ ହିଏରୋକୋକିକ୍ସ (Hierococcyx) ଜାତିରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁଥିରେ ଅନ୍ୟ କାଉଟିଆ ଛଞ୍ଚାଣ ମଧ୍ୟ ରହିଛନ୍ତି । କିନ୍ତୁ ବେଳେବେଳେ ଏହାକୁ କୁକୁଲସ୍ (Cuculus) ଜାତିରେ ମଧ୍ୟ ପରିଗଣିତ କରାଯାଇଥାଏ ।[] ସାଧାରଣ କାଉଟିଆ ଛଞ୍ଚାଣର ଦୁଇଟି ଉପପ୍ରଜାତି ରହିଛନ୍ତି – ପ୍ରଥମଟି ମୂଳ ଭାରତୀୟ ଭୂଖଣ୍ଡର ଉପପ୍ରଜାତି ଓ ଅନ୍ୟଟି ଶ୍ରୀଲଙ୍କାର ସିସିଲିଏ (ciceliae) ସିଂହଳୀ ଉପପ୍ରଜାତି ।[] ଭାରତୀୟ ଉପପ୍ରଜାତିର ରଙ୍ଗ ସିଂହଳୀ ଉପପ୍ରଜାତିଠାରୁ ଫିକା ରଙ୍ଗର ।[]

ଭୌଗୋଳିକ ବିତରଣ

ସମ୍ପାଦନା

କାଉଟିଆ ଛଞ୍ଚାଣ ପକ୍ଷୀ ପ୍ରାୟ ସମଗ୍ର ଭାରତୀୟ ଉପମହାଦେଶରେ ବ୍ୟାପ୍ତ । ପଶ୍ଚିମ ପଟେ ପାକିସ୍ତାନ, ଉତ୍ତରରେ ହିମାଳୟର ପାଦଦେଶସ୍ଥିତ ଅଞ୍ଚଳ-ନେପାଳ-ଭୁଟାନ, ପୂର୍ବରେ ବଙ୍ଗଳାଦେଶ ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଏହି ପକ୍ଷୀର ଭୌଗୋଳିକ ବ୍ୟାପ୍ତିର ସୀମା ନିର୍ଦ୍ଧାରଣ କରିଥାଏ । କିଛି ଭାରତୀୟ ମୂଳ ଭୂଖଣ୍ଡର ପକ୍ଷୀ ଶୀତ ଋତୁରେ ଶ୍ରୀଲଙ୍କାରେ ପ୍ରବାସ ପାଇଁ ଯାଇଥାନ୍ତି । ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳରେ ଏମାନେ ମୂଳ ନିବାସୀ ପକ୍ଷୀ ହୋଇଥିବା ବେଳେ ଅତ୍ୟୁଚ୍ଚ ଏବଂ ଶୁଷ୍କ ଅଞ୍ଚଳର କାଉଟିଆ ଛଞ୍ଚାଣ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ସ୍ଥାନରେ ପ୍ରବାସ କରିଥାନ୍ତି । ହିମାଳୟର ନିମ୍ନ ଦେଶରେ (ପ୍ରାୟ ୧୦୦୦ ମିଟରରୁ ନିମ୍ନ ଉଚ୍ଚତାରେ) କାଉଟିଆ ଛଞ୍ଚାଣ ଦେଖାଯାନ୍ତି । କିନ୍ତୁ ହିମାଳୟର ଉଚ୍ଚ ଅଞ୍ଚଳରେ ଆଉ ଏକ ପ୍ରକାରର ବଡ଼ କାଉଟିଆ ଛଞ୍ଚାଣ ଅଧିକ ମାତ୍ରାରେ ଦେଖାଯାନ୍ତି ।[]

ଏହି ପକ୍ଷୀ ପ୍ରାୟତଃ ଗଛ ଉପରେ ହିଁ ରହିଥାଏ ଏବଂ କ୍ୱଚିତ୍ ଭୂମିକୁ ଓହ୍ଲାଇଥାଏ । ଉଦ୍ୟାନ, ତୋଟା, ପର୍ଣ୍ଣମୋଚୀ ଓ ଆଂଶିକ ଚିରହରିତ ଅରଣ୍ୟ ଏମାନଙ୍କ ମୁଖ୍ୟ ପରିବାସ ।[]

ପରିସଂସ୍ଥା ଓ ବ୍ୟବହାର

ସମ୍ପାଦନା
 
ସମ୍ବାଳୁଆ ଖାଉଥିବା ଏକ କାଉଟିଆ ଛଞ୍ଚାଣ

ଅନ୍ୟ କୋକିଳ ପ୍ରଜାତିର ପକ୍ଷୀଙ୍କ ପରି କାଉଟିଆ ଛଞ୍ଚାଣ ସାତଭାୟା ଓ ଲାଫିଂ ଥ୍ରଶ୍ ପରି ଅନ୍ୟ ପକ୍ଷୀଙ୍କ ବସାରେ ଅଣ୍ଡା ଦେଇ ଚାଲିଯାଏ ।[][୧୦]

ମାର୍ଚ୍ଚରୁ ଜୁନ୍ ମାସ କାଉଟିଆ ଛଞ୍ଚାଣଙ୍କ ପ୍ରଜନନ ସମୟ । ଏହି ସମୟ ଟୁର୍ଡୋଇଡେସ୍ ଉପପ୍ରଜାତିର କୁଣ୍ଡାଖିଆ ପକ୍ଷୀଙ୍କ ପ୍ରଜନନ ଋତୁ ସହିତ ମେଳ ଖାଏ । ତେଣୁ ଅନ୍ୟ ପକ୍ଷୀମାନଙ୍କ ବସା ଖୋଜି କାଉଟିଆ ଛଞ୍ଚାଣ ସାଧାରଣତଃ ଗୋଟିଏ ଅଣ୍ଡା ଦେଇ ଚାଲିଯାଇଥାଏ । ଉଭୟ ଅଣ୍ଡାର ରଙ୍ଗ ଈଷତ ନୀଳ ଏବଂ ସେମାନେ ଦେଖିବାକୁ ପ୍ରାୟ ସମାନ । କାଉଟିଆ ଛଞ୍ଚାଣ ଶାବକ ଜନ୍ମ ହେବା ପରେ ସେ ବସା ନିବାସୀ ପକ୍ଷୀର ଅଣ୍ଡାଗୁଡ଼ିକୁ ନଷ୍ଟ କରିଦିଏ । ନିଜ ନୂତନ ପିତାମାତାଙ୍କଦ୍ୱାରା କାଉଟିଆ ଛଞ୍ଚାଣ ଶାବକ ପ୍ରାୟ ଏକ ମାସ ଧରି ଲାଳିତପାଳିତ ହୋଇ ପରିପକ୍ୱତା ଲାଭ କରେ ।[] ଥୋମାସ୍ ଜେର୍ଡନ୍‍ଙ୍କ ମତାନୁସାରେ କାଉଟିଆ ଛଞ୍ଚାଣ ସର୍ବଦା ଅନ୍ୟ ଅଣ୍ଡା ନଷ୍ଟ କରେନାହିଁ ଓ ସେମାନଙ୍କ ଗହଣରେ ବଢ଼ିଥାଏ ।[୧୧] ଅନ୍ୟ ଜାତିର ଶାବକଙ୍କ ଗହଣରେ ବଢ଼ୁଥିବା ସମୟରେ କାଉଟିଆ ଛଞ୍ଚାଣ ଶାବକମାନେ କୀ-କୀ ଶବ୍ଦ କରି ନିଜ ପାଳକ ପିତାମାତାଙ୍କୁ ଆହାର ମାଗନ୍ତି ଓ ସେମାନେ ଏମାନଙ୍କୁ ଖାଦ୍ୟ ପ୍ରଦାନ କରିଥାନ୍ତି ।[] ଭାରତରେ କାଉଟିଆ ଛଞ୍ଚାଣମାନେ ମୁଖ୍ୟତଃ କୁଣ୍ଡାଖିଆ ଓ ହଳଦିଥଣ୍ଟ କୁଣ୍ଡାଖିଆ ପକ୍ଷୀଙ୍କ ବସାରେ ଅଣ୍ଡା ଦେବା ଦେଖାଯାଏ ।[୧୨] ବୃବଦାକାର କୁଣ୍ଡାଖିଆ (ଲାର୍ଜ୍ ଗ୍ରେ ବାବ୍ଲର୍) ପକ୍ଷୀଙ୍କ ବସାରେ ମଧ୍ୟ କାଉଟିଆ ଛଞ୍ଚାଣମାନେ ଅଣ୍ଡା ଦେଇ ଚାଲିଯାଇଥାନ୍ତି ।[][୧୩] ଶ୍ରୀଲଙ୍କାରେ କାଉଟିଆ ଛଞ୍ଚାଣ ସାତଭାୟା ପକ୍ଷୀଙ୍କଦ୍ୱାରା ପାଳିତ ହେବା ଦେଖାଯାଇଛି ।[୧୪]

କିଛି କାଉଟିଆ ଛଞ୍ଚାଣଙ୍କ ଆଖି ଖୋଳ ମଧ୍ୟରେ ଅକ୍ସିଷ୍ପିରୁରା ଆଖି ଜୀବାଣୁ ରହିଥିବାର ପ୍ରମାଣ ମିଳିଛି ।[୧୫]

ସଂସ୍କୃତିରେ କାଉଟିଆ ଛଞ୍ଚାଣ

ସମ୍ପାଦନା

କାଉଟିଆ ଛଞ୍ଚାଣର ଡାକ ଇଂରାଜୀ ଭାଷାଭାଷୀ ଲୋକଙ୍କୁ ବ୍ରେନ୍ ଫିଭର୍ ଶବ୍ଦ ପରି ଶୁଣାଯାଉଥିବାରୁ ଏହି ପକ୍ଷୀର ଅନ୍ୟ ଏକ ନାମ ବ୍ରେନ୍ ଫିଭର୍ ପକ୍ଷୀ । ବିଭିନ୍ନ ପୁରାତନ ପୁସ୍ତକରେ ବ୍ରେନ୍ ଫିଭର୍ ପକ୍ଷୀର ଉଲ୍ଲେଖ ଦେଖିବାକୁ ମିଳେ । କିଛି ପୁସ୍ତକରେ କୋଇଲି ପାଇଁ ଏହି ପକ୍ଷୀର ନାମ ମଧ୍ୟ ଭୁଲ ଭାବେ ବ୍ୟବହୃତ ହୋଇଛି । ଏହି ପକ୍ଷୀର ବ୍ରେନ୍ ଫିଭର୍ ଡାକ ବିଷୟରେ କେନ୍ନେଥ୍ ଆଣ୍ଡର୍ସନ ଓ ଫ୍ରାଂକ୍ ଫିନ୍[୧୬] ଆଦି ଲେଖକ ଉଲ୍ଲେଖ କରିଛନ୍ତି । ଏହି ପକ୍ଷୀର ଡାକ ହିନ୍ଦୀ ଲେଖାରେ ପିୟା କାହାଁ (ଅର୍ଥାତ୍ ମୋ ପ୍ରିୟା କେଉଁଠି), ବଙ୍ଗଳା ଲେଖାରେ ଚୋଖ୍ ଗେଲୋ (ଅର୍ଥାତ୍ ମୋ ଆଖି ଗଲା) ଏବଂ ମରାଠୀ ଲେଖାରେ ପାଓସ୍ ଆଲା (ଅର୍ଥାତ୍ ବର୍ଷା ଆସିଲା) ପରି ଶୁଭାଯାଏ ବୋଲି ଉଲ୍ଲେଖ ରହିଛି ।

ହିନ୍ଦୀ ଭାଷାରେ ଉଲ୍ଲିଖିତ "ପିୟା କାହାଁ" ବା "ପ-ପିହା" ବା “ପି-ପିହା” କାଉଟିଆ ଛଞ୍ଚାଣର ପ୍ରକୃତ ରାବର ନିକଟତମ ଶବ୍ଦାନୁକରଣ ବୋଲି କହିହେବ । କିନ୍ତୁ ପ୍ରକୃତରେ ହିମାଳୟ ଓ ଏହାର ନିମ୍ନାଞ୍ଚଳରେ ଦେଖାଯାଉଥିବା ବଡ଼ କାଉଟିଆ ଛଞ୍ଚାଣ ପକ୍ଷୀ (Large Hawk-cuckoo, ଜୀବବିଜ୍ଞାନ ନାମ Hierococcyx sparverioides) ଏହି ପି-ପିହା ଶବ୍ଦ ସୃଷ୍ଟି କରିଥାଏ ।[]

ଦିନ, ରାତି, ସନ୍ଧ୍ୟା ଓ ଭୋର ସମୟରେ ମଧ୍ୟ କାଉଟିଆ ଛଞ୍ଚାଣର ଡାକ ଶୁଣିବାକୁ ମିଳେ । ଜହ୍ନ ଆଲୋକ ଥିବା ରାତିରେ ଏହି ପକ୍ଷୀର ଡାକ ଅନ୍ୟ ରାତି ଅପେକ୍ଷା ଅଧିକ ଶୁଣିବାକୁ ମିଳେ ।[] ଭାରତୀୟ ଲେଖକ ଆଲାନ୍ ସିଲିଙ୍କ ଏକ ପୁସ୍ତକ ‘‘ଦ ବ୍ରେନ୍‍ଫିଭର୍ ବର୍ଡ୍’’ ଏହି ପକ୍ଷୀର ନାମାନୁସାରେ ନାମିତ ହୋଇଛି ।[୧୭]

  1. BirdLife International (2008). "Cuculus varius". Retrieved 11 July 2009. {{cite journal}}: Cite journal requires |journal= (help); Invalid |ref=harv (help)
  2. Gyldenstolpe, N (1926). "Types of birds in the Royal Natural History Museum in Stockholm" (PDF). Ark. Zool. 19A: 1–116. Archived from the original (PDF) on 2012-02-24. Retrieved 2020-12-09.
  3. Davies, N.B.; Welbergen, J.A. (2008). "Cuckoo–hawk mimicry? An experimental test" (PDF). Proceedings of the Royal Society B: Biological Sciences. 275 (1644): 1817–1822. doi:10.1098/rspb.2008.0331. PMC 2587796. PMID 18467298. Archived from the original (PDF) on 2011-06-03.
  4. ୪.୦ ୪.୧ ୪.୨ ୪.୩ Rasmussen, PC; JC Anderton (2005). Birds of South Asia: The Ripley Guide. Vol. 2. Smithsonian Institution & Lynx Edicions. p. 229.
  5. ୫.୦ ୫.୧ ୫.୨ ୫.୩ ୫.୪ Ali S, Ripley SD (1981). Handbook of the Birds of India and Pakistan. Volume 3 (2nd ed.). New Delhi: Oxford University Press. pp. 200–202.
  6. ୬.୦ ୬.୧ ୬.୨ ୬.୩ Payne, RB (2005). The Cuckoos. Oxford University Press. pp. 16, 469, 471–473. ISBN 0-19-850213-3.
  7. ୭.୦ ୭.୧ ୭.୨ Ali, Salim; J C Daniel (2002). The book of Indian Birds, Thirteenth Centenary edition. Bombay Natural History Society/Oxford University Press. ISBN 0-19-566523-6.
  8. Vahl, MH (1797). Skrivter af Naturhistorie-Selskabet, Kjøbenhavn, 4, Heft 1. p. 60.
  9. Phillips, WWA (1949). "A new race of the Common Hawk Cuckoo from Ceylon". Bull. Brit. Orn. Club. 69 (6): 56–57.
  10. Gaston, AJ; Zacharias VJ (2000). "Hosts of the Common Hawk Cuckoo" (PDF). Forktail. 16: 182. Archived from the original (PDF) on 2008-08-28. Retrieved 2009-05-31.
  11. Jerdon, TC (1862). The birds of India. Volume 1. Military Orphan Press. p. 330.
  12. Prasad G; Nameer PO; MV Reshmi (2001). "Brood parasitism by Indian Hawk-Cuckoo (Hierococcyx varius Vahl)" (PDF). Zoos' Print Journal. 16 (8): 554–556. doi:10.11609/jott.zpj.16.8.554-6. Archived from the original (PDF) on 2011-09-29. Retrieved 2009-06-03.
  13. Blanford, WT (1895). The Fauna of British India, Including Ceylon and Burma. Birds Volume 3. Taylor and Francis, London. pp. 213–214.
  14. Lushington, Cicely (1949). "Change in habits of the Ceylon Hawk-Cuckoo (Hierococcyx varius ciceliae Phillips)". J. Bombay Nat. Hist. Soc. 48 (3): 582–584.
  15. Sultana, Ameer (1964). "Some new eye-worms from birds in India". Parasitology Research. 23 (6): 532–547. doi:10.1007/BF00259692. PMID 14134900.
  16. Finn, Frank (1904). The birds of Calcutta. Thacker, Spink & Co.
  17. Sealy, I Allan (2003). The Brainfever Bird. Picador. ISBN 0-330-41205-1.

ଅନ୍ୟାନ୍ୟ ଉତ୍ସ

ସମ୍ପାଦନା

ବାହ୍ୟ ଲିଂକ୍

ସମ୍ପାଦନା