କଳପା , ହିମାଚଳ ପ୍ରଦେଶ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଳପା
ସହର
Country India
StateHimachal Pradesh
DistrictKinnaur
Elevation
2,960 m (9,710 ft)
Languages
 • OfficialHindi
Time zoneUTC+5:30 (IST)
PIN
172108

କଳପା ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ଏକ କ୍ଷୁଦ୍ର ସହର । ଏହା ହିମାଳୟର ପଦ ଦେଶରେ ଥିବା ଅରନ୍ୟାଞ୍ଚଳରେ ରହିଛି । ଏଠାରେ ବହୁ ପରିମାଣରେ ସେଓ ଉତ୍ପାଦନ  ହୁଏ । ଭାରତର ପ୍ରଥମ ଭୋଟର ଭାବେ ଜଣାଶୁଣା ହେଇଥିବା ଶ୍ୟାମ ସୁନ୍ଦର ନେଗୀ ଏହି ସ୍ଥାନରେ ରହନ୍ତି । 

ଭୌଗୋଳିକ ସ୍ଥିତ  ସମ୍ପାଦନା

କଳପାର ଅବସ୍ଥିତି  31.53°N 78.25°E.ଠାରେ [୧]..ଏହାର ପତ୍ତନ ୯,୭୧୧ ଫୁଟ । ଏହା ଶିମଳାଠାରୁ ୨୬୫ କିଲୋମିଟର ଦୂରରେ ଜାତୀୟ ରାଜପଥ NH-୨୨ରେ ଅଛି । ଏହା କିନ୍ନୌର କୈଲାଶ ବରଫ ଶ୍ରୁଙ୍ଗ ଥିବା ପର୍ବତମାଳାର ପାଦ ଦେଶରେ ଅବସ୍ଥିତ । ସେଓ ଅରଚାର୍ଡ , ପାଇନ ଜଙ୍ଗଲ ଓ ବିଶାଳ ଦେଓଧର ବୃକ୍ଷୀର ଜଙ୍ଗଲ ମଝିରେ କଳପା ରହିଛି । 

 
Kalpa and Kinnaur Kailash during monsoon weather

ଦୃଶ୍ୟ ରାଜି  ସମ୍ପାଦନା

 
Buddhist Temple at Kalpa
 
Beautiful wooden work at main Entrance of Hindu Temple at Kalpa
 
କଳପାଠାରେ ହିନ୍ଦୁ ମନ୍ଦିର
 
ଜୁନ, ୨୦୧୫ରେ କଳପା

ଜନସଂଖ୍ୟା ସମ୍ପାଦନା

କଳପାରେ ସାକ୍ଷ୍ୟରତା ହାର ୮୩.୭୫ % ଯାହା ଭରତର ସାକ୍ଷ୍ୟରତା ହାରଠାରୁ ଅଧିକ । 


କଳପା ନିକଟରେ ଥିବା କିନ୍ନୌର କୈଲାଶ ଏକ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ । ଏଠାରୁ ହିମାଲୟର ସୁନ୍ଦର ଦ୍ରୁଶ୍ଯ ଓ ଶୀତଳ ଜଳବାଯୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସୁର୍ଜ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମଧ୍ୟ ଏଠାରେ ମନୋରମ । 

ଦର୍ଶନୀୟ ସ୍ଥାନ ସବୁ  ସମ୍ପାଦନା

ଶିମଳାଠାରୁ ୨୬୦ କିଲୋମିଟର ଦୂର ରେକୋଙ୍ଗ ପେଓ ଏହା ନିକଟସ୍ଥ ଏକ ଦର୍ଶନୀୟ ସ୍ଥାନ । 

କୋଠି : ରେକଙ୍ଗ ପେଓଠାରୁ ୩ କିଲୋମିଟର ଦୂରରେ କୋଠି ଏକ ଦର୍ଶନୀୟ ସ୍ଥାନ । ଏଠାରେ ଦେବୀ ଚନ୍ଦ୍ରିକାଙ୍କ ଏକ ପୁରାତନ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ଚମତ୍କାର ସ୍ଥାପତ୍ୟ ସହ ଦେବୀଙ୍କ ସ୍ୱର୍ଣ୍ଣ ପ୍ରତିମା ମଧ୍ୟ ଦର୍ଶନୀୟ । 

ପରିବେଶ  ସମ୍ପାଦନା

କଳପାର ଜଳବାଯୁ ଖୁବ ହିତକର । ଶୀତ କାଳ ଛଡା ଏଠାରେ ଅନନ୍ୟ ସମୟରେ ଖୁବ ଅରମଦାୟକ ତାପମାନ ରହେ । ଶୀତ ଦିନେ ଏହାର ତାପମାନ -୧୬ ଡିଗ୍ରୀ ହେବା ସହ ବରଫ ପାତ ହୁଏ । 

Food habits ସମ୍ପାଦନା

 
Kinner Kailash Resort Kalpa

କଳପା ଅଞ୍ଚଳରେ ବହୁ ପରିମାଣରେ ଫଳ ମିଳୁଥିବାରୁ ସେସବୁ ଏଠାରେ ମୁଖ୍ୟ ଖାଦ୍ଯ ଭାବେ ବ୍ୟବହାର ହୁଏ । ଡାଲି ଜାତୀୟ ଖାଦ୍ୟ ଦ୍ରବ୍ୟ ମଧ୍ୟ ଏଠାରେ ଉତ୍ପାଦନ ହେଇଥାଏ।  ହୁଏ । ଚାଉଳ ଏଠାକୁ ଅନନ୍ୟ ଅଞ୍ଚଳରୁ ଆମଦାନୀ ହେଇଥାଏ । 

Lifestyle ସମ୍ପାଦନା

 
Kinnaur Kailash from Kalpa

ଏଠାକାର ଅଧିବାସୀମାନେ ତିବତ ଲୋକଙ୍କ ପରି ବସ୍ତ୍ର ପରିଧାନ କରନ୍ତି । ପଶମ ବସ୍ତ୍ରର ଚାହିଦା ଏଠାରେ ବହୁଳ ଥିବାର ଦେଖାଯାଏ । 

Religion ସମ୍ପାଦନା

ଏହି ଜିଲ୍ଲାର ମୁଖ୍ୟ ଧର୍ମ ହିନ୍ଦୁ ହେଇଥିବା ବେଳେ ତିବ୍ୱତୀୟ ବୌଦ୍ଧ ଧର୍ମ ମଧ୍ୟ ରହିଛି । ଉଭୟ ସମୋରଦାୟ ମଧ୍ୟରେ ଖୁବ ଉତ୍ତମ ସମନ୍ନ୍ୟୟ ରହିଥିବାର ଦେଖା ଯାଏ । 

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା