କମଳାକାନ୍ତ ଲେଙ୍କା
କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି ଥିଲେ ।[୧][୨] ତାଙ୍କ କବିତା ସଂକଳନ ସ୍ରୋତର ନାମ ଋତ ପାଇଁ ସେ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଉଲେଖଯୋଗ୍ଯ କବିତା ସଙ୍କଳନ ମଧ୍ୟରେ ଉତ୍ତରଣ (୧୯୬୬), ସ୍ମରଣ ବିସ୍ମରଣ (୧୯୭୩), କବିତାର ମୁହଁ (୧୯୭୪) ଓ ଅତଂତଃ ନିଶ୍ଚୁପ ( ୧୯୭୫ ) ଆଦି ଅନ୍ୟତମ । ସେ ୧୯୭୯ରେ ବିଷୁବ ମିଳନ ପୁରସ୍କାର ମଧ୍ୟ ପାଇଥିଲେ । ଓଡ଼ିଆ କବି ସିତାଂଶୁ ଲେଙ୍କା ତାଙ୍କ ପୁଅ ।
କମଳାକାନ୍ତ ଲେଙ୍କା | |
---|---|
ଜନ୍ମ | ୧୯ ନଭେମ୍ବର ୧୯୩୫ ଇଚ୍ଛାପୁର |
ମୃତ୍ୟୁ | ୧୮ ଅଗଷ୍ଟ ୧୯୯୯ (ବୟସ ୬୩) |
ବୃତ୍ତି | କବି |
ସନ୍ତାନ | ସିତାଂଶୁ ଲେଙ୍କା |
ପୁରସ୍କାର |
୧୯୯୯ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାକମଳାକାନ୍ତ ଲେଙ୍କା ୧୯୩୫ ମସିହା ନଭେମ୍ବର ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଜନ୍ମଲାଭ କରିଥିଲେ ।[୩] ତାଙ୍କ ମାତାଙ୍କ ନାମ ଥିଲା ସାବିତ୍ରୀ ଦେବୀ ଓ ପିତାଙ୍କ ନାମ ଥିଲା ମୁରଲୀଧର ଲେଙ୍କା ।[୪]ସେ ଭଦ୍ରକର ଏନ.ସି. ହାଇସ୍କୁଲରୁ ମ୍ୟାଟ୍ରିକ, ୧୯୫୮ରେ ଭଦ୍ରକ କଲେଜରୁ କଳାରେ ସ୍ନାତକ (ବି.ଏ.) ଓ ୧୯୬୧ରେ ଶାନ୍ତି ନିକେତନ (କଲିକତା)ର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ତାଙ୍କର ମୋଟ ସାତ ଜଣ ସନ୍ତାନ ଥିଲେ: ମଝିଆ ପୁଅ ସିତାଂଶୁ ଲେଙ୍କାଙ୍କୁ ମିଶାଇ ତିନି ପୁଅ ଓ ତିନି ଝିଅ ।[୫]
ବୃତ୍ତିଗତ ଜୀବନ
ସମ୍ପାଦନାଏମ.ଏ. ପାସ କରିବା ପରେ ସେ ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ହାଟଡିହି ଓ ଧାମନଗର ହାଇସ୍କୁଲରେ ଶିକ୍ଷକତା କରିବା ପରେ ବାସୁଦେବପୁରର ଅଟଳବିହାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଲେ । ତା’ପରେ ସେ ଭଦ୍ରକ ମହାବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଯାଜପୁରର ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ପୁଣି ଭଦ୍ରକ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଭାବେ ଯୋଗଦେଇଥିଲେ । ସେଠାରୁ ସେ ୧୯୯୩ ମସିହାରେ ଅବସର ନେଇଥିଲେ ।[୬]
ମୃତ୍ୟୁ
ସମ୍ପାଦନା୧୯୯୯ ମସିହା ଅଗଷ୍ଟ ୧୮ ତାରିଖ ସକାଳ ୫ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।
ରଚନାବଳୀ
ସମ୍ପାଦନାକବିତା ସଙ୍କଳନ
ସମ୍ପାଦନା- ଅନ୍ତତଃ ନିଶ୍ଚୂପ (୧୯୭୬)
- କବିତାର ମୁହଁ (୧୯୭୪)
- ସ୍ମରଣ ବିସ୍ମରଣ (୧୯୭୩)
- ଉତ୍ତରଣ (୧୯୬୭)
- ପ୍ରୀତି ଓ ପ୍ରତୀତି (୧୯୬୩)
- ସୁନା ଫସଲ (୧୯୫୮)
- ସ୍ରୋତର ନାମ ଋତ
- ଅନ୍ତତଃ ନିଶ୍ଚିତ
- ନିତ୍ୟ ନିୟମିତ
- ନିଜ ସହ ଗୋଟେ ସାକ୍ଷାତକାର
- ଖସିବାର ବେଳ
- ଗୀତ ଗାଆନାରେ ପକ୍ଷୀ
- କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
- ପାଦେ ଆଗକୁ
- ଦୁଃଖ ସହ କଥାବାର୍ତ୍ତା
- କବିର ଡାଏରୀ
- ଚିରାୟତ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୭], ୧୯୮୦ (ସ୍ରୋତର ନାମ ଋତ)
- ବିଷୁବ ମିଳନ ପୁରସ୍କାର, ୧୯୭୯
ଟୀକା
ସମ୍ପାଦନା- ↑ ଆଚାର୍ଯ୍ୟ, ବୃନ୍ଦାବନଚନ୍ଦ୍ର. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. pp. ୩୨୩.
- ↑ Raja, P. (1983-01-01). "Review of What I Look Like; The Fugitive Wings; Flames and Flashes". Indian Literature.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
- ↑ ଲେଙ୍କା, କମଳାକାନ୍ତ (1991). ଏକା ଏକା ବାଦଶା’.
- ↑ ଲେଙ୍କା, ସିତାଂଶୁ (ଅକ୍ଟୋବର ୨୦୧୯). "ଯେମିତି ଜାଣେ ମୋ ବାପାଙ୍କୁ" (PDF). ରେବତୀ. Retrieved 2024-02-16.
- ↑ ମହାନ୍ତି, ପ୍ରଦୀପ୍ତ କୁମାର (2020-08-19). "ଆଧୁନିକ କବିତା ସାମ୍ରାଜ୍ୟରେ ଏକ ଅଲିଭା ଶିଖା କବି କମଳାକାନ୍ତ ଲେଙ୍କା" (PDF). ଧ୍ୱନି ପ୍ରତିଧ୍ୱନି. Archived from the original (PDF) on 2021-11-17. Retrieved 2024-02-16.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 21 March 2017.