କନକମଞ୍ଜରୀ ପଟ୍ଟନାୟକ
ଓଡ଼ିଆ ସାହିତ୍ୟିକା
କନକମଞ୍ଜରୀ ପଟ୍ଟନାୟକ (ଜନ୍ମ : ୧୯୫୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ ଗଳ୍ପ, କବିତା, ନାଟକ, ଉପନ୍ୟାସ, ଶିଶୁସାହିତ୍ୟ, ଅନୁବାଦ ଓ ନାଟ ଆଦି ରଚନା କରିଛନ୍ତି ।
କନକମଞ୍ଜରୀ ପଟ୍ଟନାୟକ | |
---|---|
ଜନ୍ମ | ୧୯୫୩ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପନା |
ବୈବାହିକ-ସାଥୀ | ରାଜକିଶୋର ଦାସ |
ପୁରସ୍କାର | ତୀରତରଙ୍ଗ ସମ୍ମାନ |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାକନକମଞ୍ଜରୀ ପଟ୍ଟନାୟକ ୧୯୫୩ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଘୁମୁସୁରର ମୁନିଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରେ ମା' ଓ ଜେଜେମା'ଙ୍କଠାରୁ ଗୀତା, ପୁରାଣ ଆଦି ଶୁଣି ସେ ଓଡ଼ିଆ ସାହିତ୍ୟ ଆଡକୁ ଆଗ୍ରହୀ ହୋଇଥିଲେ ।
ସେ ରାଜକିଶୋର ଦାସଙ୍କୁ ବିବାହ କରିଛନ୍ତି । ରାଜକିଶୋର ଦାସ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ପ୍ରକାଶକ ।[୧]
ସାହିତ୍ୟ ରଚନା
ସମ୍ପାଦନାଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ "ମହଙ୍ଗା ଯୁଗରେ ନାରୀର କର୍ତ୍ତବ୍ୟ" ନାମରେ ଏକ ପ୍ରବନ୍ଧ ଲେଖିଥିଲେ ଓ ୧୯୬୯ ମସିହାରେ ତାହା ସ୍ୱରାଜ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପରେ ଏହା ଆକାଶବାଣୀ କଟକର ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ପରିବେଷଣ କରାଯାଇଥିଲା । ୧୯୭୨ ମସିହାରେ ତାଙ୍କ ପ୍ରଥମ ନାଟକ ଅଷ୍ଟବଜ୍ର ସମ୍ମୀଳନ ଆକାଶବାଣୀରେ ପ୍ରସାରିତ ହୋଇଥିଲା ।
ରଚନାବଳୀ
ସମ୍ପାଦନାକବିତା ଗ୍ରନ୍ଥ
ସମ୍ପାଦନା- ତଥାଗତ
- ସନେଟ
- କଥା କହ ଜହ୍ନରାତି - ୨୦୦୪ (ବର୍ଣ୍ଣ ପ୍ରକାଶନୀ)
- ବର୍ଷାରେ ଦୁଷ୍ଟଝିଅ - ୨୦୦୮ (ସାହିତ୍ୟ ଶ୍ୱେତପଦ୍ମା, ପାରଳାଖେମୁଣ୍ଡି)
- ଶବ୍ଦ ଛଳଛଳ
- କାକଳି ଓ ଅନ୍ୟାନ୍ୟ କବିତା (ଅପ୍ରକାଶିତ)
- ଇନ୍ଦ୍ରଧନୁ - ୨୦୦୯ (ଏଥେନା ବୁକ୍ସ)
- ଶାଶ୍ୱତ ଦ୍ୱାପର - ୨୦୧୦ (ତୃପ୍ତି)
ଗୀତି କବିତା
ସମ୍ପାଦନା- ଚିତ୍ର ନଦୀ
- ଗୀତି ନୈବେଦ୍ୟ
ଗଳ୍ପ ସଂକଳନ
ସମ୍ପାଦନା- ମାଟି ଦୀପ
- ଅଥ ଅବଧୂତ
- ନଦୀର ନାମ ସରସ୍ୱତୀ
- ଗଳ୍ପ ଯୁଗଯୁଗର (ସନ୍ତୋଷିନୀ ପଣ୍ଡା ଏବଂ କନକ ମଞ୍ଜରୀ ପଟ୍ଟନାୟକଙ୍କଦ୍ୱାରା ସମ୍ପାଦିତ) - ୨୦୧୩ (ଏଥେନା ବୁକ୍ସ)
ଉପନ୍ୟାସ
ସମ୍ପାଦନା- ବେଳାଭୂମିର ଚିହ୍ନ
- ସମୟର ଶିଳାଲିପି (ଅପ୍ରକାଶିତ)
ଅନୁବାଦ
ସମ୍ପାଦନା- ଗ୍ରୀକ ବୀର ପର୍ସିୟସ
- ସମକାଳୀନ ହିନ୍ଦୀ କାହାଣୀ
- କମ୍ରେଡ଼ଙ୍କ କୋର୍ଟ ଓ ଅନ୍ୟାନ୍ୟ ଗଳ୍ପ
- ଅନୁଦିତ ଲଘୁକଥା
ଗୀତିନାଟ୍ୟ
ସମ୍ପାଦନା- ଯସମା (ଆକାଶବାଣୀ ଜୟପୁରରେ ପ୍ରସାରିତ)
- ଗୋପ ବିଭୁତି (ଦୂରଦର୍ଶନ ଭୁବନେଶ୍ୱରରେ ପ୍ରସାରିତ)
ପ୍ରବନ୍ଧ
ସମ୍ପାଦନା- ପଲ୍ଲୀ କବି କାବ୍ୟବିଭା ୦ ୨୦୧୩ (ଗଜପତି ପ୍ରକାଶନ)[୨]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଅଙ୍କୁର ସାହିତ୍ୟ ସମ୍ମାନ (ପାରଳାଖେମୁଣ୍ଡି)
- ସୁପ୍ରୀତିଦେବୀ ସ୍ମୃତି ସମ୍ମାନ (କଳିଙ୍ଗ ସାହିତ୍ୟ ସମାଜ, ବ୍ରହ୍ମପୁର)
- ତୀରତରଙ୍ଗ ସମ୍ମାନ (ଅନୁବାଦ ନିମନ୍ତେ)
- କୋଣାର୍କ ନାଟ୍ୟମଣ୍ଡପ ସମ୍ମାନ
- ବିଷ୍ଣୂପ୍ରିୟା ସାମନ୍ତସିଂହାର ସମ୍ମାନ
- ସୁପ୍ରଭା ରାୟ ଅନୁବାଦ ପୁରସ୍କାର
- ଅଜିତ ଅନୁବାଦ-ଭାରତୀ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୩]
- ମନସ୍ୱିନୀ ରାୟ ସ୍ମୃତି ସମ୍ମାନ (ଓଡ଼ିଶା ଲେଖିକା ସଂସଦ ପ୍ରଦତ୍ତ)[୪][୫]
ଆଧାର
ସମ୍ପାଦନା- ↑ "ସର୍ଜନାରେ ଆବାମିକା". www.dharitri.com. ଧରିତ୍ରୀ. Retrieved 19 February 2022.
- ↑ "National Library of India e-catalogue". www.nationallibrary.gov.in. National Library of India. Retrieved 19 February 2022.
- ↑ "'ବିଷୁବ ସମ୍ମାନ'ରେ ସମ୍ମାନିତ ହେବେ ଦେବଦାସ ଛୋଟରାୟ". www.amfnews.com. amfnews.com. Retrieved 19 February 2022.
- ↑ "Odisha Lekhika Sansad confers Awards on 27 women writers". www.indiawhispers.com. indiawhispers.com. Retrieved 19 February 2022.
- ↑ "କାହାଣୀର ନାଁ କନକ ମଞ୍ଜରୀ". www.dharitri.com. ଧରିତ୍ରୀ. Archived from the original on 19 February 2022. Retrieved 19 February 2022.