କଦ୍ଦମ ରସୁଲ

(କଦ୍ଦମ୍ ରସୁଲରୁ ଲେଉଟି ଆସିଛି)

କଦ୍ଦମ ରସୁଲ ଓଡ଼ିଶାର କଟକ ସହରର ଉତ୍ତରାଂଶରେ ମହାନଦୀର କୂଳରେ ଅବସ୍ଥିତ ପ୍ରାଚୀନ ଉତ୍କଳର ଗୋଟିଏ ମସଜିଦ୍ ।

କଦ୍ଦମ ରସୁଲ
କଦ୍ଦମ୍ ରସୁଲ୍
ଦିଗବାରେଣୀ20°29′4.67″N 85°51′51.93″E / 20.4846306°N 85.8644250°E / 20.4846306; 85.8644250
ଆରମ୍ଭ କାଳ.

ନାମକରଣ

ସମ୍ପାଦନା

ଅବସ୍ଥିତି

ସମ୍ପାଦନା

ଏହା ୨୦° ୧୯’ଉତ୍ତର ଅକ୍ଷାଂଶ ଓ ୮୫° ୫୨’ପୂର୍ବ ଦ୍ରାଘିମାରେ ମହାନଦୀକାଠଯୋଡ଼ିର ମଧ୍ୟଭାଗରେ ଅବସ୍ଥିତ । ଏହା ଭୁବନେଶ୍ୱରଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ।

ଇତିହାସ

ସମ୍ପାଦନା

ହିନ୍ଦୁମୁସଲମାନମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ତତ୍କାଳୀନ ଡେପୁଟି ନିଜାମ ସୁଜାଉଦ୍ଦିନ ଖାଁ ୧୭୧୫ ଖ୍ରୀଷ୍ଟାବ୍ଦରେ ଉଦାର ଧର୍ମୀୟ ଭାବନାର ପ୍ରତୀକ ସ୍ୱରୂପ କଦମ ରସୁଲ ନିର୍ମାଣ କରାଈଥିଲେ । ଇସଲାମ ସମ୍ପ୍ରଦାୟର ଏହି ପ୍ରମୁଖ କବରଖାନାରେ ତତ୍କାଳୀନ ଓଡ଼ିଶାର ଡେପୁଟି ନିଜାମ ନବାବ ମହମ୍ମଦ ଟିକା ଖାଁଙ୍କର କବର ଅଛି ମରହଟ୍ଟା ରାଜୁତି ସମୟର ଦୁଇ ସେନାଧ୍ୟକ୍ଷ ୧୭୭୦ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଫତେ ଖାଁ ଓ ୧୭୭୬ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଆଜମ ଖାଁଙ୍କର କବର ମଧ୍ୟ ଏଥିଏରେ ରହିଛି । ଅନେକ ଇସଲାମୀୟ ଧର୍ମଗୁରୁ ଓ ପ୍ରଚାରକଙ୍କ କବର ସହ ୧୭୮୧ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାଧୁ ସହୀଦ ପାଣୀଙ୍କ କବର ମଧ୍ୟ ଏଠାରେ ରହିଛି । ୫୭ଏକର ପରିମିତ ଜାଗାରେ ଅନେକ ବୀର ଧର୍ମଯାଜକ ତଥା ଧର୍ମଗୁରୁଙ୍କୁ ଶେଷ ବିଶ୍ରାମ ଦେଇଥିବା ଏହି କଦମ ରସୁଲକୁ ବିଭିନ୍ନ ସମୟରେ ନବାବ ସୁଜାଉଦ୍ଦିନ ଖାଁ ୫୦ବାଟି, ନବାବ ଆୟିବଦ୍ଦିନ ଖାଁ ୯୦ ବାଟି, ବାରରାରେ ରାଜା ଜୋନାହି ଭୋନସ୍କେ ୩୧ବାଟି ଓ ଫରୁକ ଖାଁ ସିଆର ୭୦ବାଟି ଜମି ଦାନ କରିଥିଲେ । କଦମ ରସୁଲକୁ ନବାରତ ଖାନ ବାଟଦେଇ ଯିବାକୁ ହୁଏ ଯାହାର ଅର୍ଥ ସଙ୍ଗୀତ ଗ୍ୟାଲେରି । ୧୭୫୭ ଖ୍ରୀଷ୍ଟାବ୍ଦରେ ନବାବ ଟିକା ଖାଁଙ୍କ ପୁଅ ମସାଲେହେ ଉଦ୍ଦିନ ଏହାକୁ ନିର୍ମାଣ କରାଇଥିଲେ । ସେହିପରି ଚାରୋଟି ପ୍ରଶସ୍ଥ ଗମ୍ବୁଜ ଏବଂ ମଝିରେ ଏକ ବୃହତ ଫାଟକ ଥିବା ବିଶ୍ରାମ ଘର ରହିଛି । ଏଥିରେ କଳା ଓ ଧଳା ମାର୍ବଲର ସୁକ୍ଷ୍ମ କରୁକାର୍ଯ୍ୟ ରହିଛି ।

ବାହାର ଲିଙ୍କ

ସମ୍ପାଦନା

http://www.orissaonline.in/About/TouristPlaces/cuttack.html