ଓପିଅଏଡ ବ୍ୟବ‌ହାର ବେମାରୀ

ଓପିଅଏଡ ବ୍ୟବ‌ହାର ବେମାରୀ (ଇଂରାଜୀ ଭାଷାରେ Opioid use disorder) ଓପିଅଏଡ (opioid) ବ୍ୟବ‌ହାର କରିବାଦ୍ୱାରା ହୁଏ ଯାହା ଅନେକ ଅସୁବିଧା ଓ ସଙ୍କଟ ଆଣିଥାଏ ।[୩] ଓପିଅଏଡ ସେବନ କଲେ ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସ‌ହନଶୀଳତା (tolerance), ଦାୟିତ୍ୱ ତୁଲେଇବାର ଅସାମର୍ଥ୍ୟ, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ କରିବା ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ଆଦି ଲକ୍ଷଣ ଦେଖାଯାଏ ।[୫] ଓପିଅଏଡ ବନ୍ଦ କରିଦେଲେ ଅଇ, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ନିଦ୍ରା ସମସ୍ୟା ଓ କମ୍ ମନୋଭାବ (low mood) ରହେ ।[୫] ସବସ୍ଟାନ୍ସ ବ୍ୟବ‌ହାର ବେମାରୀରେ (substance use disorder) ନିଶାଗ୍ରସ୍ତ (Addiction) ଓ ନିର୍ଭରଶୀଳତା (dependence) ଆଦି ଲକ୍ଷଣ ଥାଏ ।[୧୨] ଜଟିଳ ଅବସ୍ଥା ହେଲେ ମାତ୍ରାଧିକ ଓପିଅଏଡ, ଆତ୍ମହତ୍ୟା, ଏଚଆଇଭି/ଏଡସ, ହେପାଟାଇଟିସ ସି, ବିବାହ ସମସ୍ୟା ଓ ବେକାରୀ ହୋଇପାରେ । [୪][୫]

ଓପିଅଏଡ ବ୍ୟବ‌ହାର ବେମାରୀ (Opioid use disorder)
ଓପିଅଏଡ ନିଶା (Opioid addiction),[୧] problematic opioid use,[୧] opioid abuse,[୨] opioid dependence[୩]
Molecular structure of ଅଫିମର ମଲିକୁଲାର ଗଠନ (morphine)
ବିଭାଗମାନସିକ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସ‌ହନଶୀଳତା (tolerance), କର୍ତ୍ତବ୍ୟ ସମ୍ବାଦନରେ ତୃଟି, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) [୪][୫]
ଅବଧିଦୀର୍ଘକାଳୀନ[୬]
କାରଣଓପିଅଏଡ (Opioids)[୩]
ରୋଗ ନିର୍ଣ୍ଣୟ ପଦ୍ଧତିDSM-5ରେ ପ୍ରଦତ୍ତ ନିୟମାବଳି ଅନୁସାରେ[୪]
ସଠିକ ରୋଗ ନିର୍ଣ୍ଣୟମଦ୍ୟାତ୍ୟୟ (Alcoholism)
ଔଷଧବୁପ୍ରେନର୍ଫିନ, ମେଥାଡନ, ନାଲଟ୍ରେକ୍ସୋନ[୭][୮]
ଚିକିତ୍ସାOpioid replacement therapy, behavioral therapy, twelve-step programs, take home naloxone[୭][୯][୧୦]
ପୁନଃପୌନିକc. ୦.୪%[୪]
ମୃତ୍ୟୁ ସାନ୍ଦ୍ରତା୧୨୨,୦୦୦ (୨୦୧୫)[୧୧]

ଓପିଅଏଡ ମଧ୍ୟରେ ହିରୋଇନ , ମର୍ଫିନ, ଫେଣ୍ଟାନିଲ , କୋଡିନ , ଅକ୍ସିକୋଡୋନ (oxycodone) ଓ ହାଇଡ୍ରୋକୋଡୋନ (hydrocodone) ଇତ୍ୟାଦି ପଦାର୍ଥମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ । [୫][୬] ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ପ୍ରେସକ୍ରିପସନ ନେଇ ଅନେକ ଲୋକ ବ୍ୟବ‌ହାର ଆରମ୍ଭ କରନ୍ତି ।[୧୩][୧୪] କେତେକ ଲୋକ ପ୍ରେସକ୍ରିପସନ ନେଇ ଓ କେତେକ ବେନିୟମ ଭାବରେ କିଣନ୍ତି । [୧୩] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଆମେରିକାଲ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ପ୍ରଦତ୍ତ ନିୟମାବଳି ଅନୁସରଣ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଏଗାରଟି ମାନ‌ଦଣ୍ଡରୁ ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୪] ଡାକ୍ତରୀ ପ୍ରେସକ୍ରିପସନ ଅନୁସାରେ ଔଷଧ ସେବନ କଲେ ଉଇଥଡ୍ରଆଲ ଓ ସ‌ହନଶୀଳତା ଭଳି ସମସ୍ୟା ଉପୁଜେ ନାହିଁ । [୪]

ଅଧିକାଂଶ ସମୟରେ ଓପିଅଏଡ ବ୍ୟବ‌ହାର ବେମାରୀର ଚିକିତ୍ସା ନିମନ୍ତେ ବୁପ୍ରେନର୍ଫିନମେଥାଡନ ଭଳି ଓପିଅଏଡ ରିପ୍ଲେସମେଣ୍ଟ ଥେରାପି (Opioid replacement therapy) ଦିଆଯାଏ ।[୭] ଏହି ଚିକିତ୍ସାରେ ମୃତ୍ୟୁ ସଙ୍କଟ ଟଳିଯାଏ ।[୭] ଅଧିକନ୍ତୁ ରୋଗୀ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଇଣ୍ଡିଭିଜୁଆଲ ବା ଗୃପ ଥେରାପି, ଟୁଏଲଭ୍‌-ସ୍ଟେପ ପ୍ରୋଗ୍ରାମ (twelve-step program) ଓ ସାହାଯ୍ୟକାରୀ ଥେରାପିରେ ଉପକୃତ ହୁଅନ୍ତି ।[୯] ରିଲାପ୍ସ ନ‌ହେବା ନିମନ୍ତେ ନାଲଟ୍ରେକ୍ସୋନ ଦିଆଯାଇପାରେ ।[୮] ମାତ୍ରାଧିକ ଓପିଅଏଡ ସେବନ ଚିକିତ୍ସା ନିମନ୍ତେ ନାଲୋକ୍ସୋନ (Naloxone) ଉପକାର କରେ । [୧୦]

ସନ ୨୦୧୩ରେ ଓପିଅଏଡ ବ୍ୟବ‌ହାର ବେମାରୀ ପ୍ରାୟ ୦.୪% ଲୋକଙ୍କୁ ହୋଇଥିଲା ।[୪] ସନ ୨୦୧୫ରେ ୧୫ ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିଲେ ।[୧୫] ଯନ୍ତ୍ରଣା ନିବାରଣ ନିମନ୍ତେ ୪% ଲୋକ ଓପିଅଏଡ ବ୍ୟବ‌ହାର କରନ୍ତି ।[୧୬] ଅଳ୍ପ ବୟସର ଯୁବକମାନେ ଏହା ସେବନ କରିବା ଆରମ୍ଭ କରନ୍ତି ।[୪] ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ସେବନ କରନ୍ତି ।[୪] ସନ ୨୦୧୫ରେ ଏହା ଯୋଗୁ ପୃଥିବୀରେ ୧୨୨,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ, [୧୧] ଯାହା ସନ ୧୯୯୦ର ୧୮,୦୦୦ ମୃତ୍ୟୁ ଅପେକ୍ଷା ବ‌ହୁତ ଅଧିକ ଥିଲା ।[୧୭] ମାତ୍ରାଧିକ ଓପିଅଏଡ ଯୋଗୁ ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୦୦୦ରୁ ଅଧିକ ମୃତ୍ୟୁ ହୋଇଥିଲା ଓ ଏଥିରୁ କେବଳ ହିରୋଇନ ଯୋଗୁ ୧୫,୦୦୦ ମୃତ୍ୟୁ ହୋଇଥିଲା ।[୧୮]

See also ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "Press Announcements – FDA approves first buprenorphine implant for treatment of opioid dependence". www.fda.gov (in ଇଂରାଜୀ). 26 May 2016. Retrieved 16 March 2017.
  2. "3 Patient Assessment". Clinical Guidelines for the Use of Buprenorphine in the Treatment of Opioid Addiction (in ଇଂରାଜୀ). Rockville (MD): Substance Abuse and Mental Health Services Administration (US). 2004.
  3. ୩.୦ ୩.୧ ୩.୨ "Commonly Used Terms". www.cdc.gov (in ଆମେରିକୀୟ ଇଂରାଜୀ). 29 August 2017. Retrieved 16 July 2018.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 540–546, ISBN 978-0890425558
  5. ୫.୦ ୫.୧ ୫.୨ ୫.୩ ୫.୪ Substance Use and Mental Health Services Administration (2014-09-30). "Substance Use Disorders".
  6. ୬.୦ ୬.୧ "Opioid Use and Opioid Use Disorder in Pregnancy". ACOG. August 2017. Retrieved 16 July 2018.
  7. ୭.୦ ୭.୧ ୭.୨ ୭.୩ Sordo L, Barrio G, Bravo MJ, Indave BI, Degenhardt L, Wiessing L, Ferri M, Pastor-Barriuso R (April 2017). "Mortality risk during and after opioid substitution treatment: systematic review and meta-analysis of cohort studies". BMJ. 357: j1550. doi:10.1136/bmj.j1550. PMC 5421454. PMID 28446428.
  8. ୮.୦ ୮.୧ Sharma B, Bruner A, Barnett G, Fishman M (July 2016). "Opioid Use Disorders". Child and Adolescent Psychiatric Clinics of North America. 25 (3): 473–87. doi:10.1016/j.chc.2016.03.002. PMC 4920977. PMID 27338968.
  9. ୯.୦ ୯.୧ "Treatment for Substance Use Disorders". Substance Abuse and Mental Health Services Administration. October 2014.
  10. ୧୦.୦ ୧୦.୧ McDonald R, Strang J (July 2016). "Are take-home naloxone programmes effective? Systematic review utilizing application of the Bradford Hill criteria". Addiction. 111 (7): 1177–87. doi:10.1111/add.13326. PMC 5071734. PMID 27028542.
  11. ୧୧.୦ ୧୧.୧ GBD 2015 Mortality Causes of Death Collaborators (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |author1= has generic name (help)CS1 maint: numeric names: authors list (link)
  12. Volkow ND, Koob GF, McLellan AT (January 2016). "Neurobiologic Advances from the Brain Disease Model of Addiction". The New England Journal of Medicine. 374 (4): 363–71. doi:10.1056/NEJMra1511480. PMC 6135257. PMID 26816013. Addiction: A term used to indicate the most severe, chronic stage of substance-use disorder, in which there is a substantial loss of self-control, as indicated by compulsive drug taking despite the desire to stop taking the drug. In the DSM-5, the term addiction is synonymous with the classification of severe substance-use disorder.
  13. ୧୩.୦ ୧୩.୧ "Prescription opioid use is a risk factor for heroin use". National Institute on Drug Abuse (in ଇଂରାଜୀ). Retrieved 16 July 2018.
  14. Hughes, Evan (2 May 2018). "The Pain Hustlers". New York Times. Retrieved 3 May 2018.
  15. Schuckit MA (July 2016). "Treatment of Opioid-Use Disorders". The New England Journal of Medicine. 375 (4): 357–68. doi:10.1056/NEJMra1604339. PMID 27464203.
  16. Mohamadi A, Chan JJ, Lian J, Wright CL, Marin AM, Rodriguez EK, von Keudell A, Nazarian A (August 2018). "Risk Factors and Pooled Rate of Prolonged Opioid Use Following Trauma or Surgery: A Systematic Review and Meta-(Regression) Analysis". The Journal of Bone and Joint Surgery. American Volume. 100 (15): 1332–1340. doi:10.2106/JBJS.17.01239. PMID 30063596.
  17. GBD 2013 Mortality Causes of Death Collaborators (January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |author1= has generic name (help)CS1 maint: numeric names: authors list (link)
  18. "Data Brief 294. Drug Overdose Deaths in the United States, 1999–2016" (PDF). CDC. Retrieved 18 May 2018.

External links ସମ୍ପାଦନା

ଶ୍ରେଣୀବିଭାଗ