ପଟ୍ଟଚିତ୍ର
ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା । ଏହା ପ୍ରଧାନତଃ ଜଗନ୍ନାଥ ତଥା ହରି ଓ ରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁନେଇ ଅଙ୍କାଯାଇଥାଏ । ପଟ୍ଟଚିତ୍ରସବୁ ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହା ଓଡ଼ିଆ ଚିତ୍ରକରମାନଙ୍କ ଦେଇ ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ । ଏହା ଓଡ଼ିଶାର ଏକ ମୁଖ୍ୟ ଓ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା, ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ ପଟ୍ଟଚିତ୍ର କୁହାଯାଇଥାଏ । ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଇଥାଏ ।[୧] ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ ।
ସୃଷ୍ଟି ଓ ଇତିହାସ
ସମ୍ପାଦନାଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା)ର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ, ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ "ଭିତ୍ତି" ଚିତ୍ର ଖୋଦିତ ଅଥବା ଚିତ୍ର କରୁଥିଲେ। ସମ୍ଭବତ ଏହି ଚିତ୍ରଗୁଡ଼ିକ କାନ୍ଥବାଡ଼ରେ କରାଯାଉଥିବାରୁ ଏହାକୁ "ଭିତ୍ତି" ଚିତ୍ର କୁହାଯାଉଥିଲା । ୫ମ ଶତକର ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳାର ପୁରୁଷ ପୁରୁଷ ଧରି ଅଭୂତପୂର୍ବ ବିକାଶ ଘଟିଛି ଯାହା ଏହି ଗାଆଁକୁ ଶିଳ୍ପୀଗ୍ରାମର ମାନ୍ୟତା ଦେଇଛି ।
ପ୍ରକାରଭେଦ
ସମ୍ପାଦନାପଟ୍ଟଚିତ୍ର ଦୁଇ ଭାଗରେ ବିଭକ୍ତ
- ବୈଷ୍ଣବ ଚିତ୍ର
- ଭାଗବତ ଚିତ୍ର
- ରାମାୟଣ ଚିତ୍ର
- ଜଗନ୍ନାଥ ଚିତ୍ର
- ଶୈବ ଚିତ୍ର
- ଶାକ୍ତ ଚିତ୍ର
- ପୁରାଣ ଚିତ୍ର
- ରାଗଚିତ୍ର
- ବାନ୍ଧଛିତ୍ର
- ଯମପତି ଓ ଯାତ୍ରିପଟ୍ଟ (ପୁରୀ ମନ୍ଦିରର ଛବି)