ଏ. କେ. ହଙ୍ଗଲ

ବରିଷ୍ଠ ଭାରତୀୟ ଅଭିନେତା
(ଏ.କେ.ହଙ୍ଗଲରୁ ଲେଉଟି ଆସିଛି)

ଅବତାର କିଶନ ହଙ୍ଗଲ (୧୯୧୭ - ୨୦୧୨) ଜଣେ ଜଣା ଶୁଣା ହିନ୍ଦୀ ସିନେମା ତଥା ଟେଲିଭିଜନ ଅଭିନେତା ଓ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବିଶେଷ କରି ସେ ପିତା ଓ ଜେଜେ ଭୂମିକା ପାଇଁ ବେଶ ପରିଚିତ । ସେ ପାଇ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରିୟ ଜେଜେ ଭାବରେ ପରିଚିତ । ଶୋଲେ, ନମକ ହାରମ୍, ଅନାଡ଼ି, ଆଇନା, ଅବତାର, ଅଭିମାନ, କୋରା କାଗଜ, ଚିତଚୋର, ଅନାମିକା ପରି ଅନେକ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ସେ ସଫଳତା ଅର୍ଜନ କରିଥିଲେ । ପ୍ରସିଦ୍ଧ ହିନ୍ଦୀ କଥାଚିତ୍ର ଶୋଲେରେ ସେ ରହିମ୍ ଚାଚା ଭୁମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିନେଇଥିଲେ । ସେ ୧୯୬୬ ମସିହାରୁ ୨୦୦୫ ମଧ୍ୟରେ ୨୨୫ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ରାଜେଶ ଖାନ୍ନାଙ୍କ ସହ ୧୬ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[][]

ଏ. କେ. ହଙ୍ଗଲ
ହଙ୍ଗଲଙ୍କ ୨୦୧୧ର ଫୋଟ
ଜନ୍ମ
ଅବତାର କିଶନ ହଙ୍ଗଲ

(1917-08-15)୧୫ ଅଗଷ୍ଟ ୧୯୧୭
ମୃତ୍ୟୁ୨୬ ଅଗଷ୍ଟ ୨୦୧୨(2012-08-26) (ବୟସ ୯୫)
ଅନ୍ୟ ନାମପଦ୍ମ ଭୂଷଣ ଅବତାର କିଶନ ହଙ୍ଗଲ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୨୯-୧୯୪୭ (ସ୍ୱାଧୀନତା ସଂଗ୍ରାମୀ), ୧୯୩୬-୧୯୬୫ (ରଙ୍ଗମଞ୍ଚ ଅଭିନେତା), ୧୯୬୫–୨୦୦୫ (ଚଳଚ୍ଚିତ୍ର ଜୀବନ), ୧୯୮୦-୨୦୧୨ (ଟେଲିଭିଜନ ଅଭିନେତା)
ଉଲ୍ଲେଖନୀୟ କୃତିଆଇନା (୧୯୭୪)
ସୌକିନ୍
ଶୋଲେ
ନମକ ହାରାମ
ସନ୍ତାନ

ପରିବାର

ସମ୍ପାଦନା

୧୯୧୭ ମସିହା ଫେବୃଆରୀ ୧ ତାରିଖରେ ପେଶୱ୍ଆରଠାରେ ଏକ କାଶ୍ମୀରୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରାନାମ ଅବତାର କିଶନ ହଙ୍ଗଲ । ତାଙ୍କ ପିତାଙ୍କ ନାମ ପଣ୍ଡିତ ହରି କିଶନ ହଙ୍ଗଲ ।[]

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ପ୍ରକୃତରେ ସେ ଜଣେ ନାଟ୍ୟ କଳାକାର । ପ୍ରଥମେ ସିଲେଇ କାମ କରୁଥିଲେ ଓ କମ୍ୟୁନିଷ୍ଟ ପାର୍ଟିର ଜଣେ ସଦସ୍ୟ ଥିଲେ । ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇ ଜେଲ ମଧ୍ୟ ଯାଇଥିଲେ । ମାତ୍ର ୨୧ ବର୍ଷ ବୟସରେ ସେବମ୍ବେ ଆସିଥିଲେ । ପ୍ରଥମେ ସେ ଇଣ୍ଡିଆନ ପିପୁଲ୍ସ୍ ଥିଏଟରରେ ଯୋଗଦେଇ ବଲରାଜ ଶାହାଣୀ ଓ କୈଫୀ ଆଜମୀଙ୍କ ସହ କାମ କରିଥିଲେ ।[]୧୯୬୬ରେ ସେ ପ୍ରଥମ କରି ତିସିରି କସମ ଫିଲ୍ମରେ ଅଭିନୟ କରିଥିଲେ । ୧୯୯୩ରେ ସେ ତାଙ୍କ ଜନ୍ମସ୍ଥାନ ପାକିସ୍ତାନ ଯିବା ପାଇଁ ଭିଜା ଆବେଦନ କରିଥିଲେ ଏବଂ ପାକିସ୍ତାନ ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ ଆସିଥିଲା । ଏହାକୁ ନେଇ ଅନେକ ସମସ୍ୟା ଦେଖାଦେଇଥିଲା ।

ପୁରସ୍କାର

ସମ୍ପାଦନା
  • ଚଳଚ୍ଚିତ୍ର ଜଗତରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ୨୦୦୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।[]
  • ତାଙ୍କର ଆତ୍ମଜୀବନୀ ଦି ଲାଇଫ୍ ଆଣ୍ଡ ଟାଇମ ଅଫ୍ ଏ.କେ.ହଙ୍ଗଲରେ ସେ ତାଙ୍କ ଆତ୍ମ କାହାଣୀ ଲେଖିଛନ୍ତି ।
  1. http://www.mid-day.com/entertainment/2012/aug/250812-A-K-Hangals-condition-very-critical.htm
  2. "ଆର୍କାଇଭ୍ କପି". Archived from the original on 2013-06-08. Retrieved 2012-08-28. {{cite web}}: Cite has empty unknown parameter: |1= (help)
  3. http://post.jagran.com/unknown-facts-about-veteran-actor-ak-hangal-who-dies-at-98-in-mumbai-1345963702
  4. http://www.ndtv.com/article/people/ak-hangal-bollywood-s-favourite-character-actor-259220
  5. "ଆର୍କାଇଭ୍ କପି". Archived from the original on 2012-08-30. Retrieved 2012-08-28. {{cite web}}: Cite has empty unknown parameter: |1= (help)

ବାହାର ଆଧାର

ସମ୍ପାଦନା