ଏନ୯୫ ରେସ୍ପିରେଟର
ଏନ୯୫ ଛଣା ମୁଖ ରେସ୍ପିରେଟର (ସାଧାରଣ ଭାବେ ଏନ୯୫ ମାସ୍କ ବା ଏନ୯୫ ଶ୍ୱାସଯନ୍ତ୍ର ନାମରେ ଜଣା) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇଂଷ୍ଟିଟ୍ୟୁଟ ଫର ଅକ୍ୟୁପେଶନାଲ ସେଫଟି ଆଣ୍ଡ ହେଲ୍ଥର (NIOSH) ଏନ୯୫ ମାନକ ଅନୁସାରେ ତିଆରି ଶ୍ୱାସଯନ୍ତ୍ର । ଏହା ପ୍ରଦୂଷିତ ବାୟୁର ଅତିକମରେ ୯୫ ପ୍ରତିଶତ କଣିକା ଶୁଦ୍ଧ କରିପାରେ ।[୧] ଏହା ଏକ ଯାନ୍ତ୍ରିକ ଶ୍ୱାସଯନ୍ତ୍ର ଯାହା ଧୂଳିକଣାରୁ ରକ୍ଷା କରିବା ବେଳେ ଗ୍ୟାସ ବା ବାଷ୍ପଠାରୁ ରକ୍ଷା କରିପାରେ ନାହିଁ ।[୨]
ଏହି ଶ୍ୱାସଯନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନ୍ୟ ଦେଶମାନଙ୍କରେ ନିୟନ୍ତ୍ରିତ ଶ୍ୱାସଯନ୍ତ୍ରର ସମାନଶ୍ରେଣୀୟ । ତେବେ ସେଗୁଡ଼ିକର ଉପଯୋଗିତା ନିର୍ଣ୍ଣୟ କରିବାର ମାନଦଣ୍ତ ଭିନ୍ନ । ଉଦାହରଣ ସ୍ୱରୂପ, ୟୁରୋପୀୟ ସଂଘର ଏଫଏଫପି୨ ଶ୍ୱାସଯନ୍ତ୍ ବାୟୁରୁ ୯୪ ପ୍ରତିଶତ ସ୍ୱଚ୍ଛ କରିବାରେ ସକ୍ଷମ ହୋଇଥିବା ବେଳେ ଚୀନର କେଏନ୯୫ ଶ୍ୱାସଯନ୍ତ୍ର ୯୫ ପ୍ରତିଶତ କଣିକା ଛାଣିବାରେ ସକ୍ଷମ ।[୩][୪]
ଏନ୯୫ ଶ୍ୱାସଯନ୍ତ୍ର କୃତ୍ରିମ ପଲିମର ତନ୍ତୁର ଏକ ସୂକ୍ଷ୍ମ ଜାଲରେ ପ୍ରସ୍ତୁତ । ଗଳନ ପ୍ରକ୍ରିୟାରେ ନିର୍ମିତ ଏହି ଶ୍ୱାସଯନ୍ତ୍ରରେ ଏକପ୍ରକାର ଆନ୍ତରିକ ଶୋଧନ ପରଳ ତିଆରି ହୋଇଥାଏ ଯାହା ହାନିକାରକ କଣିକା ପରିଷ୍କାର କରିଥାଏ ।[୫]
ବ୍ୟବହାର
ସମ୍ପାଦନାପ୍ରତ୍ୟେକ ବ୍ୟବହାରକାରୀ ନିଜସ୍ୱ ମାପ ଓ ପ୍ରକାର ଅନୁଯାୟୀ ଠିକ ଭାବେ ଫିଟ ହେଉଥିବା ଶ୍ୱାସଯନ୍ତ୍ର ଏବଂ ମୋହର ଯାଞ୍ଚ କରି ବ୍ୟବହାର କରନ୍ତି । ଶ୍ୱାସଯନ୍ତ୍ରର ସିଲ ହୋଇଥିବା ଅଂଶରେ ମୁହଁର ଚୁଟି ଲିକ କରାଇପାରେ ଫଳରେ କ୍ଷତିକାରୀ ଅଣୁ ଶ୍ୱାସନଳୀରେ ପ୍ରବେଶ କରିଯାଇପାରନ୍ତି ।[୬]
ଶ୍ୱାସଯନ୍ତ୍ର ଭାବେ ଉପଯୋଗ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ କାରଣ ଏହାଦ୍ୱାରା ଶ୍ୱାସ ନେବାରେ ଅସୁବିଧା ମଧ୍ୟ ହୋଇପାରେ । ବେଳେବେଳେ ଏହି ଶ୍ୱାସଯନ୍ତ୍ର ବ୍ୟବହାର ହେତୁ ହୃଦଘାତ, ଫୁସଫୁସରେ ରୋଗ ଏବଂ କ୍ଲଷ୍ଟ୍ରୋଫୋବିଆ ପରି ମାନସିକ ରୋଗ ହେବାର ସମ୍ଭାବନା ଥାଏ ।[୭]
ଆଧାର
ସମ୍ପାଦନା- ↑ "NIOSH-Approved N95 Particulate Filtering Facepiece Respirators - A Suppliers List". U.S. National Institute for Occupational Safety and Health.
- ↑ "Respirator Trusted-Source: Selection FAQs". U.S. National Institute for Occupational Safety and Health.
- ↑ "Comparison of FFP2, KN95, and N95 and Other Filtering Facepiece Respirator Classes" (PDF). 3M Technical Data Bulletin. Archived from the original on 2020-04-14. Retrieved 2021-05-06.
{{cite web}}
: CS1 maint: bot: original URL status unknown (link) - ↑ "Strategies for Optimizing the Supply of N95 Respirators". U.S. Centers for Disease Control and Prevention.
- ↑ "COVID-19 Has Caused A Shortage Of Face Masks. But They're Surprisingly Hard To Make".
- ↑ "Proper N95 Respirator Use for Respiratory Protection Preparedness". NIOSH Science Blog.
- ↑ "Medical Evaluations for Workers Who Use Respirators". U.S. Occupational Safety and Health Administration.