ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ

ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ (ଇଂରାଜୀ ଭାଷାରେ Ethinylestradiol/norethisterone, ଅନ୍ୟ ନାମ ethinyl estradiol/norethindrone) ଏକ ଜନ୍ମ ନିରୋଧ ବଟିକା ଯେଉଁଥିରେ ଏକ ଏଥିନିଲଏସଟ୍ରାଡାୟଲ (ethinylestradio), ଏକ ଏସ୍ଟ୍ରୋଜେନ (estrogen) ଓ ନରଏଥିସ୍ଟିରନ (norethisterone), ଏକ ପ୍ରୋଜେସ୍ଟେରନ (progestin) ଥାଏ ।[୧] ଜନ୍ମ ନିରୋଧ (birth control), ଋତୁସ୍ରାବ (menstruation) ଲକ୍ଷଣ, ଏଣ୍ଡୋମେଟ୍ରିଓସିସ (endometriosis) ଓ ଋତୁବନ୍ଦ ଲକ୍ଷଣ (menopausal symptoms) ଇତ୍ୟାଦି ବେମାରୀମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧][୨] ବ୍ରଣରେ (acne) ମଧ୍ୟ ଏହା ଦିଆଯାଏ । ପାଟିରେ ଏହି ଔଷଧ ଦିଆଯାଏ । [୧]

ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ
Combination of
EthinylestradiolEstrogen
NorethisteroneProgestogen
Clinical data
Trade namesAlyacen, Aranelle, Balziva, Brevicon, Brevinor, Briellyn, Cyclafem, Dasetta, Femcon, Gencept, Gildagia, Jenest, Kaitlib, Modicon, N.E.E., Norcept, Norethin, Norinyl, Norquest, Nortrel, Ortho-Novum, Ovcon, Philith, Pirmella, Tri-Norinyl, Vyfemla, Wera, others
AHFS/Drugs.commonograph
MedlinePlusa601050
Pregnancy
category
  • US: X (Contraindicated)
Routes of
administration
By mouth
ATC code
Legal status
Legal status
Identifiers
CAS Number
PubChem CID
ChemSpider
  • None

ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବଥା, ରକ୍ତ ଜମାଟ (blood clots), ସ୍ତନ ଯନ୍ତ୍ରଣା, ଅବସାଦ ଓ ଯକୃତ ସମସ୍ୟା (liver problems) ହୋଇପାରେ । ଗର୍ଭାବସ୍ଥା, ପ୍ରସବ (childbirth) ପରବର୍ତ୍ତୀ ୩ ସପ୍ତାହ ଓ ରକ୍ତ ଜମାଟ ସଙ୍କଟ ଥିବା ଲୋକଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୨][୩] ଅନ୍ୟ ପକ୍ଷରେ ଗର୍ଭପାତ ପରେ ସଙ୍ଗେସଙ୍ଗେ ଏହା ଦିଆଯାଇପାରେ ।[୩] ଏହା ଔଷଧ ଗ୍ରହଣ କରିବା ସମୟରେ ଧୂମ୍ରପାନ କରିବାକୁ ମନା କରାଯାଏ ।[୪] ଏହି ଔଷଧଦ୍ୱାରା ଡିମ୍ବ ସୃଷ୍ଟି ବାଧାପ୍ରାପ୍ତ ହୁଏ, ଜରାୟୁରେ ଭୃଣ ସଂସ୍ଥାପନ ସଠିକ ଭାବରେ ସମ୍ପାଦନ ହୁଏନି ଓ ଜରାୟୁଗ୍ରୀବାରେ ମ୍ୟୁକସ୍ ଅଧିକ ବ‌ହଳିଆ ହୁଏ; ଏଣୁ ଏହା କାର୍ଯ୍ୟକ୍ଷମ ହୁଏ ।[୩]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସନ ୧୯୬୪ରେ ସ୍ୱୀକୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୭] ଇଂଲଣ୍ଡରେ ଏହାର ୩ମାସର ଔଷଧ ଖର୍ଚ୍ଚ ପ୍ରାୟ ୨.୭୦ ପାଉଣ୍ଡ ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୫ରୁ ୫୦ ଆମେରିକୀୟ ଡଲାର ।[୭] ଅନେକ ପ୍ରକାରର ବ୍ରାଣ୍ଡ ନାମରେ ଏହା ବିକ୍ରୟ ହୁଏ ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Ethinyl estradiol and norethindrone (HRT) medical facts from Drugs.com". www.drugs.com. Retrieved 23 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 365. ISBN 9789241547659. Retrieved 8 December 2016.
  3. ୩.୦ ୩.୧ ୩.୨ "Brevinor Tablets - Summary of Product Characteristics (SPC) - (eMC)". www.medicines.org.uk. Retrieved 23 December 2016.
  4. "Estrogen-Progestin Combinations". The American Society of Health-System Pharmacists. Retrieved 8 December 2016.
  5. Haussman, Melissa (2013). Reproductive Rights and the State: Getting the Birth Control, RU-486, Morning-after Pills and the Gardasil Vaccine to the U.S. Market (in ଇଂରାଜୀ). ABC-CLIO. p. 72. ISBN 9780313398223.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. ୭.୦ ୭.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 353. ISBN 9781284057560.
  8. British national formulary : BNF 69 (69 ed.). British Medical Association. 2015. p. 552. ISBN 9780857111562.
  9. "Alyacen 1/35 (birth control) medical facts from Drugs.com". www.drugs.com.