ଏଟିଡ୍ରୋନିକ ଏସିଡ, ଯାହାକୁ ଏଟିଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଷ୍ଟିରଏଡ ଯୋଗୁ ହେଉଥିବା ଓଷ୍ଟିଓପୋରୋସିସ, ହାଡ଼ର ପାଜେଟ ରୋଗ ଏବଂ ହେଟେରୋଟୋପିକ ଓସିଫିକେସନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧ ବ୍ୟବ‌ହାର ବନ୍ଦ ହେବା ପରେ ତାହାର ପ୍ରଭାବ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ।[୧]

ଏଟିଡ୍ରୋନିକ ଏସିଡ
Clinical data
Trade namesDidronel, others
Synonyms1-Hydroxyethylidene-1,1-diphosphonic acid; HEDP
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Bioavailability3%
MetabolismNil
Elimination half-life1 to 6 hours
ExcretionKidney and fecal
Identifiers
  • (1-Hydroxyethan-1,1-diyl)bis(phosphonic acid)
ECHA InfoCard100.018.684 Edit this at Wikidata
Chemical and physical data
FormulaC2H8O7P2
Molar mass୨୦୬.୦୩ g·mol−1
3D model (JSmol)
  • O=P(O)(O)C(O)(C)P(=O)(O)O
  • InChI=1S/C2H8O7P2/c1-2(3,10(4,5)6)11(7,8)9/h3H,1H3,(H2,4,5,6)(H2,7,8,9) checkY
  • Key:DBVJJBKOTRCVKF-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ପ୍ରଦାହ, ଗ୍ରାସନଳୀ ଛିଦ୍ର, ହନୁହାଡ଼ର କ୍ଷୟ, ଏବଂ ସମ୍ଭାବ୍ୟ ଗ୍ରାସନଳୀ କର୍କଟ ହୋଇପାରେ ।[୧] ଏହା ଏକ ବାଇଫସ୍ଫୋନେଟ୍ ।[୧] ଏହା ହାଡ଼ ସ‌ହିତ ଅନୁବନ୍ଧିତ ହୋଇ ତାହାର ବୃଦ୍ଧି ଏବଂ ଭାଙ୍ଗିବାକୁ ପ୍ରତିରୋଧ କରେ ।[୧]

୧୯୬୬ ମସିହାରେ ଏଟିଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୭୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୧.୭ ଡଲାର ଅଟେ ।[୩] ଏହା ବ୍ୟତୀତ ଏହା ସଫା କରିବା, ଜଳ ଚିକିତ୍ସା ଏବଂ ପ୍ରସାଧନ ସାମଗ୍ରୀ ଭାବରେ ମଧ୍ୟ ବ୍ୟବ‌ହାର କାରାଯାଇପାରେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Etidronate Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 23 July 2021.
  2. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 523. ISBN 9783527607495. Archived from the original on 2021-03-18. Retrieved 2021-03-16.
  3. ୩.୦ ୩.୧ "Etidronate Prices, Coupons & Savings Tips - GoodRx". GoodRx. Retrieved 23 July 2021.
  4. Schwab, Manfred (14 October 2011). Encyclopedia of Cancer (in ଇଂରାଜୀ). Springer Science & Business Media. p. 1338. ISBN 978-3-642-16482-8. Archived from the original on 28 August 2021. Retrieved 23 July 2021.