ଗ୍ରାସନଳୀ ଛିଦ୍ର

ଏହି ରୋଗରେ ଗ୍ରାସନଳୀରେ ଆଂଶିକ ବା ସମ୍ପୁର୍ଣ୍ଣ ଛିଦ୍ର ଥାଏ ।

ଗ୍ରାସନଳୀ ଛିଦ୍ର ବା ଏସୋଫେଜିଆଲ ରପଚର, ଅନ୍ୟ ନାମ ବୋରହାଭ୍ ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ, ରୋଗରେ ଗ୍ରାସନଳୀ କାନ୍ଥରେ ସମ୍ପୂର୍ଣ୍ଣ ଭାବେ ଛିଦ୍ର ହୋଇଥାଏ ।[୬] ଏହାର ଲକ୍ଷଣରେ ସାଧାରଣତଃ ଛାତି ଯନ୍ତ୍ରଣା ହୁଏ । [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଜ୍ୱର ଏବଂ ଗିଳିବାରେ ଅସୁବିଧା ହୋଇପାରେ । [୧] ଜଟିଳତାରେ ମେଡିଆଷ୍ଟାଇନମ ପ୍ରଦାହ ଏବଂ ସେପସିସ୍ ଅନ୍ତର୍ଭୁକ୍ତ ହୋଇପାରେ । [୭] [୧]

Boerhaave syndrome, esophageal injury
Axial CT image through the upper chest showing extraluminal air (pneumediastinum) surrounding the trachea and esophagus
ବିଭାଗGastroenterology, general surgery
ଲକ୍ଷଣChest pain, shortness of breath, fever, trouble swallowing[୧]
କାରଣEndoscopy, trauma, caustic ingestion, vomiting, seizures, abdominal trauma, compressed air injury, childbirth[୨][୩]
ବିପଦ କାରକEsophagitis, alcoholism, eating in excess[୨]
ରୋଗ ନିର୍ଣ୍ଣୟ ପଦ୍ଧତିMay be supported medical imaging or endoscopy[୧]
ସଠିକ ରୋଗ ନିର୍ଣ୍ଣୟAortic dissection, acute pancreatitis, heart attack, pneumothorax[୨]
ଚିକିତ୍ସାIntravenous fluids, antibiotics, surgery[୪]
PrognosisHigh risk of death[୨]
ପୁନଃପୌନିକRare[୫]

ଏହାର କାରଣଗୁଡ଼ିକ ହେଉଛି ଐଣ୍ଡୋସ୍କୋପି, ଆଘାତ, ତୀବ୍ର କ୍ଷୟକାରୀ ପଦାର୍ଥ ଭୋଜନ, ବାନ୍ତି, ବାତ, ପେଟରେ ଆଘାତ, ସଙ୍କୁଚିତ ବାୟୁ ଆଘାତ ଏବଂ ପ୍ରସବ । [୮] [୯] ଅଧିକାଂଶ କ୍ଷେତ୍ରରେ ଗ୍ରାସନଳୀ ସ୍ୱାଭାବିକ ଥିବାବେଳେ ଏହାର ପ୍ରଦାହ ଏବଂ ଘାଆ ବିପଦର କାରଣ ଅଟେ । [୨] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ମଦ୍ୟପାନ ଏବଂ ଅତ୍ୟଧିକ ଖାଇବା । [୨] ଛାତି ଏକ୍ସ-ରେ, ସିଟି ସ୍କାନ ବା ଏଣ୍ଡୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଇପାରେ । [୬] ହୃତ୍‌ପିଣ୍ଡ ସ୍ପନ୍ଦନ ଶବ୍ଦ ସ‌ହିତ ଏକ ଫଟା ଶବ୍ଦ ଶୁଣାଯାଇପାରେ । [୧୦]

ଶିରାଭ୍ୟନ୍ତର ତରଳ ପଦାର୍ଥ, ପାଇପେରାସିଲିନ୍/ତାଜୋବ୍ୟାକ୍ଟାମ ଭଳି ଆଣ୍ଟିବାୟୋଟିକ ଏବଂ ନିମ୍ନ ଭାଗର ଗ୍ରାସନଳୀ ଜଡିତ ହେଲେ ଅସ୍ତ୍ରୋପଚାର ଚିକିତ୍ସା କରାଯାଏ । [୧୦] ମୃତ୍ୟୁ ହେବାର ଆଶଙ୍କା ଅଧିକ ଏବଂ ଚିକିତ୍ସା ବିନା ଲୋକମାନେ କିଛି ଦିନ ମଧ୍ୟରେ ମରିପାରନ୍ତି ।[୮] [୪] ମଧ୍ୟ ଏବଂ ଉପର ଗ୍ରାସନଳୀର କିଛି ଆଘାତ ଅସ୍ତ୍ରୋପଚାର ବିନା ପରିଚାଳିତ ହୋଇପାରେ । [୯] ପ୍ରାଥମିକ ରୋଗ ନିର୍ଣ୍ଣୟ ଫଳାଫଳକୁ ଉନ୍ନତ କରିଥାଏ । [୨]

ଗ୍ରାସନଳୀ ଛିଦ୍ର ବିରଳ ଅଟେ । [୭] ଏହି ଅବସ୍ଥା ପ୍ରଥମେ ଅଷ୍ଟାଦଶ ଶତାବ୍ଦୀର ଚିକିତ୍ସକ ହରମାନ ବୋରହାଭ ଦସ୍ତାବିଜ କରିଥିଲେ, ଓ ତାଙ୍କ ନାମାନୁସାରେ ରୋଗର ନାମକରଣ କରାଯାଇଥିଲା। [୧୧] [୧୨] କେତେକ ବ୍ୟକ୍ତି ଅନ୍ତସ୍ଥ ଗ୍ରାସନଳୀ ଚାପ ଥିବା କାରଣରୁ କେବଳ “ବୋରହାଭ” ଶବ୍ଦ ବ୍ୟବହାର କରନ୍ତି । [୮] ଏହାର ଏକ କମ୍ ଗୁରୁତର ଅବସ୍ଥାକୁ ମାଲୋରି-ୱେସ ସିଣ୍ଡ୍ରୋମ କୁହାଯାଏ ଯେଉଁଥିରେ କେବଳ ମ୍ୟୁକୋସାରେ ଛିଦ୍ର ଥାଏ । [୧୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Bautz, B; Schneider, JI (May 2020). "High-Risk Chief Complaints I: Chest Pain-The Big Three (an Update)". Emergency medicine clinics of North America. 38 (2): 453–498. doi:10.1016/j.emc.2020.01.009. PMID 32336336.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Turner, AR; Turner, SD (January 2021). "Boerhaave Syndrome". PMID 28613559. {{cite journal}}: Cite journal requires |journal= (help)
  3. Mubang, RN; Sigmon, DF; Stawicki, SP (January 2021). "Esophageal Trauma". PMID 29261892. {{cite journal}}: Cite journal requires |journal= (help)
  4. ୪.୦ ୪.୧ "Esophageal Rupture - Gastrointestinal Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 3 May 2021. Retrieved 2 May 2021.
  5. Oguma, J; Ozawa, S (July 2015). "[Idiopathic and Iatrogenic Esophageal Rupture]". Kyobu geka. The Japanese journal of thoracic surgery. 68 (8): 701–5. PMID 26197919.
  6. ୬.୦ ୬.୧ Bautz, B; Schneider, JI (May 2020). "High-Risk Chief Complaints I: Chest Pain-The Big Three (an Update)". Emergency medicine clinics of North America. 38 (2): 453–498. doi:10.1016/j.emc.2020.01.009. PMID 32336336.
  7. ୭.୦ ୭.୧ Oguma, J; Ozawa, S (July 2015). "[Idiopathic and Iatrogenic Esophageal Rupture]". Kyobu geka. The Japanese journal of thoracic surgery. 68 (8): 701–5. PMID 26197919.
  8. ୮.୦ ୮.୧ ୮.୨ Turner, AR; Turner, SD (January 2021). "Boerhaave Syndrome". PMID 28613559. {{cite journal}}: Cite journal requires |journal= (help)
  9. ୯.୦ ୯.୧ Mubang, RN; Sigmon, DF; Stawicki, SP (January 2021). "Esophageal Trauma". PMID 29261892. {{cite journal}}: Cite journal requires |journal= (help)
  10. ୧୦.୦ ୧୦.୧ "Esophageal Rupture - Gastrointestinal Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 3 May 2021. Retrieved 2 May 2021.
  11. "Boerhaave's syndrome". www.whonamedit.com. Archived from the original on 16 January 2020. Retrieved 2 May 2021.
  12. Boerhaave, Herman (1724). Atrocis, nec descripti prius, morbis historia: Secundum medicae artis leges conscripta [Bitter or the results were registered before the history of the disease. According to the written laws of medicine] (in Latin). Lugduni Batavorum; Ex officine Boutesteniana. OCLC 952706276.{{cite book}}: CS1 maint: unrecognized language (link)
  13. "Boerhaave's syndrome". www.whonamedit.com. Archived from the original on 16 January 2020. Retrieved 2 May 2021.