ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ

ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ

କୃପ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ ।[] ଏହି ସଂକ୍ରମଣ ହେଲେ ଟ୍ରାକିଆ ବା ଶ୍ୱାସନଳୀର ଭିତର ପାର୍ଶ୍ୱ ଫୁଲିଯାଇ ଶ୍ୱାସକ୍ରିୟା ବ୍ୟାହତ ହୁଏ ଓ ଏକ ନିର୍ଦ୍ଦିଷ୍ଟ ଶବ୍ଦ ବାହାରେ ଯାହା ଲକ୍ଷଣକୁ ଭୁକିଲା କାଶ, ସ୍ଟ୍ରାଇଡର ଓ କର୍କଶ ସ୍ୱର କୁହାଯାଏ । ଜ୍ୱର ଓ ନାକରୁ ପାଣି ବୁହେ ।[] ଏହାର ଲକ୍ଷଣ ତିନି ପ୍ରକାର ହୋଇପାରେ ଯଥା:- ସାଧାରଣ, ମଧ୍ୟମ ଓ ସାଂଘାତିକ ।[] ଅଧିକାଂଶ ସମୟରେ ଏହା ରାତିରେ ଆରମ୍ଭ ହୁଏ ବା ଅତିଶୟ ହୁଏ ।[][] ଏହି ରୋଗ ଦିନେ ବା ଦୁଇ ଦିନ ରହେ ।[]

କୃପ ବା ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ
ଗୋଟିଏ ଶିଶୁର ବେକ ଏକ୍ସ-ରେ (ଏ.ପି. ଭିୟୁ) ଫୋଟୋରେ ଷ୍ଟିପ୍ଲ ଚିହ୍ନ ଦେଖାଯାଉଛି ।
ବିଭାଗpulmonology[*], pediatrics[*]
ଆଇସିଡ଼ି-୧୦J05.0
ଆଇସିଡ଼ି-୯-ସିଏମ୍464.4
ରୋଗ ଡାଟାବେସ13233
ମେଡ଼ିସିନ-ପ୍ଲସ000959
ଇ-ମେଡ଼ିସିନped/510 emerg/370 radio/199
Patient UKଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ
MeSHD003440

ପାରାଇନଫ୍ଲୁଏଞ୍ଜାଇନଫ୍ଲୁଏଞ୍ଜା ଭଳି ଅନେକ ଭୁତାଣୁଦ୍ୱାରା ଏହି ରୋଗ ହୁଏ ।[] କ୍ୱଚିତ୍ ଏହା ଜୀବାଣୁ ସଂକ୍ରମଣଦ୍ୱାରା ହୁଏ ।[] ସାଂଘାତିକ ଏପିଗ୍ଲୋଟାଇଟିସ କିମ୍ବା ଶ୍ୱାସନଳୀରେ ବାହ୍ୟ ପଦାର୍ଥମାନଙ୍କର ଉପସ୍ଥିତି ଖୋଜିବାକୁ ପଡ଼େ ଓ ଏ ସମସ୍ତ ନଥିଲେ ଚିହ୍ନ ଓ ଲକ୍ଷଣ ଦେଖି କୃପ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ ।[]

ଇନ୍‌ଫ୍ଲୁଏଞ୍ଜାଡିଫ୍‌ଥେରିଆ ଟିକା ଦେବାଦ୍ୱାର ଅନେକ କୃପ ରୋଗ ପ୍ରତିରୋଧ କରାଯାଇ ପାରୁଛି ।[] ଗୋଟିଏ ମାତ୍ରା (ଡୋଜ) ସ୍ଟୋରଏଡ ପାଟିରେ ଦେଇ ଏହାର ଚିକିତ୍ସା କରାଯାଏ ।[] ଅଧିକ ସାଂଘାତିକ ରୋଗୀଙ୍କୁ ଏପିନେଫ୍ରିନ ଶୁଙ୍ଘିବାକୁ ଦିଆଯାଏ ।[][] ମାତ୍ର ୧ରୁ ୫ % ରୋଗୀଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହୁଏ ।[]


ଡାକ୍ତରୀ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ ଏହା ପୂର୍ବରୁ କୌଣସି ବାହ୍ୟ ପଦାର୍ଥ ତଣ୍ଟିରେ ନ ଥିବା ଓ ଏପିଗ୍ଲୋସାଇଟିସ ନ ଥିବା ଦେଖାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ । ଏହା ଏକ ସାଧାରଣ ରୋଗ ଯାହା ୬ ମାସରୁ ୫/୬ ବର୍ଷ ବୟସ୍କ ପିଲାଙ୍କଠାରେ ଦେଖାଯାଏ, କ୍ୱଚିତ ୧୫ ବର୍ଷ ବୟସ୍କ ପିଲାଙ୍କର ହୁଏ ।.[][][] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ସାମାନ୍ୟ ଅଧିକ ହୁଏ ।. ଟିକା ଉଦ୍ଭାବନ ପୂର୍ବରୁ ଏହା ଡିଫଥେରିଆଦ୍ୱାରା ହେବା ଦେଖାଯାଉଥିଲା ଯାହା ଅତ୍ୟନ୍ତ ମାରାତ୍ମକ ଥିଲା । ଅଧୁନା ଡି.ପି.ଟି. ଟିକା ଓ ଉନ୍ନତ ସ୍ୱାସ୍ଥ୍ୟରକ୍ଷାଯୋଗୁ ଏହି ରୋଗ ପଶ୍ଚିମ ପୃଥିବୀରେ ଐତିହାସିକ ହୋଇଛି ।[]

ଚିହ୍ନ ଓ ଲକ୍ଷଣ

ସମ୍ପାଦନା

ସ୍ୱରପେଟିକା-ଶ୍ୱାସନଳୀ-ଲଘୁଶ୍ୱାସନଳୀ ପ୍ରଦାହ ରୋଗରେ ନିର୍ଦ୍ଦିଷ୍ଟ ଭୁକା କାଶ, ସମ ସମ ହୁଏ, କଷ୍ଟଦାୟକ ଶ୍ୱାସ କ୍ରିୟା ଓ କର୍କଶ ସ୍ୱର ହୁଏ ଓ ଏ ସମସ୍ତ ରାତିରେ ଅଧିକ ହୁଏ ।[] ସିଲ ମାଛ(seal) ବା ସାମୁଦ୍ରିକ ସିଂହର ବୋବାଳି ଭଳି ଭୁକା କାଶ ଶୁଣାଯାଏ । କ୍ରନ୍ଦନ କଲେ ଓ ଉତ୍ତ୍ୟକ୍ତ ହେଲେ ସଁ ସଁ ହେବା ବଢିଯାଏ ଓ ବିଶ୍ରାମ ସମୟରେ ଶୁଣାଗଲେ ଶ୍ୱାସନଳୀ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଜଣାଯାଏ । ରୋଗ ଅଧିକ ହେଲେ ସଁ ସଁ କମିଯାଏ []

ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ସର୍ଦ୍ଦି, ଓ ଛାତିକାନ୍ଥ ଭିତରକୁ ପଶିଯାଏ । [] ପାଟିରୁ ଲାଳ (Drooling) ଗଡ଼ୁଥିଲେ ବା ଅତି ରୋଗା ଦେଖାଯାଉଥିଲେ ଅନ୍ୟ ରୋଗ ହୋଇଥିବା ସମ୍ଭାବନା ଥାଏ ।

ସାଧାରଣତଃ ଏହି ରୋଗ ଭୂତାଣୁ ଯୋଗୁ ହୁଏ । [] ଏହାର ଅନ୍ୟ ନାମକରଣ ମଧ୍ୟ କରାଯାଇଛି ଯଥା ଲାରିଙ୍ଗୋଟ୍ରାକିଆଇଟିସ, ଷ୍ପାଜମୋଡିକ କୃପ, ଲାରିଞ୍ଜିଆଲ ଡିଫଥେରିଆ, ବ୍ୟାକ୍ଟେରିଆଲ ଟ୍ରାକିଆଇଟିସଲାରିଙ୍ଗୋଟ୍ରାକିଓବ୍ରଙ୍କୋନିମୋନିଆ । ପ୍ରଥମ ଦୁଇଟି ଭୂତାଣୁ ଯୋଗୁ ହୁଏ ତଥା ଲକ୍ଷଣ ସାମାନ୍ୟ ହୁଏ; ଶେଷ ଚାରୋଟି ଜୀବାଣୁ ଯୋଗୁ ହୁଏ ଓ ଭୟାବହ ହୁଏ ।

ଭୂତାଣୁ

ସମ୍ପାଦନା

ଭୂତାଣୁ କୃପ ବା ଲାରିଙ୍ଗୋଟ୍ରାକିଆଇଟିସ ରୋଗ ୭୫ % କ୍ଷେତ୍ରରେ ଟାଇପ ୧ ଓ ୨ ପାରାଇନଫ୍ଳୁଏଞ୍ଜା ଭୂତାଣୁ ଯୋଗୁ । ଅନ୍ୟାନ୍ୟ ଭୂତାଣୁମାନଙ୍କ ନାମ – ଇନଫ୍ଳୁଏଞ୍ଜା କ ଓ ଖ, ମିଳିମିଳା, ଆଡେନୋଭୂତାଣୁରେସ୍ପିରେଟରୀ ଶିନ୍ସିଟିଆଲ ଭୂତାଣୁ (RSV) । ଷ୍ପାଜମୋଡିକ କୃପ ରୋଗ ଓ ଲାରିଙ୍ଗୋଟ୍ରାକିଆଇଟିସ ଏକା ଦଳୀୟ ଭୂତାଣୁ ଯୋଗୁ ହୁଏ କିନ୍ତୁ ସଂକ୍ରମଣ ଚିହ୍ନ ଜ୍ୱର, ତଣ୍ଟି ଦରଜ ଓ ଶ୍ୱେତ ରକ୍ତକଣିକା ଇତ୍ୟାଦି ଅଧିକ ହୁଏ ନାହିଁ । ଚିକିତ୍ସା ଓ ଏହାର ଫଳାଫଳ ସମାନ ଧରଣର ହୁଏ ।

ଜୀବାଣୁ

ସମ୍ପାଦନା

ସ୍ୱରପେଟିକା ଡିଫଥେରିଆ ରୋଗ କୋରାଇନୋବ୍ୟାକ୍ଟେରିଅମ୍ ଡିଫଥେରି ଜୀବଣୁ ଯୋଗୁ; ବ୍ୟକ୍ଟେରିଆଲ୍ ଟ୍ରାକିଆଇଟିସ, ଲାରିଙ୍ଗୋଟ୍ରାକିଓବ୍ରୋଙ୍କାଇଟିସଲାରିଙ୍ଗୋଟ୍ରାକିଓବ୍ରୋଙ୍କୋନିମୋନାଇଟିସ ରୋଗତ୍ରୟ ପ୍ରାଥମିକ ସ୍ତରରେ ଭୁତାଣୁ ଯୋଗୁ ହେବା ପରେ ସେକଣ୍ଡାରି ବ୍ୟାକ୍ଟେରିଆ ସଂକ୍ରମଣ ହୁଏ । ସାଧାରଣତଃ ସ୍ଟାଫିଲୋକୋକସ୍ ଅରିଅସ୍, ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନଫ୍ଲୁଏଞ୍ଜିମୋରାକ୍ସେଲା କାଟାରାଲିସ୍ ଜୀବଣୁମାନଙ୍କଦ୍ୱାରା ରୋଗ ହୁଏ ।

ବିକାରୀଶରୀରକ୍ରିୟା

ସମ୍ପାଦନା

ଭୁତାଣୁ ସଂଙ୍କ୍ରମଣ ଯୋଗୁ ସ୍ୱର ପେଟିକା, ଶ୍ୱାସନଳୀବଡ୍ ବ୍ରୋଙ୍କସରେ ଶ୍ୱେତ ରକ୍ତ କଣିକା (ହିସ୍ଟିଓସାଇଟ, ଲିମ୍ଫୋସାଇଟ, ପ୍ଲାଜ୍ମାସେଲ୍ନିଉଟ୍ରୋଫିଲ) ପ୍ରବେଶ ହୋଇ ସେଗୁଡିକ ଫୁଲି ଯାଏ । ଏହି ଫୁଲିବାଦ୍ୱାରା ଶ୍ୱାସନଳୀ ସରୁ ହୋଇଯାଏ ଯାହା ଫଳରେ ଶ୍ୱାସକ୍ରିୟ ନିମନ୍ତେ ଅଧିକ ବଳ ଆବଶ୍ୟକ ହୁଏ ଓ ଏହା ନିମନ୍ତେ ଯେଉଁ ଶବ୍ଦ ବାହାରେ ତାହାକୁ ସ୍ଟ୍ରାଇଡର କୁହାଯାଏ ।

ରୋଗ ନିର୍ଣ୍ଣୟ

ସମ୍ପାଦନା
ୱେଷ୍ଟଳୀ ସ୍କୋର: ଉଗ୍ରତାର ବର୍ଗୀକରଣ
ଲକ୍ଷଣ ଲକ୍ଷଣ ନିମନ୍ତେ ସଂଖ୍ୟା
0
ଛାତି କାନ୍ଥ
ଭିତରକୁ
ନାହିଁ ସାମାନ୍ୟ ମଧ୍ୟମ ଉଗ୍ର
ଷ୍ଟ୍ରାଇଡର କିଛି ନାହିଁ ଉତ୍ୟକ୍ତ ବିଶ୍ରାମବେଳେ
ନୀଳାଭ ନାହିଁ ଉତ୍ୟକ୍ତ ବିଶ୍ରାମ ବେଳେ
ଚେତନା
ସ୍ତର
ସାଧାରଣ ମାନସିକ ଭାରସାମ୍ୟ ଅଭାବ
ବାୟୁ ପ୍ରବେଶ ସାଧାରଣ କମ ଉଲ୍ଲେଖନୀୟ କମ

ଏହି ରୋଗ ନିଣ୍ଣୟ ଏକ ରୋଗୀ ପରୀକ୍ଷାଜନିତ ନିର୍ଣ୍ଣୟ । [] ଏହି ନିର୍ଣ୍ଣୟର ପ୍ରଥମ ପାହାଚରେ ଉର୍ଦ୍ଧ୍ୱ ଶ୍ୱାସନଳୀର ଅନ୍ୟ ଅବରୋଧକାରୀ ରୋଗ ଉପସ୍ଥିତି ନ ଥିବା ନିମନ୍ତେ ନିର୍ଣ୍ଣୟ କରାଯାଏ ଯେପରିକି ଏପିଗ୍ଲୋଟ୍ଟାଇଟିସ, ବାହାର ବସ୍ତୁ, ସବ୍‌ଗଲୋଟ୍ଟିକ ସ୍ଟେନିସିସ, ଆଞ୍ଜିଓଇଡିମା, ରେଟ୍ରୋଫାରିଞ୍ଜିଆଲ ଆବସେସ ଓ ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ । [୧୦][]

ବେକର ଫ୍ରଣ୍ଟାଲ ଏକ୍ସ-ରେ ନିୟମିତ ଭାବରେ କରାଯାଏ ନାହିଁ । [] କିନ୍ତୁ ଏହା କଲେ ସଟିପ୍ଲ ଚିହ୍ନ ବା ଉର୍ଦ୍ଧ୍ୱଶ୍ୱାସନଳୀର ଉପର ଭାଗ ଅଣଓସାରିଆ ଦେଖାଯାଏ । ଏହି ଚିହ୍ନ ନିର୍ଣ୍ଣୟାତ୍ମକ ହେଲେ ମଧ୍ୟ ଅର୍ଦ୍ଧେକ ରୋଗୀଙ୍କର ନ ଥାଏ । []

Other investigations (such as ରକ୍ତ ପରୀକ୍ଷାs and ଭୁତାଣୁ କଲ୍‌ଚର) ଇତ୍ୟାଦି କରିବାକୁ ମନାକରାଯାଏ କାରଣ ରୋଗୀ ଅଯଥା ଉତ୍ତେଜିତ ହେବା ସମ୍ଭାବନା ଥାଏ । [] ଭୁତାଣୁ କଲ୍‌ଚର କେବଳ ଗବେଷଣା ନିମନ୍ତେ କରାଯାଏ । [] ନିର୍ଦ୍ଦିଷ୍ଟ ଚିକିତ୍ସାଦ୍ୱାରା ଭଲ ନ ହେଲେ ବ୍ୟାକ୍ଟେରିଆଲ ସଂକ୍ରମଣ ସମ୍ଭାବନା ହୁଏ ଓ ଅନ୍ୟ ପରୀକ୍ଷା କରାଯାଏ । [୧୦]

ପ୍ରକୋପ

ସମ୍ପାଦନା

ପ୍ରକୋପର ବର୍ଗୀକରଣ କରିବା ନିମନ୍ତେ ୱେଷ୍ଟଲି ସ୍କୋର ସାହାଯ୍ୟ ନିଆଯାଏ । ଏହା ସାଧାରଣତଃ ଗବେଷଣା ନିମନ୍ତେ ବ୍ୟବହାର କରାଯାଏ ।[୧୦] ପାଞ୍ଚୋଟି କାରକର ସଂଖ୍ୟାକୁ ନେଇ ଏହା ହିସାବ କରାଯାଏ; ସେ ଗୁଡ଼ିକ ଚେତନ ସ୍ତର, ସ୍ୟାନୋସିସ/ ନୀଳ ରଙ୍ଗ, ସ୍ଟ୍ରାଇଡର, ବାଯୁ ପ୍ରବେଶ ଓ ରିଟ୍ରାକସନ ।[୧୦] ଟେବୁଲରେ ଦିଆଯିବା ମତେ ନମ୍ବର ଦିଆଯାଏ । ଏହି ସ୍କୋର ୦ରୁ ୧୭ ପର୍ଯ୍ୟନ୍ତ ଥାଏ । [୧୧]

  • ସମୁଦାୟ ସ୍କୋର ≤ ୨ ଥିଲେ ସାଧାରଣ କ୍ରୁପ । ବିଶ୍ରାମ ବେଳେ ସ୍ଟ୍ରାଇଡର୍ ହୁଏ ନାହିଁ ଯଦିଓ ଭୁକା କାଶ ଓ କର୍କଶ ସ୍ୱର ଥାଏ ।
  • ସମୁଦାୟ ସ୍କୋର ≤ ୩-୫ ଥିଲେ ମଧ୍ୟମ ଧରଣର । ସ୍ଟ୍ରାଇଡର୍ ଶୁଣାଯାଏ ଓ ସ୍ୱଳ୍ପ ଅନ୍ୟ ଲକ୍ଷଣ ଥାଏ ।[]
  • ସମୁଦାୟ ସ୍କୋର ≤ ୬-୧ ଥିଲେ ଅତ୍ୟଧିକ ଧରଣର । ଅନ୍ୟ୍ ଲକ୍ଷଣ ସହ ଛତି କାନ୍ଥ ପଶିଯାଇଥାଏ ।
  • ସମୁଦାୟ ସ୍କୋର ≤ ୧୨ଏହା ଆସନ୍ନ ଶ୍ୱାସ ଫେଲ ସମ୍ଭାବନା ଥାଏ ।[]

୮୫% ପିଲା ସାଧାରଣ କିସମର ରୋଗରେ ଆକ୍ରାନ୍ତ ହୁଅନ୍ତି, ଅତ୍ୟଧିକ କୃପ କ୍ୱଚିତ୍ ଦେଖାଯାଏ । []

ପ୍ରତିଷେଧ

ସମ୍ପାଦନା

ଅନେକ ସ୍ଥଳରେ ଇନ୍‌ଫ୍ଲୁଏଞ୍ଜା ଓ ଡିଫ୍‌ଥେରିଆ ଟିକାଦ୍ୱାରା କୃପ ରୋଗ ପ୍ରତିରୋଧ କରିହେବା ଦେଖାଯାଏ । [୧୦]

ଚିକିତ୍ସା

ସମ୍ପାଦନା

ଏହି ରୋଗ ଭୋଗୁଥିବା ପିଲାମାନଙ୍କୁ ଶାନ୍ତ ରଖିବାକୁ ହୁଏ ।[] ଉତ୍କଟ ରୋଗରେ ସ୍ଟିରଏଡ ସହ ଏପିନେଫ୍ରିନ୍ ରୁଟିନ୍ ହିସାବରେ ଦିଆଯାଏ ।[] ଅମ୍ଳଜାନ ସାଚୁରେସନ୍ ୯୨% ତଳକୁ ଥିଲେ ଅମ୍ଳଜାନ ଦିଆଯାଏ ।[୧୦] ରୋଗ ଉତ୍କଟ ଥିଲେ ଡାକ୍ତରଖାନାରେ ଆଡମିସନ୍ କରିଦିଆଯାଏ ।[] ପିଲାର ମୁହଁ ଉପରେ ମାସ୍କ ଦିଆ ନ ଯାଇ ସାମାନ୍ୟ ଦୂରରେ ରଖିଲେ ପିଲା ଉତ୍ୟକ୍ତ ହୁଏନାହିଁ ।[୧୦] ଉପଯୁକ୍ତ ଚିକିତ୍ସା ସହିତ ୦.୨% ପିଲାଙ୍କର ଏଣ୍ଡୋଟ୍ରକିଆଲ ଇନ୍‌‌ଟ୍ୟୁବେସନ୍ ଆବଶ୍ୟକ ହୁଏ । [୧୧]

ସ୍ଟିରଏଡ

ସମ୍ପାଦନା

ଡେକ୍ସାମେଥାଜୋନ୍ ଓ ବୁଡେସୋନାଇଡ୍ ଭଳି କର୍ଟିକୋସ୍ଟିରଏଡ୍ ବ୍ୟବହାରଦ୍ୱାରା ସମସ୍ତ ଉତ୍କଟ କୃପ ରୋଗର ଫଳ ଉନ୍ନତ ହୁଏ ।[୧୨] ଏହି ଔଷଧ ଦେବାର ୬ଘଣ୍ଟା ମଧ୍ୟରେ ଆରାମ ଲାଗେ ।[୧୨] ଶୁଙ୍ଘେଇକରି ଦେବା, ଇଞ୍ଜେକ୍‌ସନ୍ ଓ ପାଟିବାଟେ ଦେବା ପ୍ରଥା ଥିଲେ ମଧ୍ୟ ପାଟିବାଟେ ଦେବା ପସନ୍ଦ କରାଯାଏ ।[] ଗୋଟିଏ ଡୋଜ୍ ପ୍ରାୟ ଦରକାର ହୁଏ ଓ ବିପଦମୁକ୍ତ ଥାଏ ।[] ଡେକ୍ସାମେଥାଜୋନ୍ ଡୋଜ୍ ୦.୧୫, ୦.୩, ଓ ୦.୬ ମି.ଗ୍ରା./କେ.ଜି. ଉପକାରୀ ସାବ୍ୟସ୍ତ ହୁଏ ।[୧୩]

ଏପିନେଫ୍ରିନ୍

ସମ୍ପାଦନା

ମଧ୍ୟମ ଓ ଉତ୍କଟ ରୋଗରେ ନେବୁଲାଇଜର୍ଦ୍ୱାରା ଏପିନେଫ୍ରିନ୍ ଦେଲେ ସାମୟିକ ଉନ୍ନତି ପରିଲକ୍ଷିତ ହୁଏ ।[] ଏହାଦ୍ୱାରା ୧୦ରୁ ୩୦ ମିନିଟ ମଧ୍ୟରେ ଉପଶମ ହୁଏ ଓ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[][] ଚିକିତ୍ସା ପରେ ୨-୪ ଘଣ୍ଟା ପର୍ୟ୍ୟନ୍ତ ଉନ୍ନତି ହେଲେ ଓ ଅନ୍ୟ କୌଣସି ଅସୁବିଧା ନ ହେଲେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯାଏ ।[][]

ଅନ୍ୟାନ୍ୟ

ସମ୍ପାଦନା

କୃପ ନିମିତ୍ତ ଅନେକ ଚିକିତ୍ସା ବିଷୟ ଉଲ୍ଲେଖ ଥିଲେ ମଧ୍ୟ ସେମାନଙ୍କ ବ୍ୟବହାର ସମ୍ପର୍କରେ ବିଶେଷ ସମର୍ଥନ ନାହିଁ । ଚିରାଚରିତ ଭାବେ ସ୍ୱୟଂ ଗରମ ବାମ୍ଫ ଓ ଆର୍ଦ୍ର ବାୟୁ ପ୍ରଶ୍ୱାସରେ ନେବା ପ୍ରଥାଟି ଅନୁଶୀଳନ ଅନୁସାରେ ଫଳପ୍ରଦ ଥିବା ଜଣାଯାଏ ନାହିଁ[୧୦][] ଓ ଅଧୁନା ଏହା କ୍ୱଚିତ ବ୍ୟବହାର ହେଉଛି ।[୧୪] ଡେକ୍ସ‌ଟ୍ରୋମେଥୋର୍ଫେନ୍ ଓ/କିମ୍ବା ଗୁଆଫେନେସିନ୍ ମିଶ୍ରିତ କଫ ଔଷଧ ବ୍ୟବହାରକୁ ପ୍ରୋତ୍ସାଗନ ଦିଆଯାଉ ନାହିଁ ।[] ଅତୀତରେ ଶ୍ୱାସକର୍ମ ଉଣା କରିବାକୁ ହେଲିଓକ୍ସ୍ର (ହିଲିଅମ୍ ଓ ଅମ୍ଳଜାନ ମିଶ୍ରଣ) ବ୍ୟବହାର ମଧ୍ୟ ଅନୁଶୀଳନରେ ସମର୍ଥନ ମିଳୁନି ।[୧୫] କୃପ ଗୋଟିଏ ଭୁତାଣୁ ରୋଗ ହୋଇଥିବାରୁ ଅନ୍ୟ କୌଣସି ସଂକ୍ରମଣ ସନ୍ଦେହ ନ ଥିଲେ ଆଣ୍ଟିବାୟୋଟିକ ଦିଆଯାଏ ନାହିଁ[] ଓ ସଂକ୍ରମଣ ଥିଲେ ଭାଙ୍କୋମାଇସିନ୍ସେଫୋଟାକ୍ସିମ୍ ଦିଆଯାଏ ।[୧୦] ଇନ୍‌ଫ୍ଲୁଏଞ୍ଜା ଏ ଓ ବି ମିଶ୍ରିତ କୃପ ହେଲେ ଆଣ୍ଟିଭାଇରାଲ୍ ନିଉରାମିନିଡେଜ୍ ଇନିହିବିଟର୍ ଦିଆଯାଏ । [୧୦]

ପୂର୍ବାନୁମାନ

ସମ୍ପାଦନା

ଭୁତାଣୁଜନିତ କୃପ ଏକ ସ୍ୱୟଂ ସୀମିତ ରୋଗ,[] ଅର୍ଦ୍ଧେକ ସଂଖ୍ୟକ ରୋଗୀ ଏକ ଦିନରେ ଓ ୮୦% ଦୁଇ ଦିନରେ ଚାଲିଯାଆନ୍ତି ।[୧୬] ଶ୍ୱାସ ବନ୍ଦ ବା ହୃତକ୍ରିୟା ବନ୍ଦ ଯୋଗୁ କ୍ୱଚିତ ରୋଗୀ ମରନ୍ତି ।[] ଦୁଇ ଦିନ ମଧ୍ୟରେ ଲକ୍ଷଣରେ ଉନ୍ନତି ହୁଏ କିନ୍ତୁ ଏହା ୭ ଦିନ ପର୍ଯ୍ୟନ୍ତ ରହିପାରେ ।[] ଏହି ରୋଗର ଜଟିଳତା ଆକାରରେ ଟ୍ରାକିଆଇଟିସ୍, ନିମୋନିଆପଲ୍‌ମୋନାରି ଇଡିମା ଆଦି ରୋଗ କ୍ୱଚିତ୍ ହୁଏ ।[]

ସଂକ୍ରମଣ ଅନୁଶୀଳନ

ସମ୍ପାଦନା

ପାଞ୍ଚରୁ ଛଅ ବର୍ଷ ବୟସର ଛୁଆମାନଙ୍କ ମଧ୍ୟରୁ ପନ୍ଦର ପ୍ରତିଶତ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ ।[୧୦][] ଏହି ବୟସର ପିଲାଙ୍କ ମଧ୍ୟରୁ ୫% ପିଲା ଏହି ରୋଗ ନିମନ୍ତେ ଡାକ୍ତରଖାନାରେ ଆଡମିସନ ହୁଅନ୍ତି ।[] ୩ମାସର ପିଲା ଓ ୧୫ ବର୍ଷର ପିଲାଙ୍କୁ କ୍ୱଚିତ ଏହି ରୋଗ ହୁଏ ।[] ଝିଅଙ୍କ ଅପେକ୍ଷା ପୁଅମାନେ ୫୦% ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଶରତ୍ ଋତୁରେ ରୋଗ ଅଧିକ ହୁଏ ।[୧୦]

ଇତିହାସ

ସମ୍ପାଦନା

ଏହି ରୋଗର ଇଂରାଜୀ ନାମ କୃପ୍ ଆଧୁନିକ ଇଂରାଜୀର ଆଦ୍ୟ ସମୟର କ୍ରିୟା ପଦ 'croup'ଶବ୍ଦରୁ ନିଆହୋଇଛି ଯାହାର ଅର୍ଥ କର୍କଶ ସ୍ୱରରେ କ୍ରନ୍ଦନ ଓ ଏହି ଶବ୍ଦଟି ସ୍କଟଲ୍ୟାଣ୍ଡରେ ଦିଆଯାଇଥିଲା ଓ ୧୮ଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଲା ।[୧୭] ଡିଫ୍‌ଥେରିଆ କୃପ ନାମଟି ହୋମର୍ ଅମଳରେ ପୁରାତନ ଗ୍ରୀସରେ ଜଣାଥିଲା କିନ୍ତୁ ୧୮୨୬ ମସିହାରେ ବ୍ରେଟୋନୋଙ୍କଦ୍ୱାରା(Bretonneau) ଭୁତାଣୁ କୃପ ଡିଫ୍‌ଥେରିଆ କୃପଠାରୁ ଅଲଗାବୋଲି ଜଣାଯାଇଥିଲା ।[୧୪][୧୮] ଭୁତାଣୁ କୃପକୁ ଫ୍ରାନ୍ସରେ ଫକ୍ସ୍ କୃପ("faux-croup") ଓ ଇଂଲଣ୍ଡରେ ଫଲ୍ସ୍ କୃପ("false croup")[୧୯][୨୦] କୁହାଯାଉଥିଲା ଓ ଡିଫ୍‌ଥେରିଆ କୃପକୁ ସତ କୃପ୍ ବା କୃପ୍ କୁହାଯାଉଥିଲା ।[୨୧][୨୨] ବହୁଳ ଟିକା ଦେବା ଫଳରେ ଡିଫ୍‌ଥେରିଆ କୃପ୍ ଆଜିକାଲି ଉନ୍ନତ ଦେଶମାନଙ୍କରେ ଅଜଣା ହୋଇ ରହିଛି ।[][୧୮]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Rajapaksa S, Starr M (May 2010). "Croup – assessment and management". Aust Fam Physician. 39 (5): 280–2. PMID 20485713.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Johnson D (2009). "Croup". Clin Evid (Online). 2009. PMC 2907784. PMID 19445760.
  3. Thompson, M; Vodicka, TA; Blair, PS; Buckley, DI; Heneghan, C; Hay, AD; TARGET Programme, Team (Dec 11, 2013). "Duration of symptoms of respiratory tract infections in children: systematic review". BMJ (Clinical research ed.). 347: f7027. doi:10.1136/bmj.f7027. PMC 3898587. PMID 24335668.
  4. ୪.୦ ୪.୧ Cherry JD (2008). "Clinical practice. Croup". N. Engl. J. Med. 358 (4): 384–91. doi:10.1056/NEJMcp072022. PMID 18216359.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ ୫.୧୪ Everard ML (February 2009). "Acute bronchiolitis and croup". Pediatr. Clin. North Am. 56 (1): 119–33, x–xi. doi:10.1016/j.pcl.2008.10.007. PMID 19135584.
  6. Bjornson, C; Russell, K; Vandermeer, B; Klassen, TP; Johnson, DW (10 October 2013). "Nebulized epinephrine for croup in children". The Cochrane database of systematic reviews. 10: CD006619. PMID 24114291.
  7. ୭.୦ ୭.୧ Bjornson, CL; Johnson, DW (15 October 2013). "Croup in children". CMAJ : Canadian Medical Association journal = journal de l'Association medicale canadienne. 185 (15): 1317–23. PMID 23939212. {{cite journal}}: Missing pipe in: |journal= (help)
  8. ୮.୦ ୮.୧ Vanderpool, Patricia (December 2012). "Recognizing croup and stridor in children". American Nurse Today. 7 (12). Archived from the original on 16 April 2014. Retrieved 15 April 2014.
  9. ୯.୦ ୯.୧ ୯.୨ "Diagnosis and Management of Croup" (PDF). BC Children’s Hospital Division of Pediatric Emergency Medicine Clinical Practice Guidelines.
  10. ୧୦.୦୦ ୧୦.୦୧ ୧୦.୦୨ ୧୦.୦୩ ୧୦.୦୪ ୧୦.୦୫ ୧୦.୦୬ ୧୦.୦୭ ୧୦.୦୮ ୧୦.୦୯ ୧୦.୧୦ ୧୦.୧୧ Cherry JD (2008). "Clinical practice. Croup". N. Engl. J. Med. 358 (4): 384–91. doi:10.1056/NEJMcp072022. PMID 18216359.
  11. ୧୧.୦ ୧୧.୧ Klassen TP (December 1999). "Croup. A current perspective". Pediatr. Clin. North Am. 46 (6): 1167–78. doi:10.1016/S0031-3955(05)70180-2. PMID 10629679.
  12. ୧୨.୦ ୧୨.୧ Russell KF, Liang Y, O'Gorman K, Johnson DW, Klassen TP (2011). "Glucocorticoids for croup". Cochrane Database Syst Rev. 1 (1): CD001955. doi:10.1002/14651858.CD001955.pub3. PMID 21249651.{{cite journal}}: CS1 maint: multiple names: authors list (link)
  13. Port C (April 2009). "Towards evidence based emergency medicine: best BETs from the Manchester Royal Infirmary. BET 4. Dose of dexamethasone in croup". Emerg Med J. 26 (4): 291–2. doi:10.1136/emj.2009.072090. PMID 19307398.
  14. ୧୪.୦ ୧୪.୧ Marchessault V (November 2001). "Historical review of croup". Can J Infect Dis. 12 (6): 337–9. PMC 2094841. PMID 18159359.
  15. Vorwerk C, Coats T (2010). "Heliox for croup in children". Cochrane Database Syst Rev. 2 (2): CD006822. doi:10.1002/14651858.CD006822.pub2. PMID 20166089.
  16. Thompson, M; Vodicka, TA; Blair, PS; Buckley, DI; Heneghan, C; Hay, AD; TARGET Programme, Team (Dec 11, 2013). "Duration of symptoms of respiratory tract infections in children: systematic review". BMJ (Clinical research ed.). 347: f7027. doi:10.1136/bmj.f7027. PMC 3898587. PMID 24335668.
  17. Online Etymological Dictionary, croup. Accessed 2010-09-13.
  18. ୧୮.୦ ୧୮.୧ Feigin, Ralph D. (2004). Textbook of pediatric infectious diseases. Philadelphia: Saunders. p. 252. ISBN 0-7216-9329-6.
  19. Cormack, John Rose (8 May 1875). "Meaning of the Terms Diphtheria, Croup, and Faux Croup". British Medical Journal. 1 (749): 606. doi:10.1136/bmj.1.749.606. PMC 2297755. PMID 20747853.
  20. Loving, Starling (5 October 1895). "Something concerning the diagnosis and treatment of false croup". JAMA: The Journal of the American Medical Association. XXV (14): 567–573. doi:10.1001/jama.1895.02430400011001d. Retrieved 16 April 2014.
  21. Bennett, James Risdon (8 May 1875). "True and False Croup". British Medical Journal. 1 (749): 606–607. doi:10.1136/bmj.1.749.606-a. PMC 2297754. PMID 20747854.
  22. Beard, George Miller (1875). Our Home Physician: A New and Popular Guide to the Art of Preserving Health and Treating Disease. New York: E. B. Treat. pp. 560–564. Retrieved 15 April 2014.