କଣ୍ଠଅଳତି
କଣ୍ଠଅଳତି ବା ଡାକ୍ତରୀ ଶାସ୍ତ୍ରରେ ଡିଫ୍ଥେରିଆ (from Greek: διφθέρα diphthera, meaning leather) ରୋଗର ନାମ ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ଅର୍ଥ ଚମଡ଼ା ଓ କୋରାଇନୋବ୍ୟାକ୍ଟେରିମ ଡିଫଥେରି ନାମକ ଜୀବାଣୁଦ୍ୱାରା ଏହି ରୋଗ ହୁଏ ।[୧] ସାମାନ୍ୟ ଓ ସାଙ୍ଘାତିକ ଧରଣର ଅବସ୍ଥା ଅନୁସାରେ ଏହାର ଲକ୍ଷଣ ବଦଳେ । ଏହାର ଜୀବାଣୁ ସଂସ୍ପର୍ଶରେ ଆସିବାର ୨ରୁ ୫ ଦିନ ପରେ ରୋଗ ଆରମ୍ଭ ହୁଏ ।[୧] ଆରମ୍ଭରୁ ତଣ୍ଟ ଦରଜ ଓ ଜ୍ୱର ହୁଏ ଓ ଧୀରେ ଧୀରେ ବଢ଼େ ।[୨] ସାଙ୍ଘାତିକ ରୋଗ ହେଲେ ପାଉଁଶିଆ ବା ଧଳା ଦାଗ ବା ପ୍ୟାଚ୍ (patch) ତଣ୍ଟିରେ ଦେଖାଯାଏ ।[୧][୨] ଏହି ପ୍ୟାଚ୍ ବୃଦ୍ଧି ପାଇ ଶ୍ୱାସ ପଥ ଅବରୋଧ କରିପାରେ ଓ ଏପରି ହେଲେ ଭୁକିବା କାଶ ହୁଏ ।[୨] ଲସିକା ଗ୍ରନ୍ଥି ବଢ଼ିଯିବାଦ୍ୱାରା ତଣ୍ଟି ଫୁଲିଯାଏ ।[୧] ଗୋଟିଏ ଅଲଗା ଧରଣର କଣ୍ଠଅଳତିରେ ଚର୍ମ, ଚକ୍ଷୁ,ଓ ଯୌନାଙ୍ଗ ସଂକ୍ରମିତ ହୁଏ ।[୧][୨] ରୋଗ ଜଟିଳ ହେଲେ ହୃତ୍ପିଣ୍ଡପେଶୀ ପ୍ରଦାହ (myocarditis), ସ୍ନାୟୁ ପ୍ରଦାହ, ବୃକ୍କ ଅସୁବିଧା ହୋଇ ପରିସ୍ରାରେ ପ୍ରୋଟିନ ପଡ଼େ ଓ ସ୍ୱଳ୍ପ ପ୍ଲାଟେଲାଟ ସଂଖ୍ୟା ଯୋଗୁ ରକ୍ତସ୍ରାବ ହୁଏ । ହୃତ୍ପିଣ୍ଡପେଶୀ ପ୍ରଦାହ ହେଲେ ଅନିୟମିତ ହୃଦ୍ଗତି ବା ନାଡ଼ି ହୁଏ, ସ୍ନାୟୁ ପ୍ରଦାହ ହେଲେ ପକ୍ଷାଘାତ ବା ପାରାଲିସିସ ହୁଏ ।[୧]
କଣ୍ଠଅଳତି | |
---|---|
ବିଭାଗ | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A36. |
ଆଇସିଡ଼ି-୯-ସିଏମ୍ | 032 |
ରୋଗ ଡାଟାବେସ | 3122 |
ମେଡ଼ିସିନ-ପ୍ଲସ | 001608 |
ଇ-ମେଡ଼ିସିନ | emerg/138 med/459 oph/674 ped/596 |
MeSH | D004165ବିଭିନ୍ନ |
କଣ୍ଠଅଳତି ରୋଗ ରୋଗୀ ସଂସ୍ପର୍ଶରେ ଆସିଲେ ବା ବାୟୁ ମାଧ୍ୟମରେ ଡିଏଁ ।[୧][୩] ପ୍ରଦୂଷିତ ପଦାର୍ଥଦ୍ୱାରା ମଧ୍ୟ ବ୍ୟାପେ । କେତେକ ଲୋକଙ୍କ ଦେହରେ ଜୀବାଣୁ ଥିଲେ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ସଂକ୍ରମଣ କ୍ଷମତା ଥାଏ । ତଣ୍ଟିର ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ କଲ୍ଚର୍ କଲା ପରେ ନିଧାର୍ଯ୍ୟ ଭାବେ ଜଣାପଡ଼େ । ଆଗରୁ ରୋଗ ହୋଇଥିଲେ ମଧ୍ୟ ଆଉଥରେ ହୋଇପାରେ ।[୨]
ଏହି ରୋଗର ପ୍ରତିଷେଧ ନିମନ୍ତେ ଫର୍ମୁଲାରେ ଟିକା ମିଳୁଛି । ପିଲାଦିନେ ଟିଟାନସ୍ ଟକ୍ସଏଡ (tetanus toxoid) ଓ ଲହର କାଶ ଟିକା (acellular pertussis vaccine) ସହ ଏହି ଟିକା ତିନି ବା ଚାରି ଡୋଜ୍ରେ ଦିଆଯାଏ । ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ରକ୍ତରେ ଆଣ୍ଟିଟକ୍ସିନ ମାତ୍ରା ପରୀକ୍ଷା କରି ପ୍ରତିଷେଧ କ୍ଷମତା ଆକଳନ କରାଯାଏ ।ଏରିଥ୍ରୋମାଇସିନ ଓ ପେନିସିଲିନ ଜି ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ । ଡିଫ୍ଥେରିଆ ଆଣ୍ଟିଟକ୍ସିନ୍ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି ଆଣ୍ଟିବାୟୋଟିକ ଦିଆଯାଇପାରେ । ସାଙ୍ଘାତିକ ରୋଗ ହୋଇ ତଣ୍ଟି ବନ୍ଦ ହୋଇଆସୁଥିଲେ ଟ୍ରାକିଓସ୍ଟୋମି ଅପରେଶନ କରାଯାଏ ।[୨]
୧୯୮୦ ମସିହାରେ ୧୦୦,୦୦୦ ରୋଗୀ ରପୋର୍ଟ ହୋଇଥିବା ବେଳେ ଅଫିସିଆଲି ୨୦୧୩ ମସିହାରେ କମିଯାଇ ୪,୭୦୦ ହୋଇଛି । [୪] ସେ ଯାହାହେଉ, ୧୯୮୦ ମସିହା ପୂର୍ବରୁ ନିୟୁତ ନିୟୁତ ଲୋକ ଏହି ରୋଗ ଭୋଗ କରୁଥିଲା । [୨] ଅଧୁନା ଏହି ରୋଗ ମୂଖ୍ୟତଃ ସବ୍ସାହାରା ଆଫ୍ରିକା, ଭାରତ ଓ ଇଣ୍ଡୋନେସିଆରେ ଦେଖାଯାଉଛି । [୨][୫] ସନ ୨୦୧୩ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୩,୩୦୦ ହୋଇଛି ଯାହା ୧୯୯୦ ମସିହାରେ ୮,୦୦୦ ଥିଲା । [୬] ଗାଁଗଣ୍ଡାରେ ଆଜି ମଧ୍ୟ ପିଲାମାନେ ସଂକ୍ରମିତ ହେଉଛନ୍ତି । ବିକଶିତ ଦେଶମାନଙ୍କରେ ବହୁଳ ଟିକାଦାନ ଯୋଗୁ ଏହା କ୍ୱଚିତ୍ ଦେଖାଯାଉଛି । [୨] କେବଳ ଆମେରିକାରେ ୧୯୮୦ରୁ ୨୦୦୪ ମଧ୍ୟରେ ୫୭ଟି କେଶ୍ ରିପୋର୍ଟ ହୋଇଛି । ରୋଗୀମାନଙ୍କ ମଧ୍ୟରୁ ୫ %ରୁ ୧୦% ମୃତ୍ୟୁ ବରଣ କରନ୍ତି । ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ପ୍ରଥମେ ହିପୋକ୍ରାଟିସ ଉଲ୍ଲେଖ କରିଥିଲେ । ଏହାର ଜୀବାଣୁକୁ କ୍ଲେବ୍ସ୍ (Klebs) ୧୮୮୨ ମସିହାରେ ଆବିଷ୍କାର କରିଥିଲେ । [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Atkinson, William (May 2012). Diphtheria Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 215–230. ISBN 9780983263135.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Diphtheria vaccine" (PDF). Wkly Epidemiol Rec. 81 (3): 24–32. Jan 20, 2006. PMID 16671240.
- ↑ Kowalski, Wladyslaw (2012). Hospital airborne infection control. Boca Raton, FL: CRC Press. p. 54. ISBN 9781439821961.
- ↑ "Diphtheria". who.int. 3 September 2014. Retrieved 27 March 2015.
- ↑ Mandell, Douglas, and Bennett's Principles and Practice of Infectious Diseases (8 ed.). Elsevier Health Sciences. 2014. p. 2372. ISBN 9780323263733.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)