ଉମେଶ ଚନ୍ଦ୍ର ପାଣିଗ୍ରାହୀ
ଉମେଶ ଚନ୍ଦ୍ର ପାଣିଗ୍ରାହୀ (୨୮ ମାର୍ଚ୍ଚ ୧୯୧୭ - ୨୪ ଅଗଷ୍ଟ ୧୯୯୯) ଜଣେ ଓଡ଼ିଆ ଭାଷୀ ଲେଖକ ଓ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂରାଜୀ, ହିନ୍ଦୀ, ଓଡ଼ିଆ, ଅସମୀୟା, ବଙ୍ଗଳା ଭାଷାରେ ତାଙ୍କର ପ୍ରାୟ ୩୦ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ତାଙ୍କ ରଚିତ ଆଦିବାସୀ ସଂସ୍କୃତିଭିତ୍ତିକ 'ପଥପ୍ରାନ୍ତେ' ଓ 'ଯାତ୍ରୀ' ଦୁଇଟି ଉଲ୍ଲେଖନୀୟ ପୁସ୍ତକ ।[୧]
ସଂକ୍ଷିପ୍ତ ଜୀବନୀ
ଉମେଶ ଚନ୍ଦ୍ର ମୟୂରଭଞ୍ଜ ଜିଲ୍ଲା ଜିଲ୍ଲାର ରରୁଆଁ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଜଣେ ବହୁ ଭାଷାବିତ୍, କଳାକାର, ସାହିତ୍ୟିକ, ଅନୁବାଦକ, ଭ୍ରମଣକାହାଣୀ ଲେଖକ ଓ ସ୍ୱାଧିନତା ସଂଗ୍ରାମୀ । 'ବେଦୁଇନ୍' ଛଦ୍ମ ନାମରେ ସେ ଲେଖୁଥିଲେ । ୧୯୫୦ ମସିହା ପର୍ଯ୍ୟନ୍ତ ସେ ସମାଜ ପୃଷ୍ଠାରେ ଲେଖୁଥିଲେ । ଦୀର୍ଘକାଳ ଧରି ପୁରୀରେ ଅବସ୍ଥାନ କରୁଥିଲେ । ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ସେ 'ଆଚାର୍ଯ୍ୟ ଶାନ୍ତିଭଦ୍ର' ନାମରେ ପରିଚିତ ହେଲେ । ବହୁ ଦେଶ ଭ୍ରମଣ କରିଥିଲେ । ତାଙ୍କ କନ୍ୟା ସୁଜାତା ପ୍ରିୟମ୍ବଦା ଜଣେ ବିଶିଷ୍ଟ ଲେଖିକା ।[୨]
ପ୍ରକାଶିତ ରଚନାବଳୀ
ଭ୍ରମଣ କାହାଣୀ
- ପଥପ୍ରାନ୍ତେ ୧୯୪୫, ୧୯୫୦
- ଯାତ୍ରୀ ୧୯୫୦
- ଅମର ଯାତ୍ରୀ
- ସିରିଆ ପଥେ ୨ୟ ସଂସ୍କରଣ ୧୯୫୦
- ଇରାକ ଯାତ୍ରୀ[୩]
- ପ୍ରାଚ୍ୟ ଓ ପ୍ରତିଚୀ ୧୯୫୪
- ଭାରତ ଯାତ୍ରୀ
- କେତେ ଜନପଦ, କେତେ ଜୀବନ ୧ମ ଖଣ୍ଡ ୧୯୭୪
ଅନୁବାଦ
- ବେଦୁଇନର ଦେଶ (ମନମୋହନ ପୁସ୍ତକାଳୟ, କଟକ) ୧୯୪୬, ମୂଳ ବଙ୍ଗଳା: ରାମନାଥ ବିଶ୍ୱାସ
- ପ୍ରଶାନ୍ତ ମହାସାଗରରେ ଅଶାନ୍ତି ୧୯୫୦
- ଆଜିର ଅମେରିକା (ଉତ୍କଳ ବୁକ୍ ଏଜେନସୀ) ୧୯୫୦, ମୂଳ ବଙ୍ଗଳା: ରାମନାଥ ବିଶ୍ୱାସ
- ତରୁଣ ତୁର୍କୀ ୧୯୪୭
- ସେଦିନର ଚୀନ ୧୯୫୦
ଗଳ୍ପ ଗ୍ରନ୍ଥ
- ଅଭିଶପ୍ତ (ନିୟୁ ଷ୍ଟୁଡ଼େଣ୍ଟସ୍ ଷ୍ଟୋର୍, ବ୍ରହ୍ମ୍ପୁର-କଟକ) ୧୯୪୪, ୧୯୫୦
- ଶାଳବନ ଡାକେ ୧୯୬୦
- ଗତବସନ୍ତ (ରାଧାମୋହନ ପୁସ୍ତକାଳୟ, କଟକ) ୧୯୫୨
- ନବଜାତକ ୧୯୫୬
- ଡାକପିଅନ
- ଆଶ୍ରମିକା ୧୯୫୭
- ଭୁଲି ନାହିଁ
- ଯୀଶୁ
- ଅମର ଜ୍ୟୋତି
ପୁରସ୍କାର
- ୧୯୭୦ ଇଣ୍ଟରନ୍ୟାସନାଲ ଏକାଡ଼େମୀ ଅଫ୍ ଲିଡ଼ରଶିପ୍, ମାନିଲା (ଫିଲିପାଇନସ)ରୁ ଡକ୍ଟର ଅଫ୍ ଲିଡ଼ରଶିପ୍ ସମ୍ମାନ
- ୧୯୭୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
- ↑ ମହାପାତ୍ର, ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ଲେଖକ ପରିଚୟ. ଝାଞ୍ଜିରିମଙ୍ଗଳା, କଟକ: ସାଇଯମୁନା ପବ୍ଲିକେଶନ. pp. ୨୩.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୬. ISBN 81-903352-1-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୮୬୬. ISBN 81-7400-331-2.