ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର

ଉପେନ୍ଦ୍ରନାଥ ପ୍ରଧାନଙ୍କ ଉଦ୍ୟମରେ ୧୬ ଜୁଲାଇ ୧୯୬୪ରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟଟି ବାଲେଶ୍ୱର ଜିଲ୍ଲାର ସୋର ସହରରେ ଅବସ୍ଥିତ ।

ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର
ଉପେନ୍ଦ୍ରନାଥ ମହାବିଦ୍ୟାଳୟ
ସ୍ଥାପିତ୧୯୬୪
ପ୍ରକାରସର୍ବସାଧାରଣ
ଅବସ୍ଥାନସୋର, ଓଡ଼ିଶା, ଭାରତ
ପରିସର୧୫ ଏକର
ଅନୁବନ୍ଧନଫକୀର ମୋହନ ବିଶ୍ୱବିଦ୍ୟାଳୟ
ୱେବସାଇଟ"www.uncollegesoro.com"

ଇତିହାସ ସମ୍ପାଦନା

ମାତ୍ର ୬୪ ଜଣ କଳା ଛାତ୍ରଙ୍କୁ ନେଇ ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ୧୯୭୦ ଏବଂ ୧୯୭୬ ମସିହାରେ ଯଥାକ୍ରମେ ବିଜ୍ଞାନ ଏବଂ ବାଣିଜ୍ୟ ଶିକ୍ଷାପାଇଁଁ ସ୍ୱୀକୃତି ଲାଭ କରିଥିଲା ।[୧] ପ୍ରାରମ୍ଭିକ ଅବସ୍ଥାରେ ଅନୁଷ୍ଠାନଟି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିଲା । ତେବେ, ସଂପ୍ରତି +୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ଏବଂ ସ୍ନାତକ ଶିକ୍ଷା ନିମନ୍ତେ ଏହା ଓଡ଼ିଶାର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ।[୨] ତେବେ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ କ୍ଷେତ୍ରରେ ସ୍ନାତକ ଶିକ୍ଷାଦାନ ଯଥାକ୍ରମେ ୧୯୬୬, ୧୯୭୮ ଏବଂ ୧୯୮୦ ମସିହାରେ ପ୍ରାରମ୍ଭ ହେଲା ।[୩]

ଆଧାର ସମ୍ପାଦନା

  1. "Small town students hit big time". Retrieved 31 December 2017.
  2. "List of Colleges under Fakir Mohan University, Balasore". Archived from the original on 2 December 2017. Retrieved 31 December 2017.
  3. "WELCOME TO UPENDRANATH COLLEGE, SORO". Retrieved 31 December 2017.

ବାହାର ଲିଙ୍କ ସମ୍ପାଦନା