ଉଦୟପୁର, ତ୍ରିପୁରା
ଉଦୟପୁର (Pron:/uːˈdaɪpʊə or ˈuːdaɪˌpʊə/) (ବଙ୍ଗଳା: উদয়পুর) ଭାରତୀୟ ରାଜ୍ୟ ତ୍ରିପୁରାର ଏକ ସହର ଓ ମୁନିସିପାଲିଟି । ଏହି ସହରରେ ବିଖ୍ୟାତ ତ୍ରିପୁରା ସୁନ୍ଦରୀ ମନ୍ଦିର ରହିଛି । ଏହା ଗୋମତୀ ଜିଲାର ମୁଖ୍ୟ ଦପ୍ତର । ରାଜଧାନୀ ଅଗରତାଲାଠାରୁ ଏହାର ଦୂରତା 55 କିଲୋମିଟର । ଏଠାରେ ଅନେକ ନିର୍ମିତ ହ୍ରଦ ରହିଛି । ଧନୀ ସାହାରା , ବିଜଯ ସାଗର , ଜଗନ୍ନାଥ ଦିଘୀ ଇତ୍ୟାଦି ସେଥିରୁ ଅନନ୍ୟତମ । ଉଦୟପୁର ତ୍ରିପୁରାର ତୃତୀୟ ବୃହତ୍ତମ ସହର ।
Udaipur
উদয়পুর UDP | |
---|---|
city | |
Country | India |
State | Tripura |
District | Gomati district |
Elevation | 22 m (72 ft) |
Population (2015)[୧] | |
• Total | ୩୭,୭୮୧ |
• Rank | 3rd (in Tripura) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TR-03 |
Website | tripura |
Geography
ସମ୍ପାଦନାଉଦୟପୁରର ଭୌଗୋଳିକ ଅବସ୍ଥିତି 23°32′N 91°29′E / 23.53°N 91.48°E.[୨] ଏହା ସମୁଦ୍ରପତ୍ତାନଠାରୁ 72 ଫୁଟ ଉପରେ ରହିଛି । ଏହା ନିକଟ ଦେଇ ଗୋମତୀ ନଦୀ ପ୍ରବାହିତ । ରାଜ୍ୟ ରାଜଧାନୀଠାରୁ 48 କିଲୋମିଟର ଦୂର ଏହି ସହର ଅଞ୍ଚଳକୁ ଗୋମତୀ ନଦୀରୁ ପାନୀଯ ତଥା ଚାଷ ପାଇଁ ଜଳ ମିଳିଥାଏ ।
Demographics
ସମ୍ପାଦନା2001 ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା 21, 751 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା52% ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତ ହାର 84 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 9 % ଥିଲା ।
ପର୍ଯ୍ୟଟକ ଆକର୍ଷଣ
ସମ୍ପାଦନାଭାରତର ପ୍ରସିଦ୍ଧ 51 ଶକ୍ତି ପିଠା ମଧ୍ୟରୁ ଏଠାରେ ଥିବା ତ୍ରିପୁରା ସୁନ୍ଦରୀ ମନ୍ଦିର ଅନ୍ୟତମ । 1501 ମସିହାରେ ଏହି ମନ୍ଦିର ମହାରାଜା ଧନ୍ୟ ମାଣିକ୍ୟ ଦେବବର୍ମା ଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ନିକଟରେ କଲ୍ୟାଣ ସାଗର ନାମକ ଏକ ହ୍ରଦ ରହିଛି । ଉଦୟପୁରରେ ଭୁବନେଶ୍ୱରୀ ମନ୍ଦିର ନାମକ ଅନନ୍ୟ ଏକ ମନ୍ଦିର ମଧ୍ୟ ରହିଛି । ରାଜସ୍ଥାନର ସେହି ନାମରେ ଥିବା ସହର ପରି ଏହି ଉଦୟପୁରକୁ ମଧ୍ୟ ହ୍ରଦର ସହର ବୋଲି କୁହାଯାଇଥାଏ । ଏଠାରେ " ନଜରୁଲ ଗ୍ରନ୍ଥଘର " ବାମକ ଏକ ଜାତୀୟ ଲାଇବ୍ରେରୀ ରହିଛି ।
ମନ୍ଦିର ସମୂହ
ସମ୍ପାଦନା- ତ୍ରିପୁରା s
ଗ୍ୟାଲେରି
ସମ୍ପାଦନା-
Udaipur bus stand
-
Tripura Sundari temple
ପୁନଶ୍ଚ ଦେଖଣା
ସମ୍ପାଦନା- List of cities and towns in Tripura