ଅନଲାଇନ ଗଣସମ୍ପାଦନା ଓ ପ୍ରତିଯୋଗିତା ସମ୍ପାଦନା

ଏହା ଓଡ଼ିଆ ଉଇକିପିଡ଼ିଆର ୧୫ତମ ଜନ୍ମତିଥି ହୋଇଥିବାରୁ ଏକ ସାଧାରଣ ସଭା ଓ ଉଇକିଆଳିଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ସଙ୍ଗେ ଏକ ମାସିକିଆ ଗଣସମ୍ପାଦନା କଲେ ଭଲ ହୁଅନ୍ତା । ଏଥିରେ ୩ଟି ମୁଖ୍ୟ ଲାଭ ହୁଅନ୍ତା ବୋଲି ଭାବୁଛି:

  1. ଓଡ଼ିଆ ଉଇକିପିଡ଼ିଆ ବାବଦରେ ବିଭିନ୍ନ ଜାଗାରେ ଲେଖା ଆଦି ପ୍ରକାଶ କରି ଜନସାଧାରଣଙ୍କ ଭିତରେ ସଚେତନତା ତିଆରି କରିବା ପାଇଁ ଆମକୁ ସମୟ ମିଳିବ ଓ ଅଧିକ ଲୋକ ଜାଣିବେ । ପ୍ରତିଯୋଗିତା ହେଲେ ନୂଆ ଲୋକ ବି ଯୋଡ଼ିହେବେ ।
  2. ମାସେ ଧରି ଏକାଠି ମିଳିମିଶି କାମ କଲେ ସଭିଙ୍କ ଭିତରେ ଏକାଠି ଦଳବାନ୍ଧି କାମ କରିବାର ଅନୁଭୂତି ଭଲ କରି ସାଧାରଣ ସଭାଟେ କରିବା ତଥା ଅଧିକ ସୁରୁଖୁରୁରେ ତାଲିମ ପାଇଁ ଯୋଜନା କରିବାରେ ସାହାଯ୍ୟ କରିବ ।
  3. ଦୂରରେ ଥିବା ଉଇକିଆଳିଏ (ଆମ୍ଭ ଓଗେର) ଅନଲାଇନ ବିଭିନ୍ନ କାମରେ ଅଧିକ ଭାଗ ନେଇପାରିବେ ଆଉ ଗଣସମ୍ପାଦନା ହେଲେ ସେମାନଙ୍କ ଉପରେ ମଧ୍ୟ ଦାୟିତ୍ୱ ରହିବ । କେବଳ ଉତ୍ସବ ହେଲେ ସେଠି ଉପସ୍ଥିତ ରହୁଥିବା ଉଇକିଆଳିଙ୍କ ଉପରେ ଅଧିକ କାମର ଚାପ ପଡ଼ିଲେ ମଧ୍ୟ ଦୂରରେ ଥିବା ଉଇକିଆଳିଙ୍କଠୁ ସେମାନେ ଖୁବ ବେଶି ସାହାଯ୍ୟ ମାଗିପାରନ୍ତି ନାହିଁ ।

--ସୁଭାସିସ ପାଣିଗାହି (ଆଳାପ) ୦୯:୨୭, ୯ ଜୁନ ୨୦୧୬ (IST)Reply

ସହମତି ସମ୍ପାଦନା

ଭିନ୍ନମତ ସମ୍ପାଦନା

କାମ ବଣ୍ଟନ ସମ୍ପାଦନା

ତଳେ ବିଭିନ୍ନ ଆବଶ୍ୟକୀୟ କାମର ସବିଶେଷ ଦିଆଗଲା । କିଏ କେଉଁଥିରେ ଆଗ୍ରହୀ ସନ୍ତକ/ଦସ୍ତଖତ (ଉପରେ କଲମ ଭଳି ଦିଶୁଥିବା ଆଇକନରେ କ୍ଲିକ କରି) କରି ଜଣାଇପାରିବେ ।

କର୍ମଶାଳା (କୌଣସି ନିର୍ଦ୍ଦିଷ୍ଟ ବିଷୟରେ ବାକିମାନଙ୍କୁ ତାଲିମ ଦେବା । କେଉଁ ବିଷୟରେ ତାଲିମ ଦେବେ ଜଣାଇବେ)
  • ପୋଥି ବାବଦରେ ପୁଣିଥରେ ଗୋଟିଏ ବିଶେଷ ସେସନଟେ ରଖିଲେ ବେଶୀ ଲୋକ ଏଥିରେ ମିଶିବାର ସମ୍ଭାବନା ରହିଛି ବୋଲି ଭାବୁଛି । ଏଥର(ଉଇକିପାଠାଗାର-୨) ତ କାମରେ ମାତି ଆଉ କିଛି ପ୍ରେଜେଣ୍ଟେସନ ଦେଇପାରିଲିନି କିନ୍ତୁ ଏହି ମେଳଣରେ ତାହା କରିବାକୁ ଚେଷ୍ଟା କରିବି । ତା'ସହ ଓସିଆର ଡେମୋ, ଏଯାବତ ଯାହା ହେଇଛି ତାହା ବାବଦରେ ସଭିଙ୍କୁ ଜଣାଇବା ଆଉ ବହିର ବିଶେଷ ଛାଞ୍ଚ ତିଆରି ସରିଲେ ତାହା ବିଶେଷ ଭାବରେ ଚର୍ଚ୍ଚା କରିବା ନିହାତି ଆବଶ୍ୟକ ବୋଲି ମନେ କରୁଛି । ପୁଣି ଏକ ପୁସ୍ତକ ଓ ଏକ ସଞ୍ଚୟନ ଯୋଡ଼ିଲା ବେଳେ ବଡ଼ ଅସୁବିଧା ଆଉ କନଫିଉଜନ ରହୁଛି, ଏହି ପରିପ୍ରେକ୍ଷୀରେ ତାହା ବୁଝାଇବା ମଧ୍ୟ ଦରକାର । ପୁଣି ଉଇକିପାଠାଗାର ଫର୍ମାଟିଂ ଉପକରଣ ସବୁ, ବିଶେଷ ଛାଞ୍ଚ, ନୀତି, ଟ୍ରାନ୍ସକ୍ଲୁଜନ- ଏସବୁ ଉପରେ ମଧ୍ୟ ଅଳ୍ପ ଜିନିଷ ସମସ୍ତେ ଜାଣିବା ଦରକାର ।-ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୨:୫୫, ୭ ଫେବୃଆରୀ ୨୦୧୭ (IST)Reply
ସଭା ପରିଚାଳନା (ଅତିଥିମାନଙ୍କୁ ଆମନ୍ତ୍ରଣ, ସଭାର ନିର୍ଘଣ୍ଟ ଅନୁସାରେ ପରିଚାଳନା କରିବା, ସବୁ ଠିକଠାକ ହେଉଛି କି ନା ତନଖି କରିବା)
ନଥିକରଣ (ବିବରଣୀ ଲିଖନ ନିମନ୍ତେ ସବୁ ମୁଖ୍ୟ ଆଲୋଚିତ ବିଷୟକୁ ଲେଖିରଖିବା ଓ ପରେ ସଭିଙ୍କ ସଙ୍ଗେ ବିତରଣ କରିବା)

ଗମନ (ଦୂରରୁ ଆସୁଥିବା ଉଇକିଆଳିଙ୍କ ଯିବାଆସିବା, ଟିକେଟ ଆଦି ବୁଝିବା):

ଆବେଦନ ଫର୍ମ ତିଆରି, ଆବେଦନ କରିଥିବା ସଭିଙ୍କୁ ଓ ସର୍ବସାଧାରଣଙ୍କୁ ଇମେଲରେ ବିଭିନ୍ନ ଯୋଗାଯୋଗ
ପ୍ରେସ (ପ୍ରେସ ରିଲିଜ ଲେଖିବା ଓ ପ୍ରେସକୁ ଡାକିବା)
ସୋସିଆଲ ମିଡ଼ିଆ (ସାଧାରଣ ପ୍ରଚାର ପ୍ରସାର, ଲାଇଭ ଭିଡ଼ିଓ ଓ ପ୍ରଶ୍ନୋତ୍ତର ଆଦି ଜରିଆରେ ଅଧିକ ଲୋକଙ୍କ ପାଖେ ପହଞ୍ଚାଇବା)
ଡିଜାଇନ (ପୋଷ୍ଟର, ବ୍ୟାନର, ଷ୍ଟିକର, ଟିସାର୍ଟ ଆଦିର ଡିଜାଇନ)
  • ଏଥର ଆମେ ଯଦି ରଘୁରାଜପୁର ବା ଆଉ କେଉଁଠୁ କିଛି ପଟ୍ଟଚିତ୍ରଶିଳ୍ପୀଙ୍କୁ କହି ଜ୍ଞାନ ବିତରଣ, ଭାଷା ଗବେଷଣା, କମ୍ପ୍ୟୁଟରୀକରଣ, ଡିଜିଟାଇଜେସନ ଆଦି ଥିମରେ ରେଖାଚିତ୍ର ଅଙ୍କାଇ ତାକୁ ଡିଜିଟାଇଜ କରି ଗୋଟେ ଆଇକନ ସେଟ ତିଆରି କରନ୍ତେ ଭଲ ହୁଅନ୍ତା ବୋଲି ଭାବୁଛି । ଇଂରାଜୀ ଉଇକିପିଡ଼ିଆ ୧୫ ବେଳକୁ ସେମାନେ ଗୁଡ଼ାଏ ସୁନ୍ଦର ସୁନ୍ଦର ଗ୍ରାଫିକ୍ସ ତିଆରି କରିଥିଲେ । ସେସବୁ ଆଜିଯାଏ ବି ଷ୍ଟିକର, ଟିସାର୍ଟ ଆଦିରେ ଆସୁଛି । ଏ ରେଖାଚିତ୍ରଗୁଡ଼ିକ କଳାଧଳା ହେଲେ ଭଲ କିନ୍ତୁ ଆଙ୍କିବା ଲୋକ ପେସାଗତ ଶିଳ୍ପୀ ହେଲେ ସୁନ୍ଦର ଲାଗିବ । --ସୁଭାସିସ ପାଣିଘରି (ଆଳାପ) ୧୧:୧୭, ୭ ଫେବୃଆରୀ ୨୦୧୭ (IST
    • ସୁଭ ଭାଇ, ମୁଁ ବୁଝୁଛି ଯେ ଭୁବନେଶ୍ୱରରେ ମୁଁ ସବୁବେଳେ ଉପଲବ୍ଧ ନଥାଇପାରେ ହେଲେ ରଘୁରାଜପୁରର ଚିତ୍ରଶିଳ୍ପୀମାନଙ୍କ ସହ ମୋର ବିଶେଷ ଚିହ୍ନା ପରିଚୟ ଅଛି (ଭାୟା ତାଙ୍କ ସମସ୍ତଙ୍କ ବଂଶର ମୁଖ୍ୟ ସ୍ୱର୍ଗତ ଶ୍ରୀ ଅନନ୍ତ ମହାରଣା) । ମୁଁ ଟିକେ ପଟ୍ଟଚିତ୍ର ଆଙ୍କିଲାବେଳେ କେମିତି କଣ ହେବ ଆଉ କେଉଁ ଚିତ୍ରକାର ସବୁଠୁ ଭଲ ତା'ବିଷୟରେ ସାହାଯ୍ୟ କରିବାକୁ ଚାହିଁବି । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୨:୫୫, ୭ ଫେବୃଆରୀ ୨୦୧୭ (IST)Reply

ଓଡ଼ିଆ ଉଇକି ର 15 ବର୍ଷ ପାଳନ ରେ ମୁଁ ସୋସିଆଲ ମିଡିଆ ରେ advertisement କାମ କରିପାରିବି। ସେ ବାବଦ ରେ ଯାହା ଆବଶ୍ୟକ କରିପାରିବି। press release, MoM ଆଦି ଲେଖିବା ମୋ ପାଇଁ ସହଜ ହେବ। ଲେଖାଲେଖି ଓ meeting management ଯଥା ଅତିଥି ମାନଙ୍କୁ କଣ ଦିଆଯିବ, ଖାତା, folder ଆଦି kit ସଜାଡି ପାରିବି।

ଖାଦ୍ୟ (ଉଇକିଆଳିଙ୍କ ପାଇଁ ଖାଇବା ବନ୍ଦୋବସ୍ତ)
ଉଇକିମିଡ଼ିଆ ଗ୍ରାଣ୍ଟ ଆବେଦନ ଲିଖନ
ଗ୍ରାଣ୍ଟ ବିବରଣୀ ଲିଖନ
Return to the project page "ଜନ୍ମତିଥି/୧୫".