ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୧୮/ନିୟମାବଳୀ

ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି

ଏସିଆ ମାସ ଗଣ-ସମ୍ପାଦନା ପାଇଁ ଏହି ନିୟମଗୁଡ଼ିକ ମାନିବା ନିତ୍ୟାନ୍ତ ଆବଶ୍ୟକ;

  • ଜଣେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରସଙ୍ଗ (କେବଳ ନୂଆ ପ୍ରସଙ୍ଗ) ୧ ନଭେମ୍ବର ୨୦୧୮ରୁ ୩୦ ନଭେମ୍ବର ୨୦୧୮ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ ।
  • ଏହି ଗଣ-ସମ୍ପାଦନାରେ ଗଢ଼ୁଥିବା ନୂଆ ପ୍ରସଙ୍ଗ ଏସିଆ ମ‌ହାଦେଶର ହୋଇଥିବା ଆବଶ୍ୟକ, ମାତ୍ର ଭାରତ ବାହାରେ ହୋଇଥିବ ।
  • ଆରମ୍ଭ କରିଥିବା ନୂଆ ପ୍ରସଙ୍ଗଟି ଅତିକମରେ ୩,୦୦୦ ବାଇଟ୍‌ସ‌୍‌ର ଏବଂ ୩୦୦ ଶବ୍ଦର ହୋଇଥିବା ଆବଶ୍ୟକ ।
  • ପ୍ରସଙ୍ଗ ତିଆରି କରିସାରିବା ପରେ ଏହାକୁ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ିବାକୁ ପଡ଼ିବ ।
  • ଏକ ଉପଯୁକ୍ତ ପ୍ରସଙ୍ଗରେ ଅତିକମରେ ଗୋଟିଏ ଫଟୋ ଥିବା ଆବଶ୍ୟକ ।
  • ପ୍ରସଙ୍ଗଟି ଉଇକିପଡ଼ିଆର ନିୟମାବଳୀକୁ ମାନୁଥିବା ଆବଶ୍ୟକ ।
  • ପ୍ରତ୍ୟେକ ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ । କୌଣସି ଦ୍ୱନ୍ଦ ଥିବା ବାକ୍ୟରେ ଆଧାର ରହିବା ନିତ୍ୟାନ୍ତ ଆବଶ୍ୟକ ।
  • ଅନୁବାଦ କରୁଥିବା ପ୍ରସଙ୍ଗ‌ଗୁଡ଼ିକ ମେସିନ୍ ଦ୍ୱାରା ଅନୁବାଦ ନ ହୋଇ ସ୍ୱ-ଲିଖନ ଶୈଳୀରେ ରହିବା ଆବଶ୍ୟକ ।
  • କୌଣସି ପ୍ରକାର ତୃଟି ଥିବା ପ୍ରସଙ୍ଗ ଗ୍ରହଣୀୟ ହେବ ନାହିଁ ।
  • ଗଢ଼ୁଥିବା ପ୍ରସଙ୍ଗ ତ‌ଥ୍ୟପୂର୍ଣ୍ଣ ହେବା ଆବଶ୍ୟକ ।
  • ଏହି ଗଣ-ସମ୍ପାଦନାରେ ଲେଖାଯାଇଥିବା ସମସ୍ତ ଗ୍ରହଣୀୟ ପ୍ରସଙ୍ଗ ଅନ୍ୟ ଗୋଷ୍ଠୀର ଆୟୋଜକମାନେ ମଧ୍ୟ ଦେଖିବେ ।
  • ପ୍ରସଙ୍ଗଟି ଗଢ଼ିସାରିବା ପରେ [[ଶ୍ରେଣୀ:ଏସିଆ ମାସ ଗଣସମ୍ପାଦନା]] ଯୋଡ଼ିବା ପାଇଁ ଅନୁରୋଧ ।

ପ୍ରସଙ୍ଗ Submit କରନ୍ତୁ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ । ଅଧିକ ତ‌ଥ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।