ଉଇକିପିଡ଼ିଆ:ଉଇକି ଟୁଙ୍ଗି
ସମ୍ପୂର୍ଣ୍ଣ ସୂଚନା | ଉଇକି ଟୁଙ୍ଗି ପୁରୀ | ଉଇକି ଟୁଙ୍ଗି ଭୁବନେଶ୍ୱର |
ଉଇକିଟୁଙ୍ଗି ଓଡିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ନିମନ୍ତେ ତଥା ସ୍ଥାନୀୟ ଉଇକିଆଳିଙ୍କୁ ନେଇ ସକ୍ରିୟ ଭାବେ ବିଭିନ୍ନ ଉଇକିପିଡ଼ିଆ ସମ୍ବନ୍ଧିତ କାର୍ଯ୍ୟକ୍ରମ କରିବା ଲକ୍ଷରେ ଗଠିତ ଦଳ । ଏହା ଗୋଟିଏ ସହରରେ ରହୁଥିବା ସବୁ ସକ୍ରିୟ ସଭ୍ୟଙ୍କୁ ନେଇ ତିଆରି ।
ଲକ୍ଷ୍ୟ
ସମ୍ପାଦନା- ଏକ ସହରରେ ରହୁଥିବା ଉଇକିଆଳିଙ୍କୁ ଏକଜୁଟ କରି ଅଧିକରୁ ଅଧିକ କର୍ମଶାଳା ଓ ମେଳଣର ଆୟୋଜନ ।
- ଉଇକିଆଳିଙ୍କୁ ବୈଷୟିକ ଓ ଉଇକିପିଡ଼ିଆର ନିୟମାବଳୀ ବାବଦରେ ବିଶଦ ତାଲିମ ।
- ସ୍ଥାନୀୟ କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ସଙ୍ଗଠନ ମାନଙ୍କରେ କର୍ମଶାଳା ପାଇଁ ଉଦ୍ୟମ ।
- ଉଇକିପିଡ଼ିଆ ଓ ଉଇକିପାଠାଗାରର ବାର୍ଷିକ ଉତ୍ସବର ଆୟୋଜନ ।
ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ
ସମ୍ପାଦନାଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।