ଉଇକିପିଡ଼ିଆ:ଉଇକି ଟୁଙ୍ଗି ପୁରୀ

ମୁଖ୍ୟ ପୃଷ୍ଠା ଉଇକି କର୍ମଶାଳା/ମେଳଣ/ପର୍ବ ସଦସ୍ୟ ମଣ୍ଡଳୀ ଯୋଗାଯୋଗ ଗ୍ୟାଲେରୀ ସଜସରଞ୍ଜାମ  
ପୁରୀରେ ପ୍ରଥମ ଓଡ଼ିଆ ଉଇକିପିଡ଼ିଆ ପୁରୀ କର୍ମଶାଳା-୧

ପୁରୀରେ ଓଡ଼ିଆ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଓଡ଼ିଆ ଉଇକିମିଡ଼ିଆର ବିକାଶ ତଥା ଏଥିରେ ଅଧିକ ଉଇକିଆଳିଙ୍କୁ ଯୋଡ଼ିବା ପାଇଁ ଉଇକି ଟୁଙ୍ଗୀ ପୁରୀ କାର୍ଯ୍ୟରତ ।

ଲକ୍ଷ୍ୟ
  • ପୁରୀରେ ଯୁବପିଢ଼ିଙ୍କୁ ଉଇକିପିଡ଼ିଆ ସମ୍ପର୍କରେ ଅବଗତ କରିଇବା ।
  • ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜରେ ଉଇକିପିଡ଼ିଆର ପ୍ରଚାର ପ୍ରସାର କରାଇବା ।
  • ପୁରୀରେ କର୍ମଶାଳା ଓ ମେଳଣ ଇତ୍ୟାଦିର ବ୍ୟବସ୍ଥା କରିବା ।
  • ଉଇକି କଥା ପ୍ରକଳ୍ପକୁ ଇନକୁବେଟରୁ ବାହାରକୁ ଆଣିବା ।
  • ପୁରୀ ଉଇକିଆଳିଙ୍କର ଉଇକିପିଡ଼ିଆ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରିବା ।

ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ

ସମ୍ପାଦନା
 
ଉଇକିପିଡ଼ିଆ ବାବଦରେ କିଛି ଜାଣିବା କଥା: ଓଡ଼ିଆରେ ଟାଇପିଂ, କିବୋର୍ଡ଼ ଲେଆଉଟ ଓ ଉଇକିପିଡ଼ିଆ ସମ୍ପାଦନା । (ପ୍ରିଣ୍ଟ କରିବା ପାଇଁ ଏହି ପୁସ୍ତିକାଟି ବ୍ୟବହାର କରିପାରିବେ)

ଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାବଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବେ ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।

ବିବରଣୀ ଓ ବ୍ଲଗ

ସମ୍ପାଦନା